ETV Bharat / sports

ଇଣ୍ଡିଆ ଏ vs ଅଷ୍ଟ୍ରେଲିଆ ଏ: ଚମକିଲେ ଉମେଶ, ଗ୍ରୀନଙ୍କ ଲଢୁଆ ଶତକ - Green frustrates visitors with ton

କେମରନ ଗ୍ରୀନଙ୍କ ଅପରାଜିତ ଶତକ ବଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଏ ର ସ୍କୋର 286/8 ରହିଛି । ଅଧିକ ପଢନ୍ତୁ...

India A vs Australia A: Umesh shines but Green frustrates visitors with ton

author img

By

Published : Dec 7, 2020, 9:30 PM IST

ସିଡନି: ଅଷ୍ଟ୍ରେଲିଆ ଏ ଓ ଇଣ୍ଡିଆ ଏ ମଧ୍ୟରେ ଜାରି ଥିବା ଅଭ୍ୟାସ ମ୍ୟାଚର ଦ୍ବିତୀୟ ଦିନରେ ଘରୋଇ ଦଳର ଲଢୁଆ ଜବାବ । କେମରନ ଗ୍ରୀନଙ୍କ ଅପରାଜିତ ଶତକ ବଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଏ ର ସ୍କୋର 286/8 ରହିଛି । ଷ୍ଟମ୍ପ୍ ଅପସାରଣ ବେଳକୁ 39 ରନରେ ଅଗ୍ରଣୀ ରହିଛି ଅଷ୍ଟ୍ରେଲିଆ ଏ ।

ପୂର୍ବରୁ ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱାଧୀନ ଇଣ୍ଡିଏ ଏ ପ୍ରଥମ ଦିନର ଅସମାପ୍ତ ସ୍କୋର 237/8ରୁ ଖେଳ ଆରମ୍ଭ କରିଥିଲା । ମାତ୍ର 10 ରନ ଯୋଡିବା ପରେ 247/9ରେ ଇଂନିସ ଘୋଷଣା କରିଥିଲା । ରାହାଣେ 117 ରନରେ ଅପରାଜିତ ରହିଥିଲେ ।

ପରେ ବୋଲିଂରେ ଉମେଶ ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନୀ ଦମଦାର ପ୍ରଦର୍ଶନ ସହ ଅଷ୍ଟ୍ରେଲିଆ ଏର ଶୀର୍ଷକ୍ରମ ବ୍ୟାଟିଂକୁ ଧ୍ବସ୍ତ କରିଥିଲେ । ମାର୍କସ ହାରିସ ଏକମାତ୍ର 35 ରନର ଇଂନିସ ସହ କିଛି ସମୟ ତିଷ୍ଠି ପାରିଥିଲେ । ୱିଲ ପୁକୋଭସ୍କି(1), ଜୋଏ ବର୍ଣ୍ଣସ(4)ଙ୍କୁ ଯାଦବ ଆଉଟ କରିଥିଲେ ।

ଅନ୍ୟପଟେ ଅଶ୍ବିନୀ ହାରିସ(35), ନିକ ମାଡିନସନ(23)ଙ୍କୁ ପ୍ୟାଭିଲିୟନ ଫେରାଇଥିଲେ । ଘରୋଇ ଦଳ ଏକଦା 98 ରନରେ 5 ୱିକେଟ ହରାଇ ସଙ୍କଟରେ ପଡିଥିଲା । ମାତ୍ର କେମରେନ ଗ୍ରୀନ ଓ ଟିମ ପେଇନଙ୍କ ମଧ୍ୟରେ ଭାଗିଦାରୀ ସହାୟତାରେ ଅଷ୍ଟ୍ରେଲିଆ ଏ 269/8ରେ ପହଞ୍ଚିଥିଲା । ଗ୍ରୀନ 114 ରନରେ ଅପରାଜିତ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.