ନୂଆଦିଲ୍ଲୀ: 47ବର୍ଷରେ ବିଶ୍ବ କ୍ରିକେଟର 'ମାଷ୍ଟର ବ୍ଳାଷ୍ଟର' ଓ ଭାରତୀୟ କ୍ରିକେଟର ଭିଷ୍ମ ପିତାମହ ସଚିନ ତେନ୍ଦୁଲକର । ନିଜେ ସଚିନ ମହାମାରୀ କୋରୋନା ସ୍ଥିତିପାଇଁ ଜନ୍ମଦିନ ପାଳିନର ବାରଣ କରିଛନ୍ତି । ମାତ୍ର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ନିଆରା ଢଙ୍ଗରେ ସଚିନଙ୍କୁ ଜଣାଇଛି ଜନ୍ମଦିନର ଶୁଭେଚ୍ଛା । ସଚିନଙ୍କ ଉଦ୍ଦେଶ୍ୟରେ କ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ମହାନ ବ୍ୟାଟ୍ସମ୍ୟାନ କହିଛି ଆଇସିସି ।
-
Happy birthday to Sachin Tendulkar, the most prolific batsman of all time!
— ICC (@ICC) April 24, 2020 " class="align-text-top noRightClick twitterSection" data="
To celebrate, we will give you the opportunity to vote for his top ODI innings in a bracket challenge!
Stay tuned to join the celebrations 🎂 pic.twitter.com/3orof9LAvs
">Happy birthday to Sachin Tendulkar, the most prolific batsman of all time!
— ICC (@ICC) April 24, 2020
To celebrate, we will give you the opportunity to vote for his top ODI innings in a bracket challenge!
Stay tuned to join the celebrations 🎂 pic.twitter.com/3orof9LAvsHappy birthday to Sachin Tendulkar, the most prolific batsman of all time!
— ICC (@ICC) April 24, 2020
To celebrate, we will give you the opportunity to vote for his top ODI innings in a bracket challenge!
Stay tuned to join the celebrations 🎂 pic.twitter.com/3orof9LAvs
ଭାରତର ମହାରାଷ୍ଟ୍ରରେ ଜନ୍ମିତ ସଚିନ ବିଶ୍ବକ୍ରିକେଟରେ ମହାନତମ କ୍ରିକେଟର ହୋଇରହିଛନ୍ତି । ବର୍ତ୍ତମାନ ପିଢିର ବିଶ୍ବର ଅନେକ କ୍ରିକେଟରଙ୍କ ସେ ଆଦର୍ଶ । କୋଟିକୋଟି ଭାରତୀୟଙ୍କ ବିଶ୍ବାସ, ସବୁଠୁ ଭରଷାମାନ ଓ ପସନ୍ଦର କ୍ରିକେଟର ରହିଛନ୍ତି ।
15 ନଭେମ୍ବର 1989ରେ ଟେଷ୍ଟ ଡେବ୍ୟୁ ଓ ସମାନ ବର୍ଷ ଡିସେମ୍ବରରେ ଦିନିକିଆରେ ଡେବ୍ୟୁ କରିଥିଲେ ସଚିନ । ଏହାପରେ ଭାରତୀୟ କ୍ରିକେଟ ସହ ବିଶ୍ବ କ୍ରିକେଟ ଇତିହାସରେ ଏକ ସ୍ବର୍ଣ୍ଣିନ ଯୁଗର ଆରମ୍ଭ ହୋଇଥିଲା ।
ଦିନିକିଆ କ୍ରିକେଟରେ ବିଶ୍ବରେ ସର୍ବଧିକ ରନହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି ସଚିନ । 49 ଶତକ ସହ ମୋଟ 18,426 ଦିନିକିଆ ରନ ସଚିନଙ୍କ ନାମରେ ରହିଛି । କ୍ରିକେଟର ଲମ୍ବା ଫର୍ମାଟରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି ମହାନ କ୍ରିକେଟର ସଚିନ ତେନ୍ଦୁଲକର ।
51 ଶତକ ସହ 15,929 ଟେଷ୍ଟ ରନ ସଂଗ୍ରହ କରିଛନ୍ତି । ଏଥିସହିତ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି । 24 ବର୍ଷର କ୍ରିକେଟ କ୍ୟାରିୟରରେ 2011 ଦିନିକିଆ କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି ସଚିନ ତେନ୍ଦୁଲକର ।