ନୂଆଦିଲ୍ଲୀ: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ମଙ୍ଗଳବାର ତାଙ୍କ ରାଞ୍ଚିସ୍ଥିତ ଘରେ ବିଶେଷ ଅତିଥି ପାଇଥିଲେ । କାରଣ 39 ତମ ଜନ୍ମଦିନରେ ତାଙ୍କୁ ସରପ୍ରାଇଜ ଦେବା ପାଇଁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କ୍ରୁଣାଲ ପାଣ୍ଡ୍ୟା କ୍ୟାପଟେନ କୁଲଙ୍କ ଘରେ ପହଞ୍ଚିଥିଲେ।
ଏହି ଯୋଡି ମଙ୍ଗଳବାର ବରୋଦା ଛାଡିଥିଲେ ଏବଂ ବୁଧବାର ସେମାନେ ରାଞ୍ଚିରୁ ଫେରିବେ ବୋଲି ଜଣାପଡ଼ିଛି ।
‘‘ଏହା କୌଣସି ରହସ୍ୟ ନୁହେଁ ଯେ ହାର୍ଦ୍ଦିକ ଧୋନିଙ୍କୁ କେବଳ ତାଙ୍କର ପରାମର୍ଶଦାତା ନୁହଁନ୍ତି, ବରଂ ତାଙ୍କ ବଡ ଭାଇ ବୋଲି ଭାବନ୍ତି। ସେ ଧୋନିଙ୍କଠାରୁ କେଉଁ ପ୍ରକାରର ମାର୍ଗଦର୍ଶନ ପାଇଛନ୍ତି ସେ ବିଷୟରେ ସେ ଅନେକ ସମୟରେ କହିଛନ୍ତି । ସେହିଭଳି କ୍ରୁଣାଲ ମଧ୍ୟ ତାଙ୍କୁ ବହୁତ ସମ୍ମାନ କରନ୍ତି। ତେଣୁ ସେମାନେ ମଙ୍ଗଳବାର ରାଞ୍ଚି ପାଇଁ ଏକ ଚାର୍ଟାର୍ଡ ବିମାନ ନେଇଥିଲେ ଏବଂ ଧୋନିଙ୍କ ଜନ୍ମଦିନ ପାଳନ କରିବା ପରେ ବୁଧବାର ଫେରିବାର ସମ୍ଭାବନା ରହିଛି। ପୂର୍ବତନ ଭାରତୀୟ ଅଧିନାୟକଙ୍କ ପାଇଁ ଏହା ଏକ ସରପ୍ରାଇଜ ପ୍ଲାନ ଥିଲା,’’ ବୋଲି ସୂତ୍ରରୁ ପ୍ରକାଶ।
ସୋସିଆଲ ମିଡିଆରେ ଭାରତର ପୂର୍ବତନ ଅଧିନାୟକଙ୍କୁ ତାଙ୍କ ବିଶେଷ ଦିନରେ ଶୁଭେଚ୍ଛା ଜଣାଇଛନ୍ତି ବିଭିନ୍ନ ଲୋକ । ତେବେ ଏସବୁ ମଧ୍ୟରେ ଧୋନିଙ୍କ ପାଇଁ ଏକ ଖାସ ଶୁଭେଚ୍ଛା ଥିଲା ପତ୍ନୀ ସାକ୍ଷୀଙ୍କର ।
ଏହି ଦମ୍ପତି ଜୁଲାଇ 4, 2010 ରେ ବିବାହ କରିଥିଲେ। ଧୋନି ଫେବୃଆରୀ 6, 2015 ରେ ଜିଭାଙ୍କ ପିତା ହୋଇଥିଲେ। ଜିଭା ଜନ୍ମ ସମୟରେ ସେ ଅଷ୍ଟ୍ରେଲିଆରେ ଭାରତୀୟ ଦଳର ଅଧିନାୟକ ଭାବରେ 2015 କ୍ରିକେଟ ବିଶ୍ବକପ ଆରମ୍ଭ କରିବାର ମାତ୍ର ଏକ ସପ୍ତାହ ହୋଇଥିଲା। ତେବେ ଧୋନି ଭାରତକୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ କହିଥିଲେ ଯେ ‘‘ମୁଁ ଜାତୀୟ କର୍ତ୍ତବ୍ୟରେ ଅଛି, ବାକି ସବୁ ଜିନିଷ ଅପେକ୍ଷା କରିପାରେ।’’
@IANS