ETV Bharat / sports

ତୃତୀୟ ଟି-20: ଟସ ଜିତି ଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ଟି-20 ମ୍ୟାଚରେ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲା ଭ୍ରମଣକାରୀ ଦଳ । ଅଧିକ ପଢ଼ନ୍ତୁ...

author img

By

Published : Dec 11, 2019, 7:17 PM IST

Ind vs WI T-20: West Indies win the toss
ତୃତୀୟ ଟି-20: ଟସ ଜିତି ଇଣ୍ଡିଜର ବୋଲିଂ ନିଷ୍ପତ୍ତି

ମୁମ୍ବାଇ: 3 ମ୍ୟାଚ ବିଶିଷ୍ଟ ଟି-20 ସିରିଜର ବିଜେତା ନିର୍ଣ୍ଣୟ କରିବ ୱାଙ୍ଖେଡେ ଠାରେ ଖେଳାଯାଉଥିବା ଆଜିର ମ୍ୟାଚ । ଟସ ଜିତି ଇଣ୍ଡିଜ ଦଳ ଅଧିନାୟକ କିରନ ପୋଲାର୍ଡ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ସେପଟେ ଉଭୟ ଦଳର ଅଧିନାୟକ ଟସ ପରେ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ।

କୋହଲି କହିଛନ୍ତି ଯେ ‘ମୁଁ ଭାବୁଛି ଯେ ସ୍କୋର କରିବା ପାଇଁ ଏହା ଏକ ଭଲ ୱିକେଟ । ଗତ ମ୍ୟାଚରେ ଆମକୁ 15 ରନର ଅଭାବ ଥିଲା । ଫିଲ୍ଡିଂ ମଧ୍ୟ ଟି-20ରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରେ । ଦ୍ବିତୀୟ ଟି-20ରେ ଆମେ ସୁଯୋଗ ହାତଛଡ଼ା କରି ନଥିଲେ ସ୍ଥିତି ଭିନ୍ନ ହୋଇଥାନ୍ତା । ଜଣେ ବ୍ୟାଟ୍ସ ମ୍ୟାନ ଭାବେ ଆପଣ ପ୍ରଥମେ ଆପଣଙ୍କ ଜୋନରେ ରୁହନ୍ତି । ଏହି ଗ୍ରାଉଣ୍ଡରେ ସ୍କୋର କରିବା ସହଜ ହେବ । ଯେଉଁମାନେ 50 ରନ ସ୍କୋର କରି ପାରନ୍ତି ସେମାନେ ଅଧିକ 25 ରନ କରିବା ନେଇ ପ୍ରସ୍ତୁତ ହେବା ଦରକାର । ମ୍ୟାଚରେ ଆମେ ଦୁଇଟି ପରିବର୍ତ୍ତନ କରିଛୁ ଜାଡେଜାଙ୍କ ସ୍ଥାନରେ ସାମି ଓ ଚହଲଙ୍କ ସ୍ଥାନରେ କୁଲଦୀପଙ୍କୁ ସୁଯୋଗ ଦିଆଯାଇଛି ।

ସେପଟେ କିରନ ପୋଲାର୍ଡ କହିଛନ୍ତି ଯେ, ‘ଆମେ ପ୍ରଥମେ ଫିଲ୍ଡିଂ କରିବୁ । ଏହି ଗ୍ରାଉଣ୍ଡରେ ଦ୍ବିତୀୟ ବ୍ୟାଟିଂ କଲେ କାକର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ନୂଆ ୱିକେଟ, ଆମେ ଭାରତକୁ କମ ରନରେ ସୀମିତ କରିବାକୁ ଚେଷ୍ଟା କରିବୁ । ଗତ ମ୍ୟାଚରେ ଭଲ ପ୍ରଦର୍ଶନ ଥିଲା । ଆମେ ଆହୁରି ସୁଧାର କରିବାକୁ ଚେଷ୍ଟା କରିବୁ । ଏହି ୱିକେଟରେ ଆମ ଖଳାଳି ନୂଆ ବଲରେ ବଲ ପ୍ରଦର୍ଶନ କରିବେ ବୋଲି ମୁଁ ଭାବୁଛି । ଆମ ଟିମରେ କୌଣସି ପରିବର୍ତ୍ତନ ନାହିଁ ।’

ଉଭୟ ଟିମର ଚୂଡାନ୍ତ ଏକାଦଶ

ଭାରତ
ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି(ଅଧିନାୟକ), ଋଷଭ ପନ୍ତ (ୱିକେଟ କିପର), ଶ୍ରେୟାସ ଅୟର, ଶିବମ ଦୁବେ, ୱାସିଂଟନ ସୁନ୍ଦର, ଭୁବନେଶ୍ବର କୁମାର, କୁଲଦୀପ ଯାଦବ, ଦୀପକ ଚହର, ମହମ୍ମଦ ସାମି

ୱେଷ୍ଟ ଇଣ୍ଡିଜ
ଲେଣ୍ଡଲ ସିମୋନ୍ସ, ଇଭିନ ଲୁଇସ, ବ୍ରାଣ୍ଡନ କିଙ୍ଗ, ନିକୋଲସ ପୂରନ(ୱିକେଟ କିପର), ଶିମୋରନ ହିଟମେୟର, କିରନ ପୋଲାର୍ଡ(ଅଧିନାୟକ), ଜେସନ ହୋଲ୍ଡର, ହେଡେନ ୱାଲ୍ସ, ଶେଲ୍ଡନ କଟରେଲ, କିସେରିକ ୱିଲିୟମ୍ସ, ଖୈରି ପିୟରେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ପୁଣି ଥରେ ପ୍ରଜାମେଳି ଦେଖିବାକୁ ମିଳିଛି । ରାଜ୍ୟ ସରକାର ସ୍ବାଭିମାନ ଅଞ୍ଚଳର ଆଦିବାସି ଲୋକଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରି ଏକତ୍ରିତ ହୋଇଥିଲେ ଶହ ଶହ ଆଦିବାସି ଲୋକେ । ଓଡିଶା ସରକାରଙ୍କ ଠାରୁ ସହାୟତା ନମିଳିଲେ ଆନ୍ଧ୍ରକୁ ମିଶିବା ଲାଗି ଲୋକେ ଧମକ ଦେଇଛନ୍ତି ଆଦିବାସି ଲୋକେ । ମାଓ ସଂଗଠନ ମଧ୍ୟ ଏହି ଆଦିବାସିଙ୍କ ଏହି ମେଳିକୁ ସମର୍ଥନ କରିଛି ।Body:ଭି.ଓ.୧ - ଦିର୍ଘ ୭୦ କିଲୋମିଟର ଜଳ ପଥର ଅପର ପାର୍ଶ୍ବରେ ଥିବା ନକ୍ସଲ ସହିଦ ସ୍ତମ୍ବ ନିକଟରେ ଆୟୋଜିତ ହୋଇଛି ପ୍ରଜାମେଳି । ଚାରିଆଡେ ନାଲି ପତାକା ଆଉ ଆଉ ଏହାରି ଭିତରେ ହାତରେ ପାରମ୍ପାରିକ ଅସ୍ତ୍ର ଶସ୍ତ୍ର ନେଇ ଆନ୍ଦୋଳନ କରୁଛନ୍ତି ଆଦିବାସି ଲୋକେ । ଏହି ଦୃଶ୍ୟ ହେଉଛି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଓରାପଦର ଘାଟର । ସରକାରଙ୍କୁ କଡା ଚେତାବନି ଦେବା ଲାଗି ଏଠାରେ ଏକତ୍ରିତ ହୋଇଛନ୍ତି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ୬ଟି ପଞ୍ଚାୟତର ଲୋକେ । ଅଣ୍ଡ୍ରାପାଲ୍ଲି, ଜୋଡାମ୍ବ, ଯନ୍ତ୍ରୀ, ପଣଶପୁଟ, ଗାଜଲମାମୁଡି ଓ ନାକାମାମୁଡି ପଞ୍ଚାୟତର ପ୍ରାୟ ୧୦ ହଜାର ଆଦିବାସି ଲୋକେ ପୁଣି ଥରେ ୪୧ ଦଫା ଦେବି ନେଇ ଆନ୍ଦୋଳନ କରିଛନ୍ତି । ବିଶେଷ କରି ବର୍ଷା ଯୋଗୁଁ ବାଲିମେଳା ଜଳ ଭଣ୍ଡାରର ପାଣି ବୃଦ୍ଧି ପାଇଥିବା ବେଳେ ବିଚ୍ଛିନ୍ନାଞ୍ଚଳର ଶହ ଶହ ହେକ୍ଟର ଧାନ ଫସଲ ନଷ୍ଟ ହୋଇ ଯାଇଛି । ହେଲେ ଆଦିବାସି ଲୋକେ ପୁର୍ବରୁ କ୍ଷତି ପୁରଣ ଦାବି କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପାଖରେ କୌଣସି ଅଧିକାରି ପହଞ୍ଚି ନାହାନ୍ତି । ଏହା ସହ ହୁଡହୁଡ ଓ ଫାଇଲିନ ପରି ବାତ୍ୟାରେ ଘର ଦ୍ବାର ଭାଙ୍ଗିଥିବା ଆଦିବାସି ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା କୌଣସି ସହାୟତା ମିଳିନାହି । ରାଜ୍ୟ ସରକାରଙ୍କ କାଳିଆ ଯୋଜନାରୁ ମଧ୍ୟ ବାଦ ପଡିଛନ୍ତି ବିଚ୍ଛିନ୍ନାଞ୍ଚଳର ଆଦିବାସି ଲୋକେ । ଯାହାକୁ ନେଇ ଆଦିବାସିଙ୍କ ମଧ୍ୟରେ ଆନ୍ଦୋଳନ ତିବ୍ର ହୋଇଛି ।

ବାଇଟ ୧ – ବିଚ୍ଛିନ୍ନାଞ୍ଚଳ ବାସି
ବାଇଟ ୨ – ବିଚ୍ଛିନ୍ନାଞ୍ଚଳ ବାସି

ଭି.ଓ.୨ – ଦିର୍ଘ ୭୦ ବର୍ଷ ଧରି ଜଳ ବନ୍ଦୀ ଜୀବନ କଟାଉଛନ୍ତି ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ବାସି । ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନଞ୍ଚଳର ନାମକୁ ପରିବର୍ତ୍ତନ କରି ରାଜ୍ୟ ସରକାର ସ୍ବାଭିମାନ ଅଞ୍ଚଳ ଭାବେ ଘୋଷଣା କଲେ ଶତ ହେଲେ ଆଦିବାସିଙ୍କ ଭାଗ୍ୟରେ କିନ୍ତୁ କୌଣସି ପରିବର୍ତ୍ତନ ହୋଇ ନାହି । ଆଜିବି ଗାଁକୁ ଯିବା ଲାଗି ରାସ୍ତା ନାହି, ସ୍ବାସ୍ଥ୍ୟ ଓ ଶିକ୍ଷା ଏମାନଙ୍କ ଠାରୁ ମାଇଲ ମାଇଲ ଦୁରରେ । ଏପରି ଅବସ୍ତାରେ ପୁଣି ଥରେ ନକ୍ସଲ ପନ୍ଥି ଏଅଞ୍ଚଳରେ ପ୍ରବେଶ କରି ଆଦିବାସିଙ୍କ ଆନ୍ଦୋଳନରେ ସାମିଲ ହୋଇଛନ୍ତି । କେବଳ ଏତିକି ନୁହେ ଓଡିଶା ସରକାରଙ୍କ ଠାରୁ କୌଣସି ସହାୟତା ନମିଳିଲେ ୬ଟି ପଞ୍ଚାୟତର ଲୋକେ ଆନ୍ଧ୍ରକୁ ମିଶିଯିବାର ଧମକ ଦେବା ପରେ ଆନ୍ଦୋଳନ କାରିଙ୍କ ପାଖରେ ପହଞ୍ଚି ଯାଇଛନ୍ତି ତେଲୁଗୁ ବାହିନି । ବିଶାଖାପାଟଣା ଆଦିବାସି ଜନମଞ୍ଚ କମିଟି ତରଫରୁ ବିଚ୍ଛିନ୍ନାଞ୍ଚଳର ଶହ ଶହ ଲୋକଙ୍କୁ ଡାଲି ଚାଉଳ ମଧ୍ୟ ଯୋଗାଇ ଦିଆଯାଇଛି ।

ବାଇଟ ୩ – ବିଚ୍ଛିନ୍ନାଞ୍ଚଳ ବାସି
Conclusion:ଫା.ଭି.ଓ. – ସମୟ ଥାଉ ଥାଉ ଯଦି ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳର ଏହି ଆଦିବାସିଙ୍କ ଦାବି ପ୍ରତି ଦୃଷ୍ଟି ନଦିଅନ୍ତି ତାହା ହେଲେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯେ ସବୁଦିନ ଲାଗି ଓଡିଶା ମାନଚିତ୍ରରୁ ଲିଭିଯିବ ଏଥିରେ ସନ୍ଦେହ ନାହି ।
ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ ……………
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.