ETV Bharat / sports

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଶୁପୁତ୍ରକୁ ଜନ୍ମ ଦେଲେ ନତାସା

author img

By

Published : Jul 30, 2020, 4:40 PM IST

Updated : Jul 30, 2020, 5:15 PM IST

ଏନେଇ ନିଜ ଟ୍ବିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ । ବଡଦୋରାର ଏକ ଘରୋଇ ହସ୍ପିଟାଲରେ ଡେଲିଭରି ହୋଇଥିବା ସୂଚନା ରହିଛି ।

hardik-and-natasa-blessed-with-a-baby-boy
ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶିଶୁ ସନ୍ତାନକୁ ଜନ୍ମ ଦେଲେ ନତାସା

ନୂଆଦିଲ୍ଲୀ: ଭାରତୀୟ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାସା ଷ୍ଟାନକୋଭିକ୍ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଏନେଇ ନିଜେ ଟ୍ବିଟରେ ସୂଚନା ଦେଇଛନ୍ତି ହାର୍ଦ୍ଦିକ ।

ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘‘ଶିଶୁପୁତ୍ର ସହିତ ଆମେ ଆଶୀର୍ବାଦ ପ୍ରାପ୍ତ ହେଲୁ । ’’ ତେବେ ଶିଶୁଟିର ହାତର ଏକ ଛବି ପାଣ୍ଡ୍ୟା ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତେବେ ବଡଦୋରାର ଏକ ଘରୋଇ ହସ୍ପିଟାଲରେ ଡେଲିଭରି ହୋଇଥିବା ସୂଚନା ରହିଛି ।

ତେବେ ଗତ ମେ ମାସରେ ତାଙ୍କ ପରିବାରକୁ ଏକ 3ୟ ସନ୍ତାନ ଆସୁଛି ବୋଲି ଘୋଷଣା କରିଥିଲେ ପାଣ୍ଡ୍ୟା ଓ ପତ୍ନୀ ନତାସା । ମେ ମାସରେ ହାର୍ଦ୍ଦିକ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଥିଲେ, "ନତାସା ଏବଂ ମୋର ସଂପର୍କ ଦୀର୍ଘ ଦିନରୁ ଗଢି ଉଠିଛି । ତେବେ

ଆମେ ଏକତ୍ର ଆମ ଜୀବନରେ ଏକ ନୂତନ ସଦସ୍ୟକୁ ସ୍ବାଗତ କରିବାକୁ ଉତ୍ସାହିତ ରହିଛୁ । ଏହି ପର୍ଯ୍ୟାୟ ପାଇଁ ଆମେ ଆନନ୍ଦିତ । ଏଥି ପାଇଁ ଆପଣମାନଙ୍କର ଆଶୀର୍ବାଦ ଆବଶ୍ୟକ । ଏହାପରେ ପ୍ରଥମେ ଭାରତର ଅଧିନାୟକ ବିରାଟ କୋହଲି ପାଣ୍ଡ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେହିପରି ଭାରତୀୟ ଦଳର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ପାଣ୍ଡ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

hardik-and-natasa-blessed-with-a-baby-boy
ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ପୁତ୍ର ସନ୍ତାନକୁ ଜନ୍ମ ଦେଲେ ନତାସା

ଏହାପୂର୍ବରୁ ହାର୍ଦ୍ଦିକ ସୋସିଆଲ ମିଡିଆ ମାଧ୍ୟମରେ ନତାସାଙ୍କ ସହ ତାଙ୍କର ସମ୍ପର୍କ ବିଷୟରେ ଖୁଲାସା କରିଥିଲେ । ଜାନୁଆରୀ 1 ରେ, ହାର୍ଦ୍ଦିକ ନତାସାଙ୍କୁ ପ୍ରପୋଜ କରୁଥିବାର ଏକ ଫଟୋ ହାର୍ଦ୍ଦିକ ସେୟାର କରିଥିଲେ । ଏହାର କ୍ୟାପସନରେ ଲେଖାଥିଲା, ‘‘ମୁଁ ତୁମର ଓ ତମେ ମୋର, ଏ କଥା ଜାଣୁ ସାରା ହିନ୍ଦୁସ୍ତାନ ।’’

Last Updated : Jul 30, 2020, 5:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.