ଅମ୍ବାଲା: ଗୁରୁବାର ଭାରତୀୟ ବାୟୁ ସେନାରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଛି ଲଢୁଆ ଯୁଦ୍ଧ ବିମାନ ରାଫେଲ । ଫଳରେ ଦେଶ ତମାମ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି । ଏହି କ୍ରମରେ ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ମଧ୍ୟ ସାମିଲ ହୋଇଛନ୍ତି । ବାୟୁସେନାରେ ମିରାଜ 2000 ଆଜି ପର୍ଯ୍ୟନ୍ତ ଦେଖାଇଥିବା ସେବା ରେକର୍ଡକୁ ରାଫେଲ ଭଙ୍ଗ କରିବ ବୋଲି ଆଶାବାଦୀ ଥିବା କହିଛନ୍ତି ଧୋନି ।
![Hope Rafale beats service record of Mirage 2000: Dhoni](https://etvbharatimages.akamaized.net/etvbharat/prod-images/8750779_rafale.jpg)
ଧୋନି ରାଫେଲର ଗୃହ ପ୍ରବେଶକୁ ନେଇ ଶୁଭେଚ୍ଛା ଜଣାଇବା ସହ ଟ୍ବିଟ ଯୋଗେଁ ଖୁସିବ୍ୟକ୍ତ କରିଛନ୍ତି । ସୁଖୋଇ 30 ଏମକେଆଇକୁ ନିଜର ଫେଭରେଟ ବୋଲି କହିଛନ୍ତି ଧୋନି । ମାତ୍ର ବିଭିଆର ସଂଯୋଗ ପରେ ଅଧିକ ଅତ୍ୟାଧୁନିକ ହୋଇ ସୁପର ସୁଖୋଇ ଭାବେ ଦେଖିବାକୁ ଅପେକ୍ଷାରେ ଥିବା ଟ୍ବିଟରେ ଉଲ୍ଲେଖ କରିଛନ୍ତି ।
![Hope Rafale beats service record of Mirage 2000: Dhoni](https://etvbharatimages.akamaized.net/etvbharat/prod-images/8750779_msdhoni.jpg)
ଗୁରୁବାର ଅମ୍ବାଲା ଏୟାର ବେସ୍ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଭାରତୀୟ ବାୟୁସେନାରେ ସାମିଲ ହୋଇଥିବା 5ଟି ରାଫେଲ ବିମାନକୁ ୱାଟର କାନନ ସାଲ୍ୟୁଟ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଫ୍ରାନ୍ସର ରକ୍ଷା ମନ୍ତ୍ରୀ ଫ୍ଳୋରେନ୍ସ ପାର୍ଲି ଉପସ୍ଥିତ ଥିଲେ ।
![Hope Rafale beats service record of Mirage 2000: Dhoni](https://etvbharatimages.akamaized.net/etvbharat/prod-images/8750779_dhoni.jpeg)
ଡିଫେନ୍ସ ଷ୍ଟାଫ ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ସମେତ ରକ୍ଷାମନ୍ତ୍ରଣାଳୟ ଓ ସେନାର ଅନ୍ୟ ବରିଷ୍ଠ ଅଧିକାରୀ ଭାରତୀୟ ବାୟୁ ସେନାର ଏହି ଐତିହାସିକ ମୂହୁର୍ତ୍ତରେ ଉପସ୍ଥିତ ରହିଥିଲେ ।
ଧୋନି ୟୁଏଇରେ ଖେଳାଯିବାକୁ ଥିବା ଆଇପିଏଲର 13ତମ ସଂସ୍କରଣରେ ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ସହ ସେପ୍ଟେମ୍ବର 19ରେ ଚେନ୍ନାଇ ସୁପର କିଙ୍ଗ୍ସର ମୁକାବିଲାରେ ନଜର ଆସିବେ । ଏହି ମ୍ୟାଚ ଆଇପିଏଲ 2020ର ଉଦଘାଟନୀ ମ୍ୟାଚ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ