ETV Bharat / sports

ଧାୱନଙ୍କ ଚୌକା ସଟ‌ରେ ଫାଟିଗଲା ବଲ୍ - ball replaced

ମାର୍କ ଉଡଙ୍କ ଏକ ବଲ୍‌କୁ ଚୌକା ମାରି ବଲ୍‌ରେ ଛିଦ୍ର କରିଦେଲେ ଓପନର ଶିଖର ଧାୱନ । ମାତ୍ର 16ଟି ବଲ୍‌ ପରେ ବଦଳିଲା ବଲ୍‌ । ଅଧିକ ପଢନ୍ତୁ...

IND vs ENG: 16-delivery old ball replaced as deep hole found in it in 1st ODI
ଧାୱନଙ୍କ ଚୌକା ସଟ୍‌ରେ ଫାଟିଲା ବଲ୍‌, 16ଟି ବଲ୍‌ ପରେ ବଦଳିଲା
author img

By

Published : Mar 23, 2021, 3:33 PM IST

ପୁନେ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଏକ ନିଆରା ଘଟଣା ଘଟିଛି । ମ୍ୟାଚର ତୃତୀୟ ଓଭରର 4ର୍ଥ ବଲ୍‌ରେ ଭାରତୀୟ ଓପନର ଶିଖର ଧାୱନ, ମାର୍କ ଉଡଙ୍କ ଏକ ବଲ୍‌କୁ ବାଉଣ୍ଡ୍ରି ବାହାରକୁ ପଠାଇ ଦେଇଥିଲେ । ଏହା ମ୍ୟାଚର ପ୍ରଥମ ଚୌକା ଥିଲା । ତେବେ ଧାୱନଙ୍କ ଏହି ସଟ୍‌ରେ ବଲ୍‌ର ଲେଦର ବାହାରିପଡିଥିଲା ଓ ବଲ୍‌ରେ ଛିଦ୍ର (ହୋଲ୍‌) ହୋଇଯାଇଥିବା ଦେଖାଯାଇଥିଲା ।

ଏହା ନୂଆ ବଲ୍‌ ଥିଲା ଓ ମାତ୍ର 16ଟି ବଲ୍‌ ଖେଳାଯାଇଥିଲା । ବଲ୍‌ରେ ଏକ ବଡ ହୋଲ୍‌ ହୋଇଯାଇଥିଲା । ସେତେବେଳେ ଭାରତର ସ୍କୋର 16 ରହିଥିଲା । ତେବେ ହ୍ବାଇଟ ବଲ୍‌ର ଲେଦର କିପରି ଏତେ ଶୀଘ୍ର ଖରାପ ହୋଇଗଲା ଓ ବାହାରକୁ ଆସିଗଲା ନିର୍ଦ୍ଦିଷ୍ଟ କାରଣ ଜଣାପଡିନାହିଁ ।

ତେବେ ଇଂଲିସ ବୋଲର ମାର୍କ ଉଡ ଅଧିକ ବେଗରେ ବୋଲିଂ କରୁଥିବାରୁ ଏପରି ଘଟିଥିବା ଚର୍ଚ୍ଚା ହେଉଛି । ମାତ୍ର ଧାୱନ ଜୋରଦାର ସଟ୍‌ ଲଗାଇଥିଲେ ଓ ବଲ୍‌ ଘଣ୍ଟାପ୍ରତି 145.1km/h ଥିଲା । ଏହିକାରଣରୁ ବଲ୍‌ ଖରାପ ହୋଇଥାଇପାରେ ବେଲି ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.