ETV Bharat / sports

ଡିଆରଏସକୁ ନିୟମକୁ ଇଆନ ଚାପେଲଙ୍କ ସମାଲୋଚନା - don't much faith in the DRS

ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ, ଡିସିସନ ରିଭ୍ୟୁ ସିଷ୍ଟମ(DRS)କୁ ସମାଲୋଚନା କରିଛନ୍ତି । ଏହା କ୍ରିକେଟର ମୂଳ ମୂଲ୍ୟବୋଧକୁ କ୍ଷତି ପହଞ୍ଚାଉଥିବା ସେ ଅନୁଭବ କରୁଥିବା କହିଛନ୍ତି ।

I still don't much faith in the DRS: Ian Chappel
ଡିଆରଏସକୁ ନିୟମକୁ ଇଆନ ଚାପେଲଙ୍କ ସମାଲୋଚନା
author img

By

Published : Jul 19, 2020, 3:23 PM IST

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ, ଡିସିସନ ରିଭ୍ୟୁ ସିଷ୍ଟମ(DRS)କୁ ସମାଲୋଚନା କରିଛନ୍ତି । ଏହା କ୍ରିକେଟର ମୂଳ ମୂଲ୍ୟବୋଧକୁ କ୍ଷତି ପହଞ୍ଚାଉଥିବା ସେ ଅନୁଭବ କରୁଥିବା କହିଛନ୍ତି ।

ଚାପେଲଙ୍କ ଅନୁଯାୟୀ, ବର୍ତ୍ତମାନ ସମୟରେ କ୍ରିକେଟ ମ୍ୟାଚରେ ଟିମମାନେ DRSକୁ ଏକ ଅସ୍ତ୍ର ଭାବେ ଗ୍ରହଣ କରୁଛନ୍ତି । ମ୍ୟାଚ ସମୟରେ ନିଜକୁ ପ୍ରଭାବି ଦେଖାଇବା ପାଇଁ DRS ର ବ୍ୟବାହାର ମଧ୍ୟ ହେଉଛି । ମ୍ୟାଚ ସମୟରେ ଫିଲ୍ଡି ଅମ୍ପାୟାରଙ୍କ ନିଷ୍ପତି ସର୍ବୋପରି ହୋଇଥାଏ । କୌଣସି ପରିସ୍ଥିତିରେ ଏହି ନିଷ୍ପତିକୁ ପରିବର୍ତ୍ତନ ପାଇଁ ଅନ୍ୟ ବିକଳ୍ପର ବ୍ୟବହାର ଅନୁଚିତ । ଅନେକ ସମୟରେ DRS କୁ ନେଇ ପ୍ରଶ୍ନ ଉଠିଛି । ବିସିସିଆଇ ମଧ୍ୟ ଆରମ୍ଭରୁ ଏହି ନିୟମର ଲାଗୁ ନେଇ ବିରୋଧ କରିଥିଲା ।

ଚଳିତ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ପ୍ରତ୍ୟେକ ଇଂନିସରେ ଟିମକୁ 3ଟି ଲେଖାଏଁ DRS ପ୍ରଦାନ କରାଯାଇଛି । ଯାହାକି ପୂର୍ବ ପ୍ରଚଳିତ ଠାରୁ ଗୋଟିଏ ଅଧିକ । ଚାପେଲଙ୍କ ଅନୁଯାୟୀ ଅଧିକ ସଂଖ୍ୟକ DRS କ୍ରିକେଟର ମୂଳ ଆଧାରକୁ କ୍ଷତି ପହଞ୍ଚାଉଛି । ଏନେଇ ବିଚାର କରାଯିବା ଉଚିତ ।

ଅନ୍ତର୍ଜାତୀୟ ଅମ୍ପାୟାର ପ୍ୟାନେଲରେ ଅନ୍ୟତମ ଶ୍ରେଷ୍ଠ ଅମ୍ପାୟାର ରହିଛନ୍ତି ରିଚାର୍ଡ କେଟଲବୋର୍ଗ । ଇଂଲଣ୍ଡ-ଇଣ୍ଡିଜ ପ୍ରଥମ ଟେଷ୍ଟର ଦ୍ବିତୀୟ ଦିନରେ ଅମ୍ପାୟାର କେଟଲବୋର୍ଗଙ୍କ 3ଟି ନିଷ୍ପତିକୁ DRS ବ୍ୟବାହାର କରି ପରିବର୍ତ୍ତନା କରାଯାଇଥିଲା । ସେତେବେଳେ କେଟଲବୋର୍ଗ ସଙ୍କୋଚ ବୋଧ କରୁଥିବା ଦେଖାଯାଇଥିଲା । ଏହି ଘଟଣା ପରେ ଭେଟେରାନ କ୍ରିକେଟର ତଥା ଅଷ୍ଟ୍ରେଲିଆର ପୂର୍ବତନ କ୍ୟାପଟେନ ଇଆନ ଚାପେଲ ଏକ କ୍ରିକେଟ ୱେବସାଇଟରେ DRS ବ୍ୟବହାର ନେଇ ମତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.