ETV Bharat / sports

87 ବର୍ଷରେ ପ୍ରଥମ; ଚଳିତବର୍ଷ ଆୟୋଜନ ହେବନି ରଣଜୀ ମ୍ୟାଚ - ଜୟ ଶାହ ନ୍ୟୁଜ

ଭାରତୀୟ କ୍ରିକେଟ ବୋର୍ଡର ବଡ ନିଷ୍ପତ୍ତି । ଚଳିତ ବର୍ଷ ଆୟୋଜନ ହେବ ନାହିଁ ରଣଜୀ ଟୁର୍ଣ୍ଣାମେଣ୍ଟ । 87ବର୍ଷରେ ପ୍ରଥମଥର ପାଇଁ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଖେଳା ଯିବ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

87ବର୍ଷରେ ପ୍ରଥମ; ଚଳିତବର୍ଷ  ଆୟୋଜନ ହେବନି ରଣଜୀ ମ୍ୟାଚ

author img

By

Published : Jan 30, 2021, 2:12 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ବୋର୍ଡର ବଡ ନିଷ୍ପତ୍ତି । ଚଳିତ ବର୍ଷ ଆୟୋଜନ ହେବ ନାହିଁ ରଣଜୀ ଟୁର୍ଣ୍ଣାମେଣ୍ଟ । 87ବର୍ଷରେ ପ୍ରଥମଥର ପାଇଁ ପ୍ରଥମ ଶ୍ରେଣୀ ଘରୋଇ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଖେଳା ଯିବନାହିଁ । କୋରୋନା ମହାମାରୀ କାରଣରୁ ଏପରି ନିଷ୍ପତ୍ତି ନେଇଛି ବିସିସିଆଇ । ତେବେ ଏହି ଟୁର୍ଣ୍ଣାମେଣ୍ଟ ବଦଳରେ ବିଜୟ ହଜାରେ ଟ୍ରଫି ପାଇଁ ସବୁଜ ସଙ୍କେତ ଦେଇଛି ବିସିସିଆଇ ।

ଜୟ ଶାହ
ଜୟ ଶାହ

ଏପ୍ରିଲରେ ଆଇପିଏଲର 14ତମ ସଂସ୍କରଣ ଆରମ୍ଭ ହେବ । ଏପରି ସମୟରେ ବିସିସିଆଇ ପାଖରେ ଘରୋଇ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ମାତ୍ର 2 ମାସ ରହିଛି । ଏହାକୁ ଧ୍ୟାନରେ ରଖି ବିସିସିଆଇ ସମସ୍ତ ରାଜ୍ୟ କ୍ରିକେଟ ସଂଘକୁ ବିଜୟ ହଜାରେ ଟ୍ରଫି ଓ ରଣଜୀ ଟ୍ରଫି ମଧ୍ୟରୁ କୌଣସି ଏକ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ମତ ଲୋଡିଥିଲା ।

ବୋର୍ଡ ସଚିବ ଜୟ ଶାହଙ୍କ ମତକୁ ନେଇ ବିଭିନ୍ନ ରାଜ୍ୟ କ୍ରିକେଟ ସଂଘ ନିଜର ମତ ରଖିଛନ୍ତି । ଏହି ଆଧାରରେ ଚଳିତବର୍ଷ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟୁର୍ଣ୍ଣାମେଣ୍ଟ ଓ 19 ବର୍ଷରୁ କମ୍‌ ବିନୁ ମଙ୍କଡ ଟ୍ରଫି ଆୟୋଜନ ହେବ । ବର୍ତ୍ତମାନ ସୁଦ୍ଧା କୌଣସି ଟୁର୍ଣ୍ଣାମେଣ୍ଟର ତାରିଖ ଘୋଷଣା ହୋଇ ନାହିଁ ।

ଅନ୍ୟପଟେ ଶାହ ଚିଠିରେ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିର ସଫଳ ଆୟୋଜନକୁ ନେଇ ରାଜ୍ୟ କ୍ରିକେଟ ସଂଘଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.