ନୂଆଦିଲ୍ଲୀ: କୋରୋନା ବିରୋଧି ଲଢେଇରେ ସାମିଲ ହୋଇଛନ୍ତି କ୍ରିକେଟର ହରଭଜନ ସିଂହ । 5000 ପରିବାରକୁ ରାସନ ଜିନିଷ ଯୋଗାଇବାକୁ ଘୋଷଣା କରିଛନ୍ତି ଭଜି । ଏନେଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।
ପଞ୍ଜାବର ଜଳନ୍ଧରରେ ଅସୁବିଧାରେ ଥିବା ପ୍ରାୟ 5000 ପରିବାରକୁ ସହାୟତା କରିବେ ବୋଲି ହରଭଜନ କହିଛନ୍ତି । ପତ୍ନୀ ଗୀତା ବର୍ଷାଙ୍କ ସହ ମିଶି ସେ ଏହି କାର୍ଯ୍ୟ କରିବେ ବୋଲି କହିଛନ୍ତି । ଏଥିସହିତ ଏପରି କଠିନ ସମୟରେ ଭାଙ୍ଗି ନପଡି ସକରାତ୍ମକ ମନୋଭାବ ସହ ଘରେ ସୁରକ୍ଷିତ ରହିବାକୁ ଭଜି ନିବେଦନ କରିଛନ୍ତି ।
ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ରବିବାର ସୁଦ୍ଧା ଭାରତରେ କୋରୋନା ପଜିଟିଭଙ୍କ ସଂଖ୍ୟା 3,5777ରେ ପହଞ୍ଚିଛି । ସେଥିମଧରୁ 83 ଲୋକଙ୍କର ଜୀବନ ମଧ୍ୟ ଯାଇସାରିଲାଣି ।