ETV Bharat / sports

ବିଶ୍ବକପ: କିୱିର ଅଧିନାୟକ କେନ ୱିଲିୟମ୍‌ସନଙ୍କ ଲଗାତାର 2ୟ ଶତକ - straight century

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ 106 ରନ୍‌ର ମ୍ୟାଚ୍ ବିଜୟୀ ପାଳି‌ ଖେଳିଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 148 ରନ୍‌ର ଆଉ ଏକ ଚମତ୍କାର ଶତକ ହାସଲ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Jun 23, 2019, 3:12 PM IST

ମାଞ୍ଚେଷ୍ଟର୍‌: ବିଶ୍ବକପର ଟପ୍‌-4 ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଗଣାଯାନ୍ତି କିୱି ଦଳର ଅଧିନାୟକ କେନ୍ ୱିଲିୟମ୍‌ସନ୍ । ତେବେ ଚଳିତ ବିଶ୍ବକପରେ ଲଗାତର 2ଟି ଶତକ ଯୋଡି ସେ ପ୍ରମାଣିତ କରି ଦେଇଛନ୍ତି ଯେ, ସେ ହେଉଛନ୍ତି ବିଶ୍ବର ମହାନ ଖେଳାଳି ।

Kane Williamson
ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ତେବେ ଦୁଇ ଦିନ ତଳେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜତି 106 ରନ୍‌ର ମ୍ୟାଚ୍ ବିଜୟୀ ପାଳି‌ ଖେଳିଥିବା ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ ଶନିବାର ୱେଷ୍ଟଇଣ୍ଡିଜ୍ ବିପକ୍ଷରେ 148 ରନ୍‌ର ଆଉ ଏକ ଚମତ୍କାର ଶତକ ହାସଲ କରିଛନ୍ତି । ସେ 154 ବଲରୁ 14ଟି ଚୌକା ଓ ଗୋଟିଏ ଛକା ସହ 148ରନର ଏହି ଧୈର୍ଯ୍ୟପୂର୍ଣ୍ଣ ପାଳି ଖେଳିଥିଲେ ।

ତେବେ 291 ରନର ଧାର୍ଯ୍ୟ ଲକ୍ଷ୍ୟକୁ ପଛା କରି 49ତମ ଓଭରରେ ସମସ୍ତ ୱିକେଟ ହରାଇ 286 ରନ କରିପାରିଥିଲା କାରବିଆନ ଦଳ । ତେବେ ବିଜୟ ଆଡକୁ ଗତି କରୁଥିବା କାରବିଆନ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବ୍ରାଥ୍‌ୱେଟ 48ତମ ଓଭରର ଶେଷ ବଲର ଏକ ଛକା ମାରିବା ପ୍ରୟାସ କରି କ୍ୟାଚ ଆଉଟ ହୋଇଥିଲେ । ଫଳରେ ବିଜୟୀ ମ୍ୟାଚକୁ ହାତ ଛଡା କରିଥିଲା ୱେଷ୍ଟଇଣ୍ଡିଜ୍‌ ଦଳ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.