ETV Bharat / sports

ଚମ୍ପିଆନ ନିଶାରେ କ୍ରିକେଟ ମର୍ଯ୍ୟଦା ଭୁଲିଲା ବାଂଲାଦେଶ - Bangladesh skipper Akbar

ପ୍ରଥମ ଥର ପାଇଁ ଆଇସିସି 19 ବର୍ଷରୁ କମ ବିଶ୍ବକପ ଚମ୍ପିଆନ ହୋଇଛି ବାଂଲାଦେଶ । ତେବେ ମ୍ୟାଚ ଶେଷ ହେବାପରେ ବାଂଲାଦେଶ ଖେଳାଳିଙ୍କ ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉଛି। ଅଧିକ ପଢନ୍ତୁ...

final was unfortunate
ବିଶ୍ବ ଚମ୍ପିଆନ ବାଂଲାଦେଶର ଅଶୋଭନୀୟ ବ୍ୟବହାର
author img

By

Published : Feb 10, 2020, 9:06 AM IST

Updated : Feb 10, 2020, 9:20 AM IST

ପୋଟଚେଷ୍ଟ୍ରମ: ପ୍ରଥମ ଥର ପାଇଁ ଆଇସିସି 19 ବର୍ଷରୁ କମ ବିଶ୍ବକପ ଚମ୍ପିଆନ ହୋଇଛି ବାଂଲାଦେଶ । ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ 3 ୱିକେଟରେ ବିଜୟୀ ହୋଇ ନୂଆ ବିଶ୍ବ ଚମ୍ପିଆନ ହୋଇଛି ଜୁନିୟର ବାଂଲାବାହିନୀ । ଫଳରେ ଭାରତର 5ମଥର ଚମ୍ପିଆନ ଆଖ୍ୟା ଅର୍ଜନ କରିବାରୁ ବଞ୍ଚିତ ହୋଇଛି ।

  • Amazing scenes here in Potchefstroom as Bangladesh pull off a miraculous victory and are the u/19 world champions.. well fought india.. standard of cricket today and throughout this tournament has been world class.. congrats Bangladesh #U19WorldCup #FutureStars pic.twitter.com/JD7re0KLo2

    — JP Duminy (@jpduminy21) February 9, 2020 " class="align-text-top noRightClick twitterSection" data=" ">

ତେବେ ମ୍ୟାଚ ଶେଷ ହେବାପରେ ବାଂଲାଦେଶ ଖେଳାଳିଙ୍କ ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉଛି। ବିଜୟ ପରେ ବାଂଲାଦେଶ ଖେଳାଳିମାନେ ପଡିଆକୁ ଆସିଯାଇଥିଲେ । ଏମିତିକି ଭାରତୀୟ ଖେଳାଳିଙ୍କ ସାମ୍ନାରେ ଠିଆ ହୋଇ ଆକ୍ରମଣାତ୍ମକ ଭଙ୍ଗିରେ ଖୁସି ମନାଇଥିଲେ । ଫଳରେ ଭାରତୀୟ ଖେଳାଳି ହାତରେ ସାମ୍ନାରୁ ହଟିବାକୁ କହିବାର ଦେଖାଯାଇଥିଲା। ଏହାପରେ ଦୁଇ ଅମ୍ପାୟାର ଓ ଅନ୍ୟ ଖେଳାଳି ଆସି ବୁଝାସୁଝା କରିଥିଲେ। ପୂର୍ବରୁ ମ୍ୟାଚ ସମୟରେ ବାଂଲାଦେଶ ଖେଳାଳି, ଭାରତୀୟ ଖେଳାଳିଙ୍କ ଉଦ୍ଦେଶ୍ୟରେ ଆପତ୍ତିଜନକ ଭାଷାର ବ୍ୟବହାର କରୁଥିବା ଦେଖାଯାଇଥିଲା। ଏହାକୁ ମ୍ୟାଚ ପରେ ବାଂଲାଦେଶ କ୍ୟାପଟେନ ଆକବର ଅଲ୍ଲୀ ସ୍ବୀକାର କରିଥିଲେ ଏବଂ ଏହି ବ୍ୟବହାର ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।

ମାତ୍ର 178 ରନର ବିଜୟ ଲକ୍ଷ୍ୟ ବାଂଲାଦେଶ ପାଇଁ କଷ୍ଟକର ହୋଇପଡିଥିଲା । ବ୍ୟାଟିଂରେ ସାମାନ୍ୟ ଦୁର୍ବଳ ପ୍ରଦର୍ଶନ ପରେ, ଭାରତୀୟ ବୋଲର କମ ସ୍କୋରକୁ ଡିଫେଣ୍ଡ ପାଇଁ ସମସ୍ତ ଜୋର ଲଗାଇଥିଲେ । ତେବେ ଅତିରିକ୍ତ 33ରନ ଭାରତକୁ ମହଙ୍ଗା ପଡିଥିଲା ।

ବିଜୟ ପାଇଁ ଭାରତ ଶେଷ 3 ୱିକେଟ ଆବଶ୍ୟକ କରୁଥିବାବେଳେ, ବାଂଲାଦେଶ 19 ରନ ଆବଶ୍ୟକ କରୁଥିଲା । ଏହାପରେ ପୋଟଚେଷ୍ଟ୍ରମ ଷ୍ଟାଡିୟମରେ ବର୍ଷା ମ୍ୟାଚର ସଂଘର୍ଷକୁ ବାଂଲାଦେଶ ପାଇଁ ସହଜ କରିଦେଇଥିଲା । କିଛି ସମୟ ଖେଳ ବନ୍ଦ ପରେ, D/L ନିୟମ ଅନୁଯାୟୀ ମ୍ୟାଚ 46 ଓଭରକୁ କମାଇ ଦିଆଯାଇଥିଲା । ଫଳରେ ବାଂଲାଦେଶ ପାଇଁ ବିଜୟ ଲକ୍ଷ୍ୟ 170 ସହ ଶେଷ ଭାଗରେ ମାତ୍ର 2ରନ ରହିଥିଲା । ଏହାକୁ ସଫଳତାର ସହ ହାସଲ କରିନେଇଥିଲା ବାଂଲାଦେଶ ।

Intro:Body:

SDF

Conclusion:
Last Updated : Feb 10, 2020, 9:20 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.