ETV Bharat / sports

ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଟି-20 ଦଳ: ବାଦ ପଡିଲେ ସଞ୍ଜୁ ସାମସନ - ସଞ୍ଜୁ ସାମସନ ନ୍ୟୁଜ

ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳ ଜାନୁୟାରୀ 24ରୁ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳିବ । ଏନେଇ 16 ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରୁ ଯୁବ ୱିକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ବାଦ ପଡିଛନ୍ତି। ଅଧିକ ପଢନ୍ତୁ...

Sanju Samson omitted
ବାଦ ପଡିଲେ ସଞ୍ଜୁ ସାମସନ
author img

By

Published : Jan 13, 2020, 12:57 PM IST

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷ ଟି20 ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଜାନୁୟାରୀ 24ରୁ ଟି20 ସିରିଜ ଆରମ୍ଭ ହେବ । ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ 5ଟି ଟି20, 3ଟି ଦିନିକିଆ ଓ 2ଟି ଟେଷ୍ଟ ମ୍ୟାଚ ଖେଳିବ।
ଏହି ସିରିଜ ପାଇଁ ଘୋଷିତ 16ଜଣିଆ ଦଳରୁ ବାଦ ପଡିଛନ୍ତି ସଞ୍ଜୁ ସାମସନ। ୱେଷ୍ଟଇଣ୍ଡିଜ, ବାଂଲାଦେଶ ସିରିଜରେ ଚୁଡାନ୍ତ ଏକାଦଶରେ ସାମସଙ୍କୁ ସ୍ଥାନ ମିଳିନଥିଲା।

ଶ୍ରୀଲଙ୍କା ବିପକ୍ଷ 3ୟ ଟି20ରେ ସାମସନ ଖେଳିଥିଲେ। ଭାରତୀୟ ଦଳ 200ରୁ ଅଧିକ ରନର ଲକ୍ଷ୍ୟ ଶ୍ରୀଲଙ୍କା ସାମ୍ନାରେ ରଖିଥିଲା। ସଞ୍ଜୁ ସାମସନ 2ଟି ବଲ ଖେଳି ଗୋଟିଏ ଛକା ସହ 6ରନ କରିଥିଲେ। ଓପନର ରୋହିତ ଶର୍ମା ଓ ପେସ ବୋଲିର ମହମ୍ମଦ ସାମି ଟି20 ଟିମକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ଉଭୟଙ୍କୁ ବିଶ୍ରାମ ଦିଆଯାଇଥିଲା।

ନ୍ୟୁଜିଲାଣ୍ଡ ବିପକ୍ଷ ଭାରତୀୟ ଟି20 ଦଳ: ବିରାଟ କୋହଲି(କ୍ୟାପଟେନ), ଶିଖର ଧାୱନ, ଲୋକେଶ ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ତ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଶିବମ ଦୁବେ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜଶପ୍ରୀତ ବୁମରା, ନବଦୀପ ସାଇନି, ଶାର୍ଦ୍ଦୁଳ ଠାକୁର, ୱାସିଂଟନ ସୁନ୍ଦର, ମହମ୍ମଦ ସାମି।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.