ETV Bharat / sports

ଆଇପିଏଲ ଫର୍ମ ବଳବତ୍ତର ରଖିବା ଲକ୍ଷ୍ୟରେ ରବାଡା

author img

By

Published : Dec 1, 2020, 5:27 PM IST

ଆଇପିଏଲ ଫର୍ମ ବଳବତ୍ତର ରଖିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା । ଅଧିକ ପଢନ୍ତୁ...

Hope to continue IPL momentum for South Africa: Rabada
ଆଇପିଏଲ ଫର୍ମ ବଳବତ୍ତର ରଖିବା ଲକ୍ଷ୍ୟରେ ରବାଡା

ନୂଆଦିଲ୍ଲୀ: ଆଇପିଏଲ ଫର୍ମ ବଳବତ୍ତର ରଖିବା ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଡା । ଆଇପିଏଲ 2020ରେ ଦମଦାର ପ୍ରଦର୍ଶନ ସହ ପର୍ପଲ କ୍ୟାପ ବିଜେତା ରହିଥିଲେ ରବାଡା । ଫଳରେ ଏହି ଫର୍ମକୁ ଜାତୀୟ ଟିମ(ଦକ୍ଷିଣ ଆଫ୍ରିକା) ପକ୍ଷରୁ ଖେଳି ଇଂଲଣ୍ଡ ବିପକ୍ଷ ସିରିଜରେ ବଳବତ୍ତର ରଖିବା ଲକ୍ଷ୍ୟରେ ରହିଛନ୍ତି ରବାଡା ।

ସଦ୍ୟ ସମାପ୍ତ ଆଇପିଏଲର 13ତମ ସଂସ୍କରଣରେ ରବାଡା ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି 30 ୱିକେଟ ଅକ୍ତିଆର କରିଥିଲେ । ଫଳରେ ଦିଲ୍ଲୀ ଫ୍ରାଞ୍ଚାଇଜ ପ୍ରଥମ ଥର ଆଇପିଏଲ ଫାଇନାଲ ଖେଳିଥିଲା ।

"ଇଂଲଣ୍ଡ ବିପକ୍ଷ ସିରିଜ ଉତ୍ସାହଜନକ ହେବ । ଆଇପିଏଲ ଫର୍ମକୁ ଜାତୀୟ ଟିମ ପାଇଁ ଜାରି ରଖିବା ନେଇ ଆଶାବାଦୀ ରହିଛି । ଏହା କହିଛନ୍ତି ରବାଡା ।"

ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-20 ସିରିଜ ଜାରି ରହିଛି । ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ପରାଜୟ ମିଳିଛି । ରବାଡା ଏଯାବତ ମାତ୍ର ଗୋଟିଏ ୱିକେଟ ଦଖଲ କରିବାରେ ସମର୍ଥ ହୋଇପାରିଛନ୍ତି । ଟି-20 ସିରିଜ ମଙ୍ଗଳବାର ସନ୍ଧ୍ୟାରେ ଶେଷ ହେବାପରେ 3 ଟିକିଆ ଦିନିକିଆ ସିରିଜ ମଧ୍ୟ ଉଭୟ ଟିମ ମଧ୍ୟରେ ଖେଳାଯିବ ।

ଆଇପିଏଲ 2020 ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ଟିମର ବିଜେତା ସଦସ୍ୟ ତଥା ଦକ୍ଷିଣ ଆଫ୍ରିକା ଟିମର କ୍ୟାପଟେନ କ୍ବିଣ୍ଟନ ଡି କକ୍, କୋରୋନା କାଳରେ ଦେଶକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିବା ନେଇ ଖୁସିବ୍ୟକ୍ତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.