ETV Bharat / sports

ନ୍ୟୁଜିଲାଣ୍ଡ ଗସ୍ତରେ ଯିବ ଭାରତ, ଖୁବଶୀଘ୍ର ଦଳ ଘୋଷଣା - ଟିମ ଇଣ୍ଡିଆର ନ୍ୟୁଜିଲାଣ୍ଡ ଗସ୍ତ

ଟିମ ଇଣ୍ଡିଆର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ କୌଣସି ବି ମୂହୂର୍ତ୍ତରେ ଭାରତୀୟ ଦଳ ଘୋଷଣା ହୋଇପାରେ । ପୂର୍ବରୁ ଟି20 ସିରିଜ ପାଇଁ ଦଳ ଘୋଷଣା ହୋଇଥିବାବେଳେ, ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ ଖୁବଶୀଘ୍ର ଦଳ ଘୋଷଣା ହେବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ...

India Squads For New Zealand tour
ଭାରତୀୟ ଦଳ ଘୋଷଣା
author img

By

Published : Jan 19, 2020, 12:16 PM IST

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ କୌଣସି ବି ମୂହୂର୍ତ୍ତରେ ଭାରତୀୟ ଦଳ ଘୋଷଣା ହୋଇପାରେ । ପୂର୍ବରୁ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ ପାଇଁ ଦଳ ଘୋଷଣା ହୋଇଛି । ତେବେ ଖୁବଶ୍ରୀଘ୍ର ଦିନିକିଆ ଓ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ହେବାର ସମ୍ଭାବନା ରହିଛି ।

ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫିଟନେସ ପ୍ରମାଣପତ୍ରକୁ ମୁଖ୍ୟ ଚୟନକର୍ତ୍ତା ଅପେକ୍ଷା କରିଛନ୍ତି । ଫିଟନେସ ଟେଷ୍ଟରେ ଫେଲ ହୋଇ ଟି20 ସିରଜରୁ ହାର୍ଦ୍ଦିକ ବାଦ ପଡିଛନ୍ତି । ତେବେ ଦିନିକିଆ ଓ ଟେଷ୍ଟ ଦଳରେ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିବା ନେଇ ଆଶା କରାଯାଉଛି । ମାତ୍ର ପାଣ୍ଡ୍ୟା ଶତପ୍ରତିଶତ ଫିଟ ହେବା ପରେ ହିଁ ଦଳ ଘୋଷଣା ନେଇ ସ୍ପଷ୍ଟ ହେବ ବୋଲି ବିସିସିଆଇ ଅଧିକାରୀ ସୂଚନା ଦେଇଛନ୍ତି । ଜାତୀୟ କ୍ରିକେଟ ଏକାଡେମୀ ପକ୍ଷରୁ ପାଣ୍ଡ୍ୟାଙ୍କ ଫିଟନେସକୁ ନେଇ ସବୁଜ ସଙ୍କେତର ଅପେକ୍ଷାରେ ଚୟନକର୍ତ୍ତା ଟିମ ।

ଟେଷ୍ଟ ଟିମକୁ ଅନ୍ୟତମ ଓପନର ଲୋକେଶ ରାହୁଲ ଫେରିବା ନେଇ ଶତପ୍ରତିଶତ ସମ୍ଭାବନା ରହିଛି । ପୂର୍ବରୁ ଟେଷ୍ଟ ସ୍କ୍ବାର୍ଡରୁ ବାଡ ପଡିଥିଲେ ରାହୁଲ । ମାତ୍ର ଟି20 ଓ ଦିନିକିଆରେ ଦମଦାର ଫର୍ମକୁ ନଜରରେ ରଖି, ଚୟନକର୍ତ୍ତା ଟିମ ଟେଷ୍ଟ ଟିମରେ ସାମିଲ କରିପାରନ୍ତି । ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିପାରେ । ଅନ୍ୟପଟେ ସ୍ପିନର କୁଲଦୀପ ଯାଦବଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସ୍ଥାନ ମିଳିବା ନେଇ ଅନୁମାନ କରାଯାଉଛି । ରବିଚନ୍ଦ୍ରନ ଅଶ୍ବିନ ଓ ରବିନ୍ଦ୍ର ଜାଡେଜାଙ୍କୁ ସ୍ପିନ ବିଭାଗ ମିଳିପାରେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.