ETV Bharat / sports

ଅମ୍ପାୟାର କଲ ନିୟମକୁ ଆଇସିସି କ୍ରିକେଟ ସମିତିର ସମର୍ଥନ - ଅମ୍ପାୟାର କଲକୁ ଆଇସିସିର କ୍ରିକେଟ ସମିତିର ସମର୍ଥନ

ବିଭିନ୍ନ ବାଦ ବିବାଦ ସତ୍ତ୍ବେ ମ୍ୟାଚରେ ଅମ୍ପାୟାର କଲ ନିୟମକୁ ସମର୍ଥନ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସମିତି । ଆଇସିସି ସମିତି ଡିଆରଏସରେ ରହିଥିବା ଅମ୍ପାୟାର କଲ ନିୟମ ପକ୍ଷରେ ମତ ଦେଇଛି । ଅଧିକ ପଢନ୍ତୁ...

ଅମ୍ପାୟାର କଲ ନିୟମକୁ ଆଇସିସିର କ୍ରିକେଟ ସମିତିର ସମର୍ଥନ

author img

By

Published : Mar 24, 2021, 8:35 PM IST

ଦୁବାଇ: ବିଭିନ୍ନ ବାଦ ବିବାଦ ସତ୍ତ୍ବେ ମ୍ୟାଚରେ ଅମ୍ପାୟାର କଲ ନିୟମକୁ ସମର୍ଥନ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ସମିତି। ଆଇସିସି ସମିତି ଡିଆରଏସରେ ରହିଥିବା ଅମ୍ପାୟାର କଲ ନିୟମ ପକ୍ଷରେ ମତ ଦେଇଛି । ଏହି ମତ ନେଇ ମୁଖ୍ୟ କାର୍ଯ୍ୟକାରୀ ସମିତିର ଆଗାମୀ ଭର୍ଚୁଆଲ ବୈଠକରେ ଆଲୋଚନା କରାଯିବ।

ମାର୍ଚ୍ଚ ମାସ ଆରମ୍ଭରେ ଡିଆରଏସରେ ରହିଥିବା ଅମ୍ପାୟାର କଲ ନିୟମକୁ ନେଇ ଆଲୋଚନା କରିଥିଲା ଆଇସିସି। କିଭଳି ଭାବରେ ଏହାକୁ ପରିଚାଳନା କରାଯିବ ଓ ଏହା ଖେଳାଳିଙ୍କୁ କିଭଳି ଭାବରେ ବୁଝାଯାଇପାରିବ ସେନେଇ ଆଲୋଚନା ହୋଇଥିଲା। ଏଥିପାଇଁ ଦର୍ଶକ ଓ ପ୍ରଶଂସକଙ୍କୁ ବି ସାମିଲ କରାଯାଇଛି।

ଭାରତୀୟ ଅଧିନାୟକ ବିରାଟ କୋହଲି ଅମ୍ପାୟାର କଲ ନିୟମକୁ ନେଇ ଅସନ୍ତୋଷ ଜାହିର କରିଥିଲେ। ଏହି ନିୟମ କ୍ରିକେଟ ପଡ଼ିଆରେ ଭ୍ରମ ସୃଷ୍ଟି କରୁଛି ବୋଲି ସେ ମନ୍ତବ୍ୟ ଦେଇଥିଲେ। ଇଂଲଣ୍ଡ ବିପକ୍ଷରେ ଶେଷ ଟି-20 ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଓ ୱାଶିଂଟନ ସୁନ୍ଦରଙ୍କୁ ଅମ୍ପାୟାର କଲ ମୁତାବକ ଆଉଟ ଦିଆଯାଇଥିଲା। ଏହାପରେ କୋହଲି ଏହା ଉପରେ ଟିପ୍ପଣୀ ଦେଇଥିଲେ।

ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେଙ୍କ ଅଧ୍ୟକ୍ଷତାରେ ଆଇସିସିର ଏହି କ୍ରିକେଟ ସମିତିରେ ଆଣ୍ଡ୍ର୍ୟୁ ଷ୍ଟ୍ରସ, ରାହୁଲ ଦ୍ରାବିଡ଼, ମାହେଲା ଜୟବର୍ଦ୍ଧନେ ଓ ଶନ ପୋଲକ ଭଳି ଖେଳାଳି ସାମିଲ ଅଛନ୍ତି। ଏହି ସମିତି ମୁତାବକ ଅମ୍ପାୟାର କଲ ନିୟମ ରହିବା ଦରକାର। କାରଣ ବଲ ଟ୍ରାକିଂ ଟେକ୍ନିକ ଶତ ପ୍ରତିଶତ ଠିକ ହୋଇନପାରେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.