ETV Bharat / sports

ବୁମରାଙ୍କ ପ୍ରଶଂସାରେ ଇଆନ ବିଶପ, କହିଲେ ‘ସେ ଏକ ସମ୍ପୂର୍ଣ୍ଣ ପ୍ୟାକେଜ’ - ସେ ଏକ ସମ୍ପୂର୍ଣ୍ଣ ପ୍ୟାକେଜ

ବର୍ତ୍ତମାନ ଭାରତୀୟ ବୋଲିଂ ଆଟାକର ନେତୃତ୍ବ ନେଉଥିବା ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ ଖୁବ ପ୍ରଶଂସା କରିଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଇଆନ ବିଶପ । ଅଧିକ ପଢ଼ନ୍ତୁ...

Ian Bishop, Ian Bishop praises indian bowler, Jaspreet Bumrah, ବୁମରାଙ୍କ ପ୍ରଶଂସାରେ ଇଆନ ବିଶପ, ସେ ଏକ ସମ୍ପୂର୍ଣ୍ଣ ପ୍ୟାକେଜ, ୱେଷ୍ଟଇଣ୍ଡିଜ ଫାଷ୍ଟ ବୋଲର ଇଆନ ବିଶପ
ବୁମରାଙ୍କ ପ୍ରଶଂସାରେ ଇଆନ ବିଶପ, କହିଲେ ‘ସେ ଏକ ସମ୍ପୂର୍ଣ୍ଣ ପ୍ୟାକେଜ’
author img

By

Published : May 27, 2020, 8:59 PM IST

ନୂଆଦିଲ୍ଲୀ: ଜସପ୍ରୀତ ବୁମରା ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ବୋଲିଂକୁ ନୂଆ ଏକ ଦିଗକୁ ନେଇଛନ୍ତି । ତାଙ୍କର ଦ୍ରୁତ ଗତି ଏବଂ ସୁଇଙ୍ଗ ସହିତ ବ୍ୟାଟ୍ସମ୍ୟାନଙ୍କୁ କ୍ରମାଗତ ଭାବରେ ଅସୁବିଧାରେ ପକାଇବାର କ୍ଷମତା ତାଙ୍କୁ ଖୁବଶୀଘ୍ର ବୋଲର ମାନ୍ୟତାର ଶୀର୍ଷରେ ପହଞ୍ଚାଇଲା । ଯଦି ବର୍ତ୍ତମାନ ବିଶ୍ବର ଶ୍ରେଷ୍ଠ ଫାଷ୍ଟ ବୋଲରଙ୍କ ବିଷୟରେ ଆଲୋଚନା କରାଯାଏ ତେବେ ବୁମରା ସେହି ଆଲୋଚନାର ନିଶ୍ଚର ରହିବେ । ନିର୍ଣ୍ଣାୟକ ସମୟରେ ବୋଲିଂ କରି ୱିକେଟ ନେବାର କ୍ଷମତା ବୁମରାଙ୍କୁ ଭାରତୀୟ ଦଳରେ ସ୍ଥାୟୀ ସ୍ଥାନ ପ୍ରଦାନ କରିଛି । ବୁମରା ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ସୃଷ୍ଟି କରନ୍ତି ।

ତେବେ ୱେଷ୍ଟଇଣ୍ଡିଜର ପୂର୍ବତନ ଫାଷ୍ଟ ବୋଲର ଇୟାନ ବିଶପ ବୁମ୍ରାଙ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଜଣେ ‘ବଂଶାନୁକ୍ରମିକ ପ୍ରତିଭା (Generational Talent)’ ବୋଲି କହିଛନ୍ତି।

ବିଶପ ଅନୁଭବ କରନ୍ତି ଯେ ବୁମରା ଅତୀତର ସୁପରଷ୍ଟାରମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଏକ ଭିନ୍ନ ଫାଷ୍ଟ-ବୋଲର । ବିଶପଙ୍କ ଅନୁଯାୟୀ, ସର୍ଟ-ଅପ୍ ଥାଇ ମଧ୍ୟ ଦ୍ରୁତ ଗତି ସୃଷ୍ଟି କରିବାର ବୁମରାଙ୍କ କ୍ଷମତା ପୂର୍ବ ସ୍ପିଡଷ୍ଟରଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ, ଯେଉଁମାନେ କି ସେ ସମୟରେ ଶ୍ରେଷ୍ଠ ବୋଲର ଭାବେ ରାଜ କରିଥିଲେ ।

ବୁମରା ଗତ କିଛି ସମୟ ଧରି ଭାରତୀୟ ବୋଲିଂ ଆକ୍ରମଣର ନେତୃତ୍ବ ନେଉଛନ୍ତି ଏବଂ ତାଙ୍କୁ ଆଘାତ ଲାଗିବା ପୂର୍ବରୁ ସେ ଦିନିକିଆର ଶ୍ରେଷ୍ଠ ବୋଲର ଭାବରେ ମଧ୍ୟ ଆଇସିସି ରାକିଙ୍ଗରେ ଶ୍ରେଷ୍ଠ ସ୍ଥାନରେ ରହିଥିଲେ ।

“ମୁଁ ଖେଳର ଇତିହାସରେ ବେଳେ ଥିଲି ଏବଂ ଆଗକୁ ବଢ଼ୁଥିଲି, ମୋର ଦ୍ରୁତ ବୋଲର ପାଇଁ ଧାରଣା ଥିଲା ଯେ, ସେମାନେ ୱେସ୍ ହଲ୍, ସାର୍ ରିଚାର୍ଡ ହାଡଲେ, ଡେନିସ୍ ଲିଲି, ମାର୍ଶଲ୍ସ, ହୋଲ୍ଡିଂ ଇତ୍ୟାଦିଙ୍କ ପରି ଲମ୍ବା ଦୌଡାଳି ହୋଇଥିବେ । କିନ୍ତୁ ଜସପ୍ରୀତ ଏହାର ବିପରୀତ, ସେ ଲମ୍ବା ଦୌଡ ନିଅନ୍ତି ନାହିଁ,’’ ବୋଲି କହିଛନ୍ତି ବିଶପ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.