ETV Bharat / sports

କ୍ବାରେଣ୍ଟିନରେ ରହିବେନି ଇଂଲଣ୍ଡ-ଅଷ୍ଟ୍ରେଲିଆ ଖେଳାଳି: ଆରସିବି ଚେୟାରମ୍ୟାନ

ଆଇପିଏଲ ଖେଳିବା ପାଇଁ ୟୁଏଇରେ ପହଞ୍ଚିବା ପରେ, କ୍ବାରେଣ୍ଟିନରେ ରହିବେନି ଆଇପିଏଲ ଅନୁବନ୍ଧିତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି । କାରଣ ଜୈବ ସୁରକ୍ଷିତ ପରିବେଶରେ ପୂର୍ବରୁ ରହିଛନ୍ତି ଏହି ଖେଳାଳି ।

author img

By

Published : Aug 20, 2020, 7:43 PM IST

'In bio-bubble already, England and Australia players will play all IPL games'
କ୍ବାରେଣ୍ଟିନରେ ରହିବେନି ଇଂଲଣ୍ଡ-ଅଷ୍ଟ୍ରେଲିଆ ଖେଳାଳି: ଆରସିବି ଚେୟାରମ୍ୟାନ

ହାଇଦ୍ରାବାଦ: ଆଇପିଏଲ ଖେଳିବା ପାଇଁ ୟୁଏଇରେ ପହଞ୍ଚିବା ପରେ, କ୍ବାରେଣ୍ଟିନରେ ରହିବେନି ଆଇପିଏଲ ଅନୁବନ୍ଧିତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି । କାରଣ ଜୈବ ସୁରକ୍ଷିତ ପରିବେଶରେ ପୂର୍ବରୁ ରହିଛନ୍ତି ଏହି ଖେଳାଳି । ଫଳରେ ସେମାନଙ୍କୁ ଆଇପିଏଲର ସୁରକ୍ଷିତ କ୍ୟାମ୍ପରେ ରହିବାକୁ କ୍ବାରେଣ୍ଟିନର ଆବଶ୍ୟକତା ନଥିବା କହିଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଚେୟାରମ୍ୟାନ ସଞ୍ଜିବ ଛୁରିୱାଲା ।

ଅଷ୍ଟ୍ରେଲିଆ କ୍ରିକେଟର ଆରୋନ ଫିଞ୍ଚ ଓ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ ଆରସିବି ଟିମର ସଦସ୍ୟ ରହିଛନ୍ତି । ତେବେ ଉଭୟ ଖେଳାଳି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଟି-20 ଓ ଦିନିକିଆ ସିରିଜ ସଦସ୍ୟ ରହିଛି । ଆଇପିଏଲ ପୂର୍ବରୁ ଏହି ସିରିଜ ଖେଳାଯିବ ।

ସେପ୍ଟେମ୍ବର 4ରୁ 16 ପର୍ଯ୍ୟନ୍ତ ଏହି ସିରିଜ ଖେଳାଯିବ ।

ଅନ୍ୟପଟେ ଆଇପିଏଲ ସେପ୍ଟେମ୍ବର 19ରୁ ଆରମ୍ଭ ହେବାନେଇ ଧାର୍ଯ୍ୟ ହୋଇଛି । ଏକ ସ୍ବତନ୍ତ୍ର ବିମାନରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ଆଇପିଏଲ ପାଇଁ ସେପ୍ଟେମ୍ବର 17ରେ ୟୁଏଇରେ ପହଞ୍ଚିବେ ।

ପୂର୍ବରୁ ବିସିସିଆଇର ଏସଓପି ଅନୁଯାୟୀ, ପ୍ରତ୍ୟେକ ଖେଳାଳିଙ୍କୁ ୟୁଏଇରେ କ୍ବାରେଣ୍ଟିନରେ ରହିବାକୁ ନିୟମ ରହିଥିଲା । ତେବେ ଜୈବ ସୁରକ୍ଷିତ ପରିବେଶରେ ପୂର୍ବରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଖେଳାଳି ରହିଥିବାରୁ କ୍ବାରେଣ୍ଟିନକୁ ବାରଣ ପାଇଁ ଛୁରିୱାଲା କହିଛନ୍ତି । ତେବେ ସେମାନଙ୍କୁ ଅନ୍ୟ ଖେଳାଳିଙ୍କ ପରି କୋଭିଡ ଟେଷ୍ଟର ସାମ୍ନା କରିବାକୁ ହେବ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଖେଳାଳି ଅଗଷ୍ଟ 22ରେ ୟୁଏଇରେ ପହଞ୍ଚିବେ । ଶ୍ରୀଲଙ୍କା ଖେଳାଳି ସେପ୍ଟେମ୍ବର ପହିଲାରେ ପହଞ୍ଚିବେ । ଏବି ଡିଭିଲିୟର୍ସ, କ୍ରିସ ମୋରିସ ଓ ଡେଲ ଷ୍ଟେନ ଆରସିବି ଟିମର ପ୍ରମୁଖ ଖେଳାଳି ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.