ETV Bharat / sports

2ୟ ଦିନିକିଆ: 'କର ବା ମର' ମ୍ୟାଚରେ 340 ରନ ଡିଫେଣ୍ଡ କରିବ ଭାରତ

author img

By

Published : Jan 17, 2020, 5:21 PM IST

Updated : Jan 17, 2020, 6:30 PM IST

india-vs-australia-2nd-odi-australia-need-341-runs-to-win
2ୟ ଦିନିକିଆ: 'କରା ବା ମର' ମ୍ୟାଚରେ 340ରନକୁ ଡିଫେଣ୍ଡ କରିବ ଭାରତ

17:18 January 17

ଶତକରୁ ବଞ୍ଚିତ ଶିଖର୍‌

ରାଜକୋଟ: ଏଠାରେ ଖେଳାଯାଉଛି ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର 2ୟ ମ୍ୟାଚ । ଭାରତୀୟ ଦଳ ପାଇଁ ଏହି ମ୍ୟାଚ "କର ବା ମର" ମ୍ୟାଚ ହୋଇଛି । ତେବେ ପ୍ରଥମ ମ୍ୟାଚ ପରେ 2ୟ ମ୍ୟାଚରେ ବି ଟସ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା ଘରୋଇ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ ହରାଇ 340 ରନ କରିଛି ଟିମ ଇଣ୍ଡିଆ । 

ତେବେ ପ୍ରଥମରୁ ଦଳକୁ ଭଲ ଆରମ୍ଭ ଦେଇଥିଲେ ଓପନର ରୋହିତ ଶର୍ମା ଓ ଶିଖର ଧୱନଙ୍କ ଯୋଡି । ମାତ୍ର 42ରନ କରି ଅର୍ଦ୍ଧଶତକ ଆଡକୁ ବଢୁଥିବା ବେଳେ ଜାମ୍ପାଙ୍କ ବଲରେ ଆଉଟ ହୋଇ ପାଭେଲିନ ଫେରିଥିଲେ ରୋହିତ । ପରେ ଅଧିନାୟକ କୋହଲି ଓ ଧୱନ ଭାରତୀୟ ପାଳିକୁ ସମ୍ଭାଳିଥିଲେ । ଦୁହେଁ 2ୟ ୱିକେଟରେ ଦଳୀୟ ସ୍କୋରକୁ 184ରେ ପହଞ୍ଚାଇ ଥିଲେ । ପରେ ଶକତ ଆଡକୁ ଅଗ୍ରସର ହୋଉଥିବା ଶିଖର ଧୱନଙ୍କୁ ପାଭିଲିଅନ ପଠାଇଥିଲେ କେନ ରିଚାର୍ଡସନ । 

ପରେ ପରେ ଯୁବ ଶ୍ରେୟାସ ଆୟାର ମଧ୍ୟ ଶୀଘ୍ର ଆଉଟ ହୋଇଥିଲେ । ପରେ ୱିକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଓ କୋହିଲଙ୍କ ଯୋଡି ଭାରତୀୟ ସ୍କୋରକୁ ଆଗକୁ ନେଇଥିଲେ । 78ରନ କରି କୋହଲି ଆଉଟ ହୋଇଥିବା ବେଳେ ଶେଷ ଆଡକୁ 80ରନ କରି ରାହୁଲ ପାଭେଲିଅନ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା (20) ଅପରାଜିତ, ମନୀଷ ପାଣ୍ଡେ(2) ଓ ମହମ୍ମଦ ଶାମି(1) ଅପରାଜିତ ରହିଛନ୍ତି । ଅନ୍ୟପଟେ ଅତିଥି ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ 3 ୱିକେଟ ନେଇଛନ୍ତି ସ୍ପିନର ଆଡାମ ଜାମ୍ପା । 

ତେବେ ଏହି କର ବା ମର ମ୍ୟାଚରେ କମାଲ ଦେଖାଇବାକୁ ହେଲେ ନିର୍ଦ୍ଧାରିତ ଟାର୍ଗେଟକୁ ଭାରତୀୟ ବୋଲରଙ୍କୁ ଡିଫେଣ୍ଡ କରିବାକୁ ପଡିବ । ଦଳରେ ସ୍ପିଡଷ୍ଟାର ଜସପ୍ରିତ ବୁମରାଙ୍କ ସହ ପେସ ବିଭାଗ ସମ୍ଭାଳୁଛନ୍ତି ନବଦୀପ ସାଇନ । ସେହିପରି ସ୍ପିନ ବିଭାଗରେ ରହିଛନ୍ତି ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ।   

Intro:Body:

blank

Conclusion:
Last Updated : Jan 17, 2020, 6:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.