ହାଇଦ୍ରାବାଦ: କ୍ରିକେଟର ହରଭଜନ ସିଂହ ଓ ପତ୍ନୀ ଗୀତା ବସରା ଦ୍ବିତୀୟ ସନ୍ତାନର ପିତାମାତା ହେବାକୁ ଯାଉଛନ୍ତି । ଜୁଲାଇ 2021 ସୁଦ୍ଧା ଉଭୟ ପତିପତ୍ନୀ ନୂଆ ଅତିଥିଙ୍କୁ ଘରେ ସ୍ବାଗତ କରିବେ । ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏନେଇ ଘୋଷଣା କରିଛନ୍ତି ଅଭିନେତ୍ରୀ ଗୀତା ବସରା ।
-
Coming soon.. July 2021 ❤️ pic.twitter.com/LmCVs3qIy9
— Geeta Basra (@Geeta_Basra) March 14, 2021 " class="align-text-top noRightClick twitterSection" data="
">Coming soon.. July 2021 ❤️ pic.twitter.com/LmCVs3qIy9
— Geeta Basra (@Geeta_Basra) March 14, 2021Coming soon.. July 2021 ❤️ pic.twitter.com/LmCVs3qIy9
— Geeta Basra (@Geeta_Basra) March 14, 2021
ଏହାପରେ ପୂର୍ବତନ କ୍ରିକେଟର ହରଭଜନଙ୍କୁ ସାଥୀ କ୍ରିକେଟର ଓ ବଲିଉଡ ସେଲିବ୍ରିଟିଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିଛି । ସୁରେଶ ରାଇନା ଓ ବଲିଉଡ ଅଭିନେତ୍ରୀ ନେହା ଧୁପିଆ ଶୁଭେଚ୍ଛା ଜଣାଇଛନ୍ତି ।
2015ରେ ଉଭୟ ହରଭଜନ ଓ ଗୀତା ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତାଙ୍କର ଏକ ଝିଅ ମଧ୍ୟ ରହିଛି ।
ଗୀତା ପରିବାର ସହ ଏକ ଫଟୋ ସେୟାର କରିଛନ୍ତି । ଏଥିରେ ଝିଅ ହିଆନା ଖୁବଶୀଘ୍ର ବଡ ଭଉଣୀ ହେବାକୁ ଯାଉଛି ବୋଲି ଲେଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ