ETV Bharat / sports

ଆଇସିସି ଦିନିକିଆ ମାନ୍ୟତା: କୋହଲି ଶୀର୍ଷରେ ସ୍ଥିର, ଚତୁର୍ଥକୁ ଖସିଲେ ବୁମରା

author img

By

Published : Apr 1, 2021, 3:53 PM IST

ଭାରତୀୟ କ୍ୟାପଟେନ ବିରାଟ କୋହଲି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ସ୍ଥିର । ଅଧିକ ପଢନ୍ତୁ...

ICC ODI rankings: Kohli retains top spot, Bumrah slips to the fourth position
ଆଇସିସି ଦିନିକିଆ ମାନ୍ୟତା: କୋହଲି ଶୀର୍ଷରେ ସ୍ଥିର, 4ର୍ଥକୁ ଖସିଲେ ବୁମରା

ହାଇଦ୍ରାବାଦ: ପ୍ରକାଶ ପାଇଛି ଆଇସିସି ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ଭାରତୀୟ କ୍ୟାପଟେନ ବିରାଟ କୋହଲି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ସ୍ଥିର ରହିଛନ୍ତି । ସେହିପରି ଦ୍ରୁତ ବୋଲର ଜଶପ୍ରୀତ ବୁମରା ଗୋଟିଏ ସ୍ଥାନ ତଳକୁ ଖସି ବୋଲିଂ ତାଲିକାର 4ର୍ଥ ସ୍ଥାନରେ ପହଞ୍ଚିଛନ୍ତି ।

କୋହଲି, ସଦ୍ୟ ସମାପ୍ତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପ୍ରଥମ ଓ ଦ୍ବିତୀୟ ଦିନିକିଆରେ ଯଥାକ୍ରମେ 56 ଓ 66 ରନର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଫଳରେ 870 ରେଟିଂ ପଏଣ୍ଟ ସହ ଶୀର୍ଷରେ ସୁରକ୍ଷିତ ରହିଛନ୍ତି କୋହଲି । ଅନ୍ୟପଟେ ଇଂଲଣ୍ଡ ଦିନିକିଆ ସିରିଜରୁ ବୁମରାଙ୍କୁ ବିଶ୍ରାମ ଦିଆଯାଇଥିଲା, ଫଳସ୍ବରୂପ 690 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛନ୍ତି ।

ଟିମ ଇଣ୍ଡିଆର ସୀମିତ ଓଭର ଭାଇସ-କ୍ୟାପଟେନ ରୋହିତ ଶର୍ମା ପାକିସ୍ତାନର ବାବର ଆଜମଙ୍କ ପରେ ବ୍ୟାଟିଂ ମାନ୍ୟତାର ତୃତୀୟ ସ୍ଥାନରେ ରହିଛନ୍ତି । ଅନ୍ୟପଟେ କେଏଲ ରାହୁଲ 31 ତମ ସ୍ଥାନରୁ 27ତମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 35, ଓ 64 ରନର ଦ୍ରୁତ ଇଂନିସ ଖେଳିବା ପରେ କ୍ୟାରିୟରର ଶ୍ରେଷ୍ଠ 67ତମ ସ୍ଥାନ ହାସଲ କରିଛନ୍ତି । ସେହିପରି ଋଷଭ ପନ୍ତ ଶ୍ରେଷ୍ଠ 100 ମଧ୍ୟରେ ପ୍ରବେଶ କରିଛନ୍ତି ।

ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆରେ 3ଟି ୱିକେଟ ହାସଲ କରିଥିବା, ଦ୍ରୁତ ବୋଲର ଭୁବନେଶ୍ବର କୁମାର 9ଟି ସ୍ଥାନ ଉପରକୁ ଉଠି 11ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ଏହା ସେପ୍ଟେମ୍ବର 2017 ପରେ କୁମାରଙ୍କ ଶ୍ରେଷ୍ଠ ମାନ୍ୟତା । ଅନ୍ୟତମ ଭାରତୀୟ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ପ୍ରଭାବୀ ପ୍ରଦର୍ଶନ ପରେ, 93ତମ ସ୍ଥାନରୁ 80ତମ ସ୍ଥାନରେ ପହଞ୍ଚିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.