ETV Bharat / sports

ହାପି ବର୍ଥ ଡେ’ ମାଷ୍ଟର ବ୍ଲାଷ୍ଟର

କ୍ରିକେଟର ଭଗବାନ ଭାବେ ପରିଚିତ ଲିଟିଲ ମାଷ୍ଟରଙ୍କ ଆଜି ଜନ୍ମଦିନ । 1973 ଆଜିର ଦିନରେ ବମ୍ବେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର ।

ଡିଜାଇନ ଫୋଟ
author img

By

Published : Apr 24, 2019, 9:46 PM IST

ହାଇଦ୍ରାବାଦ: କ୍ରିକେଟ ଆଉ ରେକର୍ଡ ଯଦି ଏହି ଦୁଇଟି ଶବ୍ଦର ଗୋଟିଏ ନାମ ଦିଆଯାଏ ସେ ହେଉଛନ୍ତି ସଚିନ ରମେଶ ତେନ୍ଦୁଲକର । ଦୁନିଆରେ ତ ଅନେକ ଭଗବାନ । ମାତ୍ର କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭଗବାନ ମାନନ୍ତି କ୍ରିକେଟପ୍ରେମୀ । ତାଙ୍କ ନାମ ଆସିଲେ ହୁଏ ରେକର୍ଡର ଚର୍ଚ୍ଚା । ଆଉ ସେ ଗ୍ରାଉଣ୍ଡକୁ ଓହ୍ଲାଇଲେ ଷ୍ଟାଡିୟମ କମ୍ପି ଉଠେ ସଚିନ୍ ସଚିନ୍ ନାଁରେ ।

ଭିଡିଓ ସୌଜନ୍ୟ- ବ୍ୟୁରୋ ଇନପୁଟ୍‌

ତେବେ କ୍ରିକେଟର ଭଗବାନ ଭାବେ ପରିଚିତ ଲିଟିଲ ମାଷ୍ଟରଙ୍କ ଆଜି ଜନ୍ମଦିନ । 1973 ଆଜିର ଦିନରେ ବମ୍ବେର ଏକ ବ୍ରାହ୍ମଣ ପରିବାରରେ ଜନ୍ମ ନେଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର । 46 ବର୍ଷରେ ପଦାର୍ପଣ କରିଛନ୍ତି ସଚିନ । ମାତ୍ର ଆଜି ବି କ୍ରିକେଟ ଯେମିତି ତାଙ୍କ ବିନା ଅଧୁରା ଲାଗେ । 14 ନଭେମ୍ବର 2013 ମସିହାରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ ତେନ୍ଦୁଲକର । ଆଉ ଏହା ପରେ ଭାରତୀୟ କ୍ରିକେଟରେ ଗୋଟିଏ ଯୁଗର ଅବସାନ ଘଟିଲା ବୋଲି ଚର୍ଚା ହୁଏ । ଆଜି ଭାରତୀୟ କ୍ରିକେଟ ଦଳରେ ଅନେକ କ୍ରିକେଟର ସ୍ଥାନ ପାଇଛନ୍ତି, ହେଲେ ସଚିନଙ୍କ ସ୍ଥାନ ଯେମିତି ଖାଲି ପଡିଛି।

ତେବେ ରେକର୍ଡର ଅଙ୍କ ପରି ତାଙ୍କ ଦୀର୍ଘ ଜୀବନ କାମନା କରିବା ସହିତ ‘ଇଟିଭି ଭାରତ’ ପରିବାର ତରଫରୁ ତାଙ୍କୁ ଜନ୍ମଦିନର ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.