ETV Bharat / sports

ଇଣ୍ଡିଆ-ଇଣ୍ଡିଜ ପ୍ରଥମ ଦିନିକିଆ: ଭଲ ପ୍ରଦର୍ଶନ ନେଇ ଆଶାବାଦୀ ପୋଲାର୍ଡ - ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀ

ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଏମ ଏ ଚିଦାମ୍ବରମ ଷ୍ଟାଡିୟରେ ଖେଳାଯିବ । ଏନେଇ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି କାରବିୟନ କ୍ୟାପଟେନ କିରେନ ପୋଲାର୍ଡ ।

କିରେନ ପୋଲାର୍ଡ
କିରେନ ପୋଲାର୍ଡ
author img

By

Published : Dec 14, 2019, 10:13 PM IST

ଚେନ୍ନାଇ: ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଏମ ଏ ଚିଦାମ୍ବରମ ଷ୍ଟାଡିୟରେ ଖେଳାଯିବ । ଏନେଇ ପ୍ରି-ମ୍ୟାଚ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି କାରବିଆନ କ୍ୟାପଟେନ ପୋଲାର୍ଡ ।

ସାମ୍ବାଦିକ ସମ୍ମିଳନୀରେ କିରେନ ପୋଲାର୍ଡ

ଭାରତୀୟ ଟିମରେ ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଓ ବୋଲର ରହିଛନ୍ତି । ଶ୍ରେଷ୍ଠ ଟିମ ବିପକ୍ଷରେ ଖେଳିବା ସର୍ବଦା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ କହିଛନ୍ତି କିରେନ ପୋଲାର୍ଡ । ଟି-20 ସିରିଜରେ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିଥିଲା । ତେବେ 3ୟ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଉପରେ ସଂପୂର୍ଣ୍ଣ ଫୋକସ ରହିଛି ।

ଦିନିକିଆ କ୍ରିକେଟରେ ଦଳର ପ୍ରଦର୍ଶନରେ ସୁଧାର ଆଣିବାକୁ ସମସ୍ତ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ ବୋଲି ପୋଲାର୍ଡ କହିଛନ୍ତି । ଏଥିସହିତ ଦିନିକିଆ ଫର୍ମାଟରେ ରୋଷ୍ଟନ ଚେଜ ଟିମ ପାଇଁ ଉପଯୋଗୀ ସାବ୍ୟସ୍ତ ହେବାନେଇ ସେ ଆଶାବାଦୀ ଥିବା କହିଛନ୍ତି । ଡ୍ବେନ ବ୍ରାଭୋ ଫେରିବା ନେଇ ମଧ୍ୟ ସେ ଖୁସି ବୋଲି କହିଛନ୍ତି ।

ଆଇସିସି ଦିନିକିଆ ବିଶ୍ବକପ ପରେ ଇଣ୍ଡିଜ ଟିମର ପ୍ରଦର୍ଶନ ଖରାପ ରହିଛି । ଭାରତଠାରୁ ନିଜ ମାଟିରେ 2-0 ରେ ସିରିଜ ହାରିଥିଲା ୱେଷ୍ଟଇଣ୍ଡିଜ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.