ETV Bharat / sports

ବେଙ୍ଗାଲୁରୁ ଟି-20: ସନ୍ଧ୍ୟାରେ ବର୍ଷା କରିପାରେ ଗଡବଡ - ବେଙ୍ଗାଲୁରୁ

ବେଙ୍ଗାଲୁରୁ ପାଣିପାଗ ବିଭାଗର ଖବର ଅନୁଯାୟୀ, ସନ୍ଧ୍ୟାରେ ପାଣିପାଗ ଖରାପ ରହିବ । ବର୍ଷା ସହିତ ଝଡ଼ ତୋଫାନ ହେବାର ମଧ୍ୟ ଆଶଙ୍କା ରହିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Sep 22, 2019, 5:56 PM IST

ବେଙ୍ଗାଲୁରୁ: ସଣ୍ଡେ ମୁକାବିଲାରେ ବିରାଟ ଫାଇଟ୍‌ । ଘରୋଇ ଟି-20 ସିରିଜର 3ୟ ତଥା ଅନ୍ତିମ ଟି-20 ମ୍ୟାଚ । ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ମାତ୍ର ମ୍ୟାଚ ପୂର୍ବରୁ ବର୍ଷାର ଆଶଙ୍କା ଦେଖା ଦେଇଛି । ଏବେ ବେଙ୍ଗାଲୁରୁ ଆକାଶରେ କଳା ବାଦଲ ଛାଇ ରହିଛି।

ବେଙ୍ଗାଲୁରୁର ପାଣିପାଗ ଖବର-

ସନ୍ଧ୍ୟାରେ ମ୍ୟାଚକୁ ବର୍ଷା ଧୋଇ ଦେବାର ଆଶଙ୍କା ରହିଛି । ସ୍ଥାନୀୟ ପାଣିପାଗ ବିଭାଗର ଖବର ଅନୁଯାୟୀ, ସନ୍ଧ୍ୟାରେ ପାଣିପାଗ ଖରାପ ରହିବ । ବର୍ଷା ସହିତ ଝଡ଼ ତୋଫାନ ହେବାର ମଧ୍ୟ ଆଶଙ୍କା ରହିଛି । ବର୍ଷା ହେବାର 56 ପ୍ରତିଶତ ସମ୍ଭାବନା ରହିଛି । ଅନ୍ୟପଟେ ସନ୍ଧ୍ୟାରେ ବର୍ଷା ସମ୍ଭାବନା 40 ପ୍ରତିଶତ ରହିଛି । ରବିବାର ବେଙ୍ଗାଲୁରୁର ତାପମାତ୍ର 25 ଡିଗ୍ରୀ ସେଲସିୟତ ତଳେ ରହିଛି । ତେବେ ମ୍ୟାଚ ସନ୍ଧ୍ୟା 7ଟାରେ ଖେଳାଯିବକୁ ଥିବା ବେଳେ ସନ୍ଧ୍ୟା 6.30ରେ ଟସ ପଡିବ । ଫଳରେ ମ୍ୟାଚ୍ ପ୍ରଭାବିତ ହେବାର ଆଶଙ୍କା ବେଶି ରହିଛି ।

ତେବେ ଧର୍ମଶାଳାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିଲା । 2ୟ ମ୍ୟାଚକୁ ଭାରତ 7ୱିକେଟରେ ଜିତିଥିବା ବେଳେ ଆଜି ମ୍ୟାଚ ଜିତି ସିରଜ କବ୍‌ଜା କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ । ମାତ୍ର ଆଜି ମ୍ୟାଚରେ ବର୍ଷା ହେଲେ ସିରିଜ ଭାରତ ନାମରେ ରହିବ ।

ଚିନ୍ନାସ୍ବାମୀ ଷ୍ଟାଡିୟମର ରୂପରେଖ-

ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ବାଉଣ୍ଡ୍ରୀ ଛୋଟ ରହିଥିଏ । ଫଳରେ ଏଠାରେ ବ୍ୟାଟ୍ସମ୍ୟାନଙ୍କୁ ବଡ ସର୍ଟ ଖେଳିବାକୁ ସହଜ ହୋଇଥିାଏ । ଏହି ପିଚରେ ବଲକୁ ଭଲ ବାଉନ୍ସ ମିଳିଥାଏ। ତେଣୁ ପିଚରେ ସ୍ପିନରଙ୍କୁ ଭଲ ସହାୟତା ମିଳିଥାଏ । ତେବେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଆରସିବିର ଏହା ହୋମ ଗ୍ରାଉଣ୍ଡ ହୋଇଥିବାରୁ ଆଜି କୋହଲି ବିରାଟ ରୂପ ଦେଖାଇବାର ଆଶା ରହିଛି ।

ଚିନ୍ନାସ୍ଵାମୀ ଷ୍ଟାଡିୟମର ରେକର୍ଡ-

ଏହି ଷ୍ଟାଡିୟମର ଭାରତର ରେକର୍ଡ 50-50 ପ୍ରତିଶତ ରହିଛି । ଏଠାରେ ଭାରତ ଖେଳିଥିବା 4ଟି ମ୍ୟାଚରୁ ଦୁଇଟି ମ୍ୟାଚ ଜିତିଥଇବା ବେଳେ ଦୁଇଟି ମ୍ୟାଚ ହାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.