ରାଞ୍ଚି: ଶନିବାର ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ 3ୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ । 2-0ରେ ଆଗୁଆ ଥିବା ଭାରତୀୟ ଦଳ ସିରିଜ କ୍ଳିନସୁଇପ ଲକ୍ଷ୍ୟରେ ରହିଛି । ତେବେ ମ୍ୟାଚର ପୂର୍ବଦିନ ଟିମ ଇଣ୍ଡିଆକୁ କୁଲଦୀପ ଝଟକା ଲାଗିଛି ।
ଅଭ୍ୟାସ ବେଳେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି ସ୍ପିନର କୁଲଦୀପ ଯାଦବ । ତାଙ୍କ ସ୍ଥାନରେ ଅନ୍ୟତମ ବାମହାତୀ ସ୍ପିନର ସାହାବାଦ ନଦୀମଙ୍କୁ ଦଳରେ ସାମିଲ କରାଯାଇଛି ।
ନଦୀମ ଘରୋଇ କ୍ରିକେଟରେ କ୍ରମାଗତ ଦମଦାର ପ୍ରଦର୍ଶନ କରୁଛନ୍ତି । ଝାଡଖଣ୍ଡ ସ୍ପିନର ନଦୀମ 110ପ୍ରଥମ ଶ୍ରେଣୀ ମ୍ୟାଚରେ 424 ୱିକେଟ ଅକ୍ତିଆର କରିଛନ୍ତି । ତେବେ ରାଞ୍ଚି ଟେଷ୍ଟରେ 3ଟି ସ୍ପିନର ସହିତ ଟିମ ଇଣ୍ଡିଆ ପଡିଆକୁ ଓହ୍ଲାଇଲେ ନଦୀମଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ସମ୍ଭାବନା ରହିଛି ।