ETV Bharat / sports

ବିଶ୍ୱକପ: ୱେଷ୍ଟଇଣ୍ଡିଜକୁ 8 ୱିକେଟରେ ହରାଇଲା ଇଂଲଣ୍ଡ - WEST INDIES

ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ହରାଇ 8 ୱିକେଟରେ ବିଜୟୀ ହୋଇଛି । ଜୋ ରୁଟ ମ୍ୟାନ ଅଫ ଦି ମ୍ୟାଚ ଭାବେ ବିବେଚିତ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(Twitter@cricketworldcup)
author img

By

Published : Jun 14, 2019, 10:25 PM IST

Updated : Jun 18, 2019, 10:56 AM IST

ସାଉଥହମ୍ପଟନ: ବିଶ୍ବକପରେ ଶୁକ୍ରବାର ଘରୋଇ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ମୁକାବଲା ହୋଇଥିଲା । ଏଥିରେ ଇଂଲଣ୍ଡ 8ୱିକେଟରେ ବିଜୟୀ ହୋଇଛି । ଜୋ ରୁଟ 94 ବଲରେ 100ରନର ଦମଦାର ଇନିଂସ ଖେଳିଥିଲେ । ଜନି ବେୟାରଷ୍ଟୋ 46 ବଲରେ 45 ରନର ପାଳି ଖେଳିଥିଲେ । କ୍ରିସ ୱକ୍ସ 54 ବଲରେ 40 ରନର ପାଳି ଖେଳିଥିଲେ । ଫଳରେ ଇଂଲଣ୍ଡ ଏକତରଫା ବିଜୟ ହାସଲ କରିଛି । 4ମ୍ୟାଚରୁ 3 ବିଜୟ ଓ 1ପରାଜୟ ସହ 6 ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନରେ ପହଞ୍ଚିଯାଇଛି ଇଂଲଣ୍ଡ । ଜୋ ରୁଟ ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।

ICC
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(Twitter@cricketworldcup)

ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ 212ରନ କରି ଅଲଆଉଟ ହୋଇଯାଇଥିଲା । ସଂପୂର୍ଣ୍ଣ 50 ଓଭର ଖେଳି ପାରିନଥିଲା ୱେଷ୍ଟଇଣ୍ଡିଜ ଦଳ । ଇଂଲଣ୍ଡ ବୋଲରଙ୍କୁ ସାମ୍ନା କରିନପାରି 44.4 ଓଭରରେ ଅଲଆଉଟ ହୋଇଯାଇଥିଲା ଇଣ୍ଡିଜ ।

ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୁରୋନ ସର୍ବାଧିକ 63ରନ କରିଥିଲେ । କ୍ରିସ ଗେଲ 36, ସିମ୍ରନ ହେଟମେୟର 39ରନ ପାଳି ଖେଳିଥିଲେ । ୱେଷ୍ଟଇଣ୍ଡିଜର 5ଜଣ ବ୍ୟାଟ୍ସ ମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର 2ଟି ବଲରେ 2ଟି ୱିକେଟ ନେଇ ହାଟ୍ରିକ ସୁଯୋଗ ସୃଷ୍ଟି କରିଥିଲେ ।

ଇଂଲଣ୍ଡ ପକ୍ଷରୁ ମାର୍କ ଉଡ 3ଟି, ଜୋଫ୍ରା ଆର୍ଚର 3ଟି, ଜୋ ରୁଟ 2ଟି, କ୍ରିସ ୱକ୍ସ ଓ ପ୍ଲଙ୍କେଟ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 18, 2019, 10:56 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.