ETV Bharat / sports

27 ବର୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପତ୍ନୀ ନତାଶାଙ୍କ ଖାସ ଶୁଭେଚ୍ଛା

author img

By

Published : Oct 11, 2020, 9:12 PM IST

ଭାରତୀୟ କ୍ରିକେଟ ଟିମ ଓ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 27 ବର୍ଷରେ ପାଦ ଥାପିଛନ୍ତି ।

Hardik pandya turns 27 wife natasa stankovic pens a lovely wish
27 ବର୍ଷରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା, ପତ୍ନୀ ନତାସାଙ୍କ ଖାସ ଶୁଭେଚ୍ଛା

ହାଇଦ୍ରାବାଦ: ଭାରତୀୟ କ୍ରିକେଟ ଟିମ ଓ ଆଇପିଏଲ ଟିମ ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା 27 ବର୍ଷରେ ପାଦ ଥାପିଛନ୍ତି । ଜନ୍ମଦିନ ଅବସରରେ ପତ୍ନୀ ନତାଶା ଷ୍ଟୋଙ୍କୋଭିକ ନିଆରା ଢଙ୍ଗରେ ହାର୍ଦ୍ଦିକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଇପିଏଲ 2020 ଖେଳିବାକୁ ହାର୍ଦ୍ଦିକ ୟୁଏଇରେ ଥିବାବେଳେ, ନତାଶା ଭାରତରେ ରହିଛନ୍ତି ।

ନତାଶା ନିଜ ସହ ହାର୍ଦ୍ଦିକ ଓ ପୁଅଙ୍କ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ନତାଶା ଲେଖିଛନ୍ତି, "ମୋର ପସନ୍ଦର, ମୋର ଶ୍ରେଷ୍ଠ ବନ୍ଧୁ ଓ ପ୍ରିୟଙ୍କୁ ଜନ୍ମଦିନର ଶୁଭେଚ୍ଛା । "

ଅନ୍ୟପଟେ ସଂଯୋଗ କ୍ରମେ ପାଣ୍ଡ୍ୟାଙ୍କ ଜନ୍ମଦିନରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାଚ ରହିଛି । ଫଳରେ ଉପହାର ଭାବେ ମ୍ୟାଚରେ ବିଜୟ ଚାହିଁବେ ପାଣ୍ଡ୍ୟା । ତେବେ ଦୁଇ ଟିମ ଟୁର୍ଣ୍ଣାମେଣ୍ଟର ଶକ୍ତିଶାଳୀ ଟିମ ରହିଛି । ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଦିଲ୍ଲୀ ରହିଥିବାବେଳେ, ଦ୍ବିତୀୟ ସ୍ଥାନରେ ମୁମ୍ବାଇ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.