ETV Bharat / sports

କୋରୋନା ଭାଇରସ: ଆଇସିସି ପକ୍ଷରୁ 2ଟି ସିରିଜ ସ୍ଥଗିତ ଘୋଷଣା

author img

By

Published : Jun 11, 2020, 3:23 PM IST

ଆଇିସିସି ପୁରୁଷ ବିଶ୍ବକପ 2ୟ ଲିଗର 9ମ ସିରିଜ ଓ ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଚ୍ୟାଲେଞ୍ଜ ଲିଗ ବି ସ୍ଥଗିତ ହୋଇଛି ।

ICC postpones 2 series on road to World Cup 2023
କୋରୋନା ଭାଇରସ: ଆଇସିସି ପକ୍ଷରୁ 2ଟି ସିରିଜ ସ୍ଥଗିତ ଘୋଷଣା

ଦୁବାଇ: ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ଆଉ ଦୁଇଟି ସିରିଜ । ଆଇିସିସି ପୁରୁଷ ବିଶ୍ବକପ 2ୟ ଲିଗର 9ମ ସିରିଜ ଓ ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଚ୍ୟାଲେଞ୍ଜ ଲିଗ ବି ସ୍ଥଗିତ ହୋଇଛି । ଏନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଘୋଷଣା କରିଛି ।

ଜୁଲାଇ 4ରୁ 11 ପର୍ଯ୍ୟନ୍ତ ସ୍କଟଲାଣ୍ଡରେ ପୁରୁଷ କ୍ରିକେଟ ବିଶ୍ବକପ 9ମ ସିରିଜର 2ୟ ଲିଗ ଖେଳାଯିବା ନେଇ ସୂଚୀ ରହିଥିଲା । ନେପାଳ ଓ ନାମ୍ବିଆରେ ମଧ୍ୟ 6ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଥଲା ।

ସେହିପରି ଆଇସିସି ପୁରୁଷ କ୍ରିକେଟ ବିଶ୍ବକପ ଚ୍ୟାଲେଞ୍ଜ ଲିଗ ବି ଉଗାଣ୍ଡା ଠାରେ ଅଗଷ୍ଟ 3ରୁ 13 ପର୍ଯ୍ୟନ୍ତ ଖେଳାଯିବା ନେଇ ସୂଚୀ ରହିଥିଲା । ଏହି ଲିଗରେ 15ଟି ମ୍ୟାଚ ଖେଳାଯିବାର ଥିଲା । ବରମୁଡା, ହଂକଂ, ଇଟାଲି, ଜର୍ସି ଓ କେନିଆ ଏହି ସବୁ ମ୍ୟାଚର ଆୟୋଜକ ରହିଥିଲେ । 2023 କ୍ରିକେଟ ବିଶ୍ବକପରେ ଯୋଗ୍ୟତା ଅର୍ଜନ ପାଇଁ ଏହି ସବୁ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ରହିଥିଲା । ମାତ୍ର କୋରୋନା ଭାଇରସ ସଂମକ୍ରଣ ଭୟ ଯୋଗୁଁ, ଆଇସିସି ପକ୍ଷରୁ ଏହାକୁ ସ୍ଥଗିତ ଘୋଷଣା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.