ETV Bharat / sports

ଜୁନିଅର କାର୍ତ୍ତିକଙ୍କୁ ବୁମରାଙ୍କ ବୋଲିଂ ଟିପ୍ସ

author img

By

Published : Nov 25, 2020, 6:34 PM IST

ଅଷ୍ଟ୍ରେଲିଆରେ ଭାରତୀୟ କ୍ରିକେଟ ଟିମ ଅଭ୍ୟାସ କରୁଥିବାର କିଛି ଫଟୋ ସେୟାର କରିଛି ବିସିସିଆଇ । ଯେଉଁଥିରେ ଯୁବ ଖେଳାଳି କାର୍ତ୍ତିକଙ୍କୁ ବୁମରା କିଛି ବୋଲିଂ ଟିପ୍ସ ଦେଉଥିବାର ନଜର ଆସିଛନ୍ତି । ଅଧିକ ପଢ଼ନ୍ତୁ...

India tour of Australia: Bumrah shares bowling tricks with youngster Kartik Tyagi
ଜୁନିଅର କାର୍ତ୍ତିକଙ୍କୁ ବୁମରାଙ୍କ ବୋଲିଂ ଟିପ୍ସ

ସିଡନୀ: ଭାରତ ବନାମ ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ଭାରତୀୟ ଷ୍ଟାର ବୋଲର ଜସପ୍ରୀତ ବୁମରା ବୁଧବାର ଯୁବ ଖେଳାଳି କାର୍ତ୍ତିକ ତ୍ୟାଗୀଙ୍କୁ ଦେଇଛନ୍ତି ଟିପ୍ସ । ଭାରତୀୟ ଟିମ ଅଷ୍ଟ୍ରେଲିଆରେ ପହଁଞ୍ଚିବାର ପ୍ରାୟ 10 ଦିନ ହୋଇ ସାରିଛି । ଯେଉଁଠାରେ ଟିମ ସମସ୍ତ ଫର୍ମାଟର ମ୍ୟାଚ ଖେଳିବ । ଟିମ୍‌ କ୍ବାରେଣ୍ଟାଇନରେ ରହିଥିବା ବେଳେ ଖେଳାଳି ମାନେ ଉଭୟ ଧଳା ଓ ନାଲି ବଲ୍‌ରେ ଅଭ୍ୟାସ ଜାରି ରଖିଛନ୍ତି ।

ଭାରତୀୟ ଟିମ ମୈଦାନରେ ଭଲ ପ୍ରଦର୍ଶନ ପାଇଁ କୌଣସି ଅଭାବ ରଖିନାହିଁ । ବୁଧବାର ବିସିସିଆଇ ପକ୍ଷରୁ ଟିମ୍‌ ଇଣ୍ଡିଆ ଅଭ୍ୟାସ କରୁଥିବାର ଫଟୋ ସେୟାର କରାଯାଇଛି ।

ଏହି ଫଟୋରେ ଦେଖିବାକୁ ମିଳିଛି ଯେ ବୁମରା ତ୍ୟାଗିଙ୍କୁ କିଛିଟା ଗୁରୁତ୍ବପୂର୍ଣ୍ଣ ଟିପ୍ସ ଦେଉଛନ୍ତି । ତ୍ୟାଗି ଟିମ୍‌ ସହ ନେଟ୍‌ ବୋଲର ଭାବେ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି ।

ବିସିସିଆଇ ଏହି ଫଟୋକୁ ଟ୍ବିଟ କରି ଲେଖିଛି, ‘‘ଯେତେବେଳେ ଆପଣଙ୍କ ପାଖରେ ମାର୍ଗଦର୍ଶନ ଦେବାପାଇଁ ସର୍ବୋତ୍ତମ ବ୍ୟକ୍ତି ଥାନ୍ତି ।’’

ଭାରତ ଏହି ଗସ୍ତ ସମୟରେ ଅଷ୍ଟ୍ରେଲିଆ ସହ 3ଟି ଏକଦିବସୀୟ, 3ଟି ଟି-20 ଓ 4ଟି ଟେଷ୍ଟ ଖେଳିବା ନେଇ ସ୍ଥିର ହୋଇଛି ।

ଭାରତ ଏବଂ ଅଷ୍ଟ୍ରେଲିଆ ପ୍ରଥମେ ଦିନିକିଆ ଏବଂ ଟି-20 ରେ ପରସ୍ପର ବିପକ୍ଷରେ ଖେଳିବେ ଏବଂ ତା’ପରେ ଉଭୟ ଦଳ ଖେଳର ଲମ୍ବା ଫର୍ମାଟ ଖେଳିବେ । ଏହି ଶୁକ୍ରବାର ଠାରୁ ଦିନିକିଆ ସିରିଜ ଆରମ୍ଭ ହେବ ।

ଅଧିନାୟକ ବିରାଟ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ କେବଳ ଗୋଟିଏ ଟେଷ୍ଟ ଖେଳିବେ ଏବଂ ଏହାପରେ ସେ ନିଜର ପ୍ରଥମ ସନ୍ତାନ ଜନ୍ମ ପାଇଁ ବିସିସିଆଇର ଅନୁମତି କ୍ରମେ ଭାରତ ଫେରି ଆସିବେ ।

2018-19 ସିରିଜ୍ ସମୟରେ ଭାରତ ଅଷ୍ଟ୍ରେଲିଆ ମାଟିରେ ସେମାନଙ୍କର ପ୍ରଥମ ଟେଷ୍ଟ ସିରିଜ୍ ବିଜୟୀ ହୋଇ ରେକର୍ଡ କରିବାରେ ସଫଳ ହୋଇଥିଲା । କୋହଲିଙ୍କ ନେତୃତ୍ବାଧୀନ ଦଳ ସିରିଜକୁ 2-1ରେ ଜିତିଥିଲା ​​ଏବଂ ବର୍ତ୍ତମାନ ସେମାନେ ବୋର୍ଡର-ଗାଭାସ୍କର ଟ୍ରଫିରେ ବିଜୟ ବଜାୟ ରଖିବାକୁ ଚାହିଁବେ ।

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଡିସେମ୍ବର 17ରୁ ଆଡିଲେଡ୍ ଓଭାଲରେ ଆରମ୍ଭ ହେବ ଯାହା କି ଏକ ଦିବା-ରାତ୍ର ଟେଷ୍ଟ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.