ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଶନିବାର ଭାରତର ପୂର୍ବତନ ଅଧିନାୟକ ତଥା ଭାରତୀୟ ମିଡିଲ ଅର୍ଡରର ‘ଦ ୱାଲ୍' ରାହୁଲ ଦ୍ରାବିଡଙ୍କର ଏକ ଆଇକନିକ ଟେଷ୍ଟ ରେକର୍ଡ ସେୟାର କରିଛି ।
ଖେଳକୁ ଆକର୍ଷଣୀୟ କରିବା ପାଇଁ ସେ ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ପରିଗଣିତ ହୋଇଥିଲେ ଏବଂ ତାଙ୍କ ନାମରେ ଏକାଧିକ ରେକର୍ଡ କରିଥିଲେ । ଟିମ ଇଣ୍ଡିଆ ପାଇଁ ଦୀର୍ଘତମ ଫର୍ମାଟରେ ଦ୍ରାବିଡ କାହିଁକି ଏକ ଗୁରୁତ୍ବପୂର୍ଣ୍ଣ ଖେଳାଳି ହେଲେ, ତାହା ଆଇସିସିର ପୋଷ୍ଟରୁ ସ୍ପଷ୍ଟ ଅନୁମେୟ ।
ଆଇସିସି ଟ୍ବିଟରରେ ପୋଷ୍ଟ ଲେଖିଛି, ‘‘31,258- ରାହୁଲ ଦ୍ରାବିଡ ଟେଷ୍ଟ କ୍ରିକେଟରେ ଅନ୍ୟମାନଙ୍କ ତୁଳନାରେ ସର୍ବାଧିକ ବଲ ସାମ୍ନା କରିଛନ୍ତି । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ 30,000 ଡେଲିଭରି ମଧ୍ୟ ଅତିକ୍ରମ କରି ନାହାଁନ୍ତି । ଦ୍ରାବିଡ ତାଙ୍କ କ୍ୟାରିୟରରେ ପ୍ରତି ଟେଷ୍ଟ ମ୍ୟାଚରେ ହାରାହାରି 190.6 ବଲର ସମ୍ମୁଖୀନ ହୋଇଥିଲେ।’’
-
3️⃣1️⃣,2️⃣5️⃣8️⃣ – Rahul Dravid has faced more balls than anyone else in Test cricket.
— ICC (@ICC) July 11, 2020 " class="align-text-top noRightClick twitterSection" data="
No other batsman has even crossed 30,000 deliveries!
Dravid faced an average of 190.6 balls per Test match across his career 👏#ICCHallOfFame pic.twitter.com/G4D6LWBqLV
">3️⃣1️⃣,2️⃣5️⃣8️⃣ – Rahul Dravid has faced more balls than anyone else in Test cricket.
— ICC (@ICC) July 11, 2020
No other batsman has even crossed 30,000 deliveries!
Dravid faced an average of 190.6 balls per Test match across his career 👏#ICCHallOfFame pic.twitter.com/G4D6LWBqLV3️⃣1️⃣,2️⃣5️⃣8️⃣ – Rahul Dravid has faced more balls than anyone else in Test cricket.
— ICC (@ICC) July 11, 2020
No other batsman has even crossed 30,000 deliveries!
Dravid faced an average of 190.6 balls per Test match across his career 👏#ICCHallOfFame pic.twitter.com/G4D6LWBqLV
ଦ୍ରାବିଡଙ୍କ କ୍ୟାରିଅର୍ 1994 ରୁ 2012 ମଧ୍ୟରେ ରହିଥିଲା ଏବଂ ସେ 164 ଟେଷ୍ଟରେ ପ୍ରଦର୍ଶନ କରିଥିଲେ । ତାଙ୍କର ଏହି ରେକର୍ଡ ଆହୁରି ଅବିଶ୍ବସନୀୟ ହୋଇଛି କାରଣ ଟପ ତିନିରେ ଥିବା ଦୁଇ ବ୍ୟାଟ୍ସମ୍ୟାନ ଦ୍ରାବିଡ଼ଙ୍କ ଅପେକ୍ଷା ଅଧିକ ମ୍ୟାଚ ଖେଳିଛନ୍ତି କିନ୍ତୁ କମ ବଲକୁ ସାମ୍ନା କରିଛନ୍ତି ।
କ୍ରିକେଟ ଆଇକନ୍ ସଚିନ ତେନ୍ଦୁଲକର 200 ଟି ଟେଷ୍ଟ ଖେଳି 29,437 ବଲର ସମ୍ମୁଖୀନ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଲରାଉଣ୍ଡର ଜ୍ୟାକ କାଲିସ୍ ତାଙ୍କର 166 ଟେଷ୍ଟ କ୍ୟାରିୟରରେ 28,903 ବଲକୁ ସାମ୍ନା କରିଥିଲେ ।
ୱେଷ୍ଟଇଣ୍ଡିଜ୍ର ପୂର୍ବତନ ବ୍ୟାଟ୍ସମ୍ୟାନ ଶିବନାରାଇନ୍ ଚାନ୍ଦପାଲ୍ (27,395) ଏବଂ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଆଲାନ ବର୍ଡର (270,072) ଏହି ଚମତ୍କାର ରେକର୍ଡ ତାଲିକାରେ ଶ୍ରେଷ୍ଠ-ପାଞ୍ଚ ମଧ୍ୟରେ ରହିଛନ୍ତି ।
@IANS