ETV Bharat / sports

IND A vs AUS A: ରାହାଣେଙ୍କ ଅପରାଜିତ ଶତକ, ଇଣ୍ଡିଆ ଏ 237/8

author img

By

Published : Dec 6, 2020, 3:59 PM IST

ଅଷ୍ଟ୍ରେଲିଆ ଏ ବିପକ୍ଷ ଅଭ୍ୟାସ ମ୍ୟାଚର ପ୍ରଥମ ଦିନରେ ଅଜିଙ୍କ୍ୟ ରାହାଣେଙ୍କ ଶତକ, ଇଣ୍ଡିଆ ଏ 237/8 । ଅଧିକ ପଢନ୍ତୁ...

IND A vs AUS A: Rahane hits century as visitors finish Day 1 on 237/8
IND A vs AUS A: ରାହାଣେଙ୍କ ଅପରାଜିତ ଶତକ, ଇଣ୍ଡିଆ ଏ 237/8

ସିଡନୀ: ଅଷ୍ଟ୍ରେଲିଆ ଏ ଓ ଇଣ୍ଡିଆ ଏ ମଧ୍ୟରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚ ପ୍ରଥମ ଦିନ ଖେଳ ଶେଷ ହୋଇଛି । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଜିଙ୍କ୍ୟ ରାହାଣେଙ୍କ ଦମଦାର ଉପଯୋଗୀ ଶତକ ସହାୟତାରେ ସମ୍ମାନଜନକ ସ୍ଥିତିରେ ରହିଛି । ଭ୍ରମଣକାରୀ ଦଳର ସ୍କୋର 237/8 ରହିଛି ।

IND A vs AUS A: Rahane hits century as visitors finish Day 1 on 237/8
ରାହାଣେଙ୍କ ଅପରାଜିତ ଶତକ, ଇଣ୍ଡିଆ ଏ 237/8

ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ପରେ, ଦୁଇ ଇଣ୍ଡିଆ ଏ ଓପନର ଶୁଭମନ ଗିଲ ଓ ପୃଥ୍ବୀ ଶ ଇଂନିସର 3 ଓଭର ମଧ୍ୟରେ ପାଭିଲିୟନ ଫେରିଥିଲେ । ମାଇକେଲ ନେଜର, ଗିଲଙ୍କ ୱିକେଟ ହାସଲ କରିଥିବାବେଳେ, ଜେମ୍ସ ପାଟିନସନଙ୍କ ଶିକାର ହୋଇଥିଲେ ଶ ।

ତେବେ ଚେତେଶ୍ବର ପୂଜାରା ଓ ହନୁମା ବିହାରୀ ଇଂନିସକୁ ଆଗକୁ ବଢାଇଥିଲେ । ବିହାରୀ ଆଉଟ ହେବାପରେ, ପୂଜାରାଙ୍କ ସହ ମିଶି ରାହାଣେ କଙ୍ଗାରୁ ବୋଲରଙ୍କୁ ଉଚିତ ମୁକାବିଲା କରିଥିଲେ । ଏଥିସହ ସ୍କୋର 100 ପାର କରାଇଥିଲେ । ଅର୍ଦ୍ଧଶତକୀୟ ଇଂନିସ ଖେଳିବା ପରେ ପୂଜାରା ପାଟିନସନଙ୍କ ଦ୍ବାରା ଆଉଟ ହୋଇଥିଲେ ।

121 ରନରେ 5 ୱିକେଟ ହରାଇ ସଙ୍କଟରେ ପଡିଥିଲା ଇଣ୍ଡିଆ ଏ . ତେବେ ରାହାଣେ ନିମ୍ନକ୍ରମ ବ୍ୟାଟ୍ସମ୍ୟାନଙ୍କ ସହ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ଜାରି ରଖିବା ସହ ଶତକ ପୂରଣ କରିଥିଲେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଇଣ୍ଡିଆ ଏର ସ୍କୋର 237/8ରହିଛି । ଦ୍ବିତୀୟ ଦିନ ରାହାଣେ ଓ ମହମ୍ମଦ ସିରାଜ ଅସମାପ୍ତ ସ୍କୋରରୁ ଇଂନିସ ଆରମ୍ଭ କରିବେ ।

ସଂକ୍ଷିପ୍ତ ସ୍କୋର: ଇଣ୍ଡିଆ ଏ 237/8(ଅଜିଙ୍କ୍ୟ ରାହାଣେ 108*, ଚେତେଶ୍ବର ପୂଡାରା 54, ଜେମ୍ସ ପାଟିନସନ 3-58) ବନାମ ଅଷ୍ଟ୍ରେଲିଆ ଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.