ETV Bharat / sports

ପ୍ରଧାନମନ୍ତ୍ରୀଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ, ଆଫ୍ରିଦୀଙ୍କୁ ଘେରିଲେ ଯୁବି-ହରଭଜନ

author img

By

Published : May 18, 2020, 10:34 AM IST

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସାହିଦ ଆଫ୍ରିଦୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ତେବେ ଭାରତୀୟ କ୍ରିକେଟର ହରଭଜନ ସିଂହ, ଯୁବରାଜ ସିଂହ ଏହାର ଦୃଢ ଜବାବ ରଖିଛନ୍ତି ।

Harbhajan, Yuvraj slam Afridi Over controversial remarks on PM Modi
ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ, ଆଫ୍ରିଦୀଙ୍କୁ ଘେରିଲେ ଯୁବରାଜ-ହରଭଜନ

ନୂଆଦିଲ୍ଲୀ: ପଦାରେ ପଡିଛି ପାକ୍ କ୍ରିକେଟରଙ୍କ ଅସଲ ଚେହେରା । ସାରା ବିଶ୍ବ ମହାମାରୀ କୋରୋନା ମୁକାବିଲାରେ ବ୍ୟସ୍ତ ଥିବାବେଳେ, ପାକିସ୍ତାନରେ କିଛି ଜଣ ମାନସିକ ଭାରସାମ୍ୟ ହରାଇବସିଥିବା ଭଳି ପ୍ରତୀତ ହେଉଛି । କେତେବେଳେ ଭାରତ ପାକିସ୍ତାନ ମ୍ୟାଚ ଆୟୋଜନ କରି କୋରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଡ ପାଇଁ ପ୍ରସ୍ତାବ ରଖାଯାଉଛି, ତ ଆଉ କେତେବେଳେ ଭାରତ ବିରୋଧି ଟିପ୍ପଣୀ ଦେବାକୁ ପଛାଉନାହାନ୍ତି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସାହିଦ ଆଫ୍ରିଦୀ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

ତେବେ ଭାରତୀୟ କ୍ରିକେଟର ହରଭଜନ ସିଂହ, ଯୁବରାଜ ସିଂହ ଏହାର ଦୃଢ ଜବାବ ଦେଇଛନ୍ତି । ଏମିତିକି ଆଫ୍ରିଦୀ ବନ୍ଧୁତା ପାଇଁ ଯୋଗ୍ୟ ନୁହନ୍ତି ବୋଲି କହିଛନ୍ତି । କିଛିଦିନ ତଳେ ଆଫ୍ରିଦୀ କୋରୋନା ଭାଇରସ ଲକଡାଉନରେ ପ୍ରଭାବିତ ଲୋକଙ୍କୁ ସହାୟତା ପାଇଁ ହରଭଜନ ଓ ଯୁବରାଜଙ୍କ ସହଯୋଗ ଲୋଡିଥିଲେ । ବିନା କୌଣସି ସଙ୍କୋଚରେ ମାନବିକତା ଦେଖାଇ ସାହିଦ ଆଫ୍ରିଦୀ ଫାଉଣ୍ଡେସନକୁ ଅର୍ଥରାଶି ଦାନ କରିଥିଲେ ଉଭୟ ଯୁବରାଜ ଓ ହରଭଜନ ।

ତେବେ ଆଫ୍ରିଦୀଙ୍କ ଭାରତ ବିରୋଧୀ ଟିପ୍ପଣୀ ଓ ଭାରତର ସର୍ବୋଚ୍ଚ ନେତାଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଯୁବରାଜ କହିଛନ୍ତି । ପାକିସ୍ତାନକୁ ସାହାଯ୍ୟର ହାତ ବଢାଇ ସେ ଭୁଲ କରିଛନ୍ତି । ଆଉ ସେ ଭୁଲ କରିବେନି ବୋଲି କହିଛନ୍ତି । ହରଭଜନ ମଧ୍ୟ କଡା ଜବାବ ଦେବା ସହ ଆଫ୍ରିଦୀଙ୍କୁ ନିଜ ଦେଶ ଭାବ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.