ETV Bharat / sports

ବ୍ରିସବେନ ଟେଷ୍ଟ: କଙ୍ଗାରୁ ଟିମ୍‌କୁ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ଚେତାବନୀ

author img

By

Published : Jan 14, 2021, 5:22 PM IST

Updated : Jan 14, 2021, 7:42 PM IST

ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର 4ର୍ଥ ତଥା ଶେଷ ଟେଷ୍ଟ ବ୍ରିସବେନରେ ଖେଳାଯିବ । ଅଧିକ ପଢନ୍ତୁ...

Ind vs Aus: Motivation is there, don't need housekeeping or room service for that, says Rathour
ବ୍ରିସବେନ ଟେଷ୍ଟ: କଙ୍ଗାରୁ ଟିମ୍‌କୁ ବ୍ୟାଟିଂ କୋଚ ବିକ୍ରମ ରାଠୋରଙ୍କ ଚେତାବନୀ

ବ୍ରିସବେନ: ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଉଥିବା ବର୍ଡର ଗାଭାସ୍କର ଟ୍ରଫିର 4ର୍ଥ ତଥା ଶେଷ ଟେଷ୍ଟ ବ୍ରିସବେନରେ ଖେଳାଯିବ । ଏଥିପାଇଁ ଟିମ ଇଣ୍ଡିଆ ବ୍ରିସବେନରେ ରହିଛି । ସିରିଜ 1-1ରେ ବରାବର ଥିବାରୁ ବ୍ରିସବେନରେ ବିଜୟୀ ଦଳ ସିରିଜ ହାତେଇବ । ଫଳରେ ଏହି ମ୍ୟାଚକୁ ନେଇ ଖେଳାଳି ଓ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍କଣ୍ଠା ଓ ଉତ୍ସାହ ବଢିବାରେ ଲାଗିଛି ।

ଯୁବ ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ରୋହିତ ଶର୍ମା

ତେବେ ଆହତ ସମସ୍ୟା ଓ ବ୍ରିସବେନ ହୋଟେଲରେ ଅସୁବିଧା ଟିମ ଇଣ୍ଡିଆ ପାଇଁ ନୂଆ ଆହ୍ବାନ ହୋଇଛି । ମାତ୍ର ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି, "ପଡିଆ ବାହାରେ ଯାହା କିଛି ଘଟଣା ଘଟୁଛି ସେଥିରେ ସ୍କ୍ବାଡ ପ୍ରଭାବିତ ହୋଇପାରିବନି । ଆମେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳୁଛୁ, ବିଶ୍ବର ଅନ୍ୟତମ ଶ୍ରେଷ୍ଠ, ଶକ୍ତିଶାଳୀ ଆକ୍ରମଣ ବିପକ୍ଷରେ । ସେଥିପାଇଁ ମନୋବଳ ଓ ପ୍ରେରଣା ଭରପୁର ରହିଛି, ଏଥିପାଇଁ ହାଉସକିପିଂ କିମ୍ବା ରୁମ ସର୍ଭିସର ଆବଶ୍ୟକତା ନାହିଁ ।"

ତେବେ ଆବଶ୍ୟକୀୟ ସୁବିଧା ପାଇଁ ବିସିସିଆଇକୁ ଅବଗତ କରାଯାଇଛି । ବୋର୍ଡ, କ୍ରିକେଟ ଅଷ୍ଟ୍ରେଲିଆର ସଂପର୍କରେ ରହିଛି । ଖେଳାଳି କିମ୍ବା ଟିମ ମ୍ୟାନେଜମେଣ୍ଟ କେବଳ ଆଗାମୀ ମ୍ୟାଚ ଉପରେ ଫୋକସ କରୁଛନ୍ତି ।"

ବୁମରାଙ୍କୁ ନେଇ ଏବେବି ସମ୍ଭାବନା ରହିଛି । ମ୍ୟାଚ ଦିନ ସକାଳେ ଅର୍ଥାତ ଶୁକ୍ରବାର 4ର୍ଥ ଟେଷ୍ଟରେ ବୁମରା ଖେଳିବେ କି ନାହିଁ ନିଷ୍ପତ୍ତି ହେବ । ମେଡିକାଲ ଷ୍ଟାଫ୍‌ ତୀକ୍ଷ୍ଣ ନଜର ରଖିଛନ୍ତି, ଯଦି ବୁମରା ଖେଳିପାରିବେ, ତେବେ ଖେଳିବେ, ଯଦି ପାରିବେ ନାହିଁ ତେବେ ଖେଳିବେ ନାହିଁ । ଗାବା ଟେଷ୍ଟରେ ଭାରତୀୟ ଚୂଡାନ୍ତ ଏକାଦଶ ମ୍ୟାଚ ଦିନ ସକାଳେ ଚୂଡାନ୍ତ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 14, 2021, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.