ଦୁବାଇ: ପ୍ରକାଶ ପାଇଛି ଆଇସିସି ଟି-20 ମାନ୍ୟତା । ଏହି ମାନ୍ୟତାରେ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ଲୋକେଶ ରାହୁଲ । ଶ୍ରେଷ୍ଠ 10 ସ୍ଥାନ ମଧ୍ୟରେ 2ୟ ସ୍ଥାମକୁ ଉନ୍ନୀତ ହୋଇଛନ୍ତି ଟିମ ଇଣ୍ଡିଆର ଏହି ୱିକେଟ କିପର ବ୍ୟାଟ୍ସମ୍ୟାନ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-20 ସିରିଜରେ ରାହୁଲଙ୍କ ବ୍ୟାଟରୁ ରନ ବିସ୍ପୋରଣ ହୋଇଥିଲା । ଏମିତିକି ଓପନର, ୱିକେଟ କିପର, କ୍ୟାପଟେନ ଭଳି ଏକାଧିକ ଭୁମିକା ନିଭାଇଥିଲେ ରାହୁଲ । ମ୍ୟାଚ ଅଫ ଦ ସିରିଜ ମଧ୍ୟ ରହିଥିଲେ ରାହୁଲ ।
ସଦ୍ୟ ପ୍ରକାଶିତ ମାନ୍ୟତାରେ କ୍ୟାପଟେନ ବିରାଟ କୋହଲି 9ମ ଓ ରୋହିତ ଶର୍ମା 3ଟି ସ୍ଥାନ ଉପରକୁ ଉଠି 10 ସ୍ଥାନରେ ପହଞ୍ଚିଛନ୍ତି । ପାକିସ୍ତାନର ବାବର ଆଜାମ 879 ପଏଣ୍ଟ ସହ ପୂର୍ବପରି ପ୍ରଥମ ସ୍ଥାନରେ ରହିଛନ୍ତି ।