ETV Bharat / sports

ଆଇସିସି ମାନ୍ୟତା: ଦିନିକିଆ ତାଲିକାର ଶୀର୍ଷରେ ବିରାଟ

author img

By

Published : Sep 17, 2020, 7:18 PM IST

871 ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ବ୍ୟାଟ୍ସମ୍ୟାନ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି ।

ICC Rankings: Virat Kohli maintains top spot in ODI chart
ଆଇସିସି ମାନ୍ୟତା: ଦିନିକିଆ ତାଲିକାର ଶୀର୍ଷରେ ବିରାଟ

ଦୁବାଇ: ପ୍ରକାଶ ପାଇଛି ଆଇସିସି ମାନ୍ୟତା । କୋରୋନା ମହାମାରୀ ଯୋଗୁଁ ବେଶ କିଛି ସମୟ ପଡିଆରେ ନଜର ଆସିନଥିଲେ ମଧ୍ୟ, ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ବ୍ୟାଟ୍ସମ୍ୟାନ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି । କୋହଲି 871 ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଏଥିସହିତ ଦ୍ୱିତୀୟ ସ୍ଥାନରେ 855 ପଏଣ୍ଟ ସହ ରୋହିତ ଶର୍ମା ରହିଛନ୍ତି ।

ICC Rankings: Virat Kohli maintains top spot in ODI chart
କ୍ରିସ ୱର୍କ୍ସ

ଅନ୍ୟପଟେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ଶ୍ରେଷ୍ଠ 10 ବ୍ୟାଟ୍ସମ୍ୟାନ ତାଲିକା ମଧ୍ୟରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ ସମାପ୍ତ ଦିନିକିଆରେ ସିରିଜରେ ବେୟାରଷ୍ଟୋ ଦମଦାର ପ୍ରଦର୍ଶନ କରିବା ସହ 196 ରନ ସଂଗ୍ରହ କରିଥିଲେ ।

ଜନ୍ନି ବେୟାରଷ୍ଟୋ

ଗ୍ଳେନ ମାକ୍ସୱେଲ

ଏଥିମଧ୍ୟରେ 3ୟ ଦିନିକିଆରେ 126 ବଲରୁ 112 ରନର ଇଂନିସ ସାମିଲ ରହିଛି । ଅନ୍ୟପଟେ ଇଂଲଣ୍ଡ ବିପକ୍ଷ ସିରିଜରେ ଶତକୀୟ ଇଂନିସ ଖେଳିଥିବା ଅଷ୍ଟ୍ରେଲିଆର ଗ୍ଳେନ ମାକ୍ସୱେଲ ଓ ଆଲେକ୍ସ କ୍ୟାରୀ ମଧ୍ୟ ମାନ୍ଯତାର ଉପରକୁ ଉଠିଛନ୍ତି ।

ବୋଲିଂ ମାନ୍ୟତାରେ ଇଂଲଣ୍ଡର କ୍ରିସ ୱର୍କ୍ସ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ 4ର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

⬆️ Chris Woakes enters top five
⬆️ Jofra Archer enters top 10

Major gains for England bowlers in the @MRFWorldwide ICC ODI Player Rankings for Bowling after the #ENGvAUS ODI series 👏

Updated rankings 👉 https://t.co/lRP67a820b pic.twitter.com/Q4FOFgBUkJ

— ICC (@ICC) September 17, 2020 " class="align-text-top noRightClick twitterSection" data=" ">

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଦୁବାଇ: ପ୍ରକାଶ ପାଇଛି ଆଇସିସି ମାନ୍ୟତା । କୋରୋନା ମହାମାରୀ ଯୋଗୁଁ ବେଶ କିଛି ସମୟ ପଡିଆରେ ନଜର ଆସିନଥିଲେ ମଧ୍ୟ, ସଦ୍ୟ ପ୍ରକାଶିତ ଆଇସିସି ଦିନିକିଆ ମାନ୍ୟତାରେ ବ୍ୟାଟ୍ସମ୍ୟାନ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି । କୋହଲି 871 ପଏଣ୍ଟ ସହ ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି । ଏଥିସହିତ ଦ୍ୱିତୀୟ ସ୍ଥାନରେ 855 ପଏଣ୍ଟ ସହ ରୋହିତ ଶର୍ମା ରହିଛନ୍ତି ।

ICC Rankings: Virat Kohli maintains top spot in ODI chart
କ୍ରିସ ୱର୍କ୍ସ

ଅନ୍ୟପଟେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋ ଶ୍ରେଷ୍ଠ 10 ବ୍ୟାଟ୍ସମ୍ୟାନ ତାଲିକା ମଧ୍ୟରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ସଦ୍ୟ ସମାପ୍ତ ଦିନିକିଆରେ ସିରିଜରେ ବେୟାରଷ୍ଟୋ ଦମଦାର ପ୍ରଦର୍ଶନ କରିବା ସହ 196 ରନ ସଂଗ୍ରହ କରିଥିଲେ ।

ICC Rankings: Virat Kohli maintains top spot in ODI chart
ଜନ୍ନି ବେୟାରଷ୍ଟୋ
ICC Rankings: Virat Kohli maintains top spot in ODI chart
ଗ୍ଳେନ ମାକ୍ସୱେଲ

ଏଥିମଧ୍ୟରେ 3ୟ ଦିନିକିଆରେ 126 ବଲରୁ 112 ରନର ଇଂନିସ ସାମିଲ ରହିଛି । ଅନ୍ୟପଟେ ଇଂଲଣ୍ଡ ବିପକ୍ଷ ସିରିଜରେ ଶତକୀୟ ଇଂନିସ ଖେଳିଥିବା ଅଷ୍ଟ୍ରେଲିଆର ଗ୍ଳେନ ମାକ୍ସୱେଲ ଓ ଆଲେକ୍ସ କ୍ୟାରୀ ମଧ୍ୟ ମାନ୍ଯତାର ଉପରକୁ ଉଠିଛନ୍ତି ।

ବୋଲିଂ ମାନ୍ୟତାରେ ଇଂଲଣ୍ଡର କ୍ରିସ ୱର୍କ୍ସ ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ପ୍ରଦର୍ଶନ ପରେ 4ର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଅଲରାଉଣ୍ଡର ତାଲିକାରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.