ETV Bharat / sports

50 ବର୍ଷତଳର ଟେଷ୍ଟ ଡେବ୍ୟୁ, ଆଜିବି ସ୍ମୃତିରେ ଶତକ - ପ୍ରଥମ ଟେଷ୍ଟରେ ଶତକ

50 ବର୍ଷତଳେ ଗୁଣ୍ଡାପ୍ପା ବିଶ୍ବନାଥ ଅଷ୍ଟ୍ରେଲିଆ ବିପକ୍ଷ କାନପୁର ଟେଷ୍ଟରେ ଡେବ୍ୟୁ କରିଥିଲେ ।

ଗୁଣ୍ଡାପ୍ପା ବିଶ୍ବନାଥ
author img

By

Published : Nov 15, 2019, 1:51 PM IST

ନୂଆଦିଲ୍ଲୀ: ପ୍ରାୟ 50 ବର୍ଷ ତଳର ପୁରୁଣା ଟେଷ୍ଟ କ୍ରିକେଟ ଡେବ୍ୟୁ । ଖାଲି ଡେବ୍ୟୁ ନୁହେଁ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ କ୍ୟାରିୟରର ପ୍ରଥମ ଟେଷ୍ଟରେ ଶତକ ହାସଲ । ଯାହା ଆଜି ବି ଜୀବନ୍ତ । ଯେଉଁ ଇଂନିସ ଥିଲା ଗୌରବମୟ ଭାରତୀୟ କ୍ରିକେଟର ମୂଳଦୁଆ ।

ନଭେମ୍ବର 15ରେ ଅଷ୍ଟ୍ରେଲିଆ ବିପକ୍ଷ କାନପୁର ଟେଷ୍ଟରେ ଟେଷ୍ଟ ଡେବ୍ୟୁ କରିଥିଲେ ଗୁଣ୍ଡାପ୍ପା ବିଶ୍ବନାଥ । ଡେବ୍ୟୁ ମ୍ୟାଚରେ ସେହି ସାହସୀ ଶତକୀୟ ଇଂନିସକୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ଚର୍ଚ୍ଚାହୁଏ । ପ୍ରଥମ ଇଂନିସରେ କଙ୍ଗାରୁ ବୋଲର ବେଶୀସମୟ କ୍ରିଜରେ ରହିବାକୁ ଦେଇନଥିଲେ । ଶୂନ ସ୍କୋରରେ ୱିକେଟ ହରାଇଥିଲେ ବିଶ୍ବନାଥ । ମାତ୍ର 2ୟ ଇଂନିସରେ ଦମଦାର ଶତକ ସହ ଡେବ୍ୟୁମାନ ବିଶ୍ବନାଥ ସମସ୍ତଙ୍କ ହୃଦୟ ଜିତିଥିଲେ ।

ବିଶ୍ବନାଥଙ୍କ ଟେଷ୍ଟ ଡେବ୍ୟୁ ବିଷୟରେ ସେ ନିଜେ ଜାଣିନଥିଲେ । କ୍ୟାପଟେନ ମାକ ପଟଉଦି ଡ୍ରେସିଂଙ୍ଗ ରୁମରେ 11 ଜଣିଆ ଖେଳାଳି ତାଲିକା ଲଗାଇ କହିଥିଲେ 'ଦିସ ଇଜ ଦ ଟିମ' । ଏହାପରେ ପାଖକୁ ଯାଇ ବିଶ୍ବନାଥ ଯାହା ଦେଖିଲେ ତାଙ୍କ ପାଇଁ ସ୍ବପ୍ନ ଥିଲା । ନଂ1ରେ ଫାରୋଖ ଇଞ୍ଜିନିୟର, 2ରେ ଅଶୋକ ମଙ୍କଡ, 3ରେ ଅଜିତ ୱାଡେକର ଏବଂ ନଂ4ରେ ଜିଆର ବିଶ୍ବନାଥ । ଏହା ଦେଖି ବିଶ୍ବନାଥ ସ୍ତବ୍ଦ ହୋଇଯାଇଥିଲେ । ପରେ କ୍ୟାପଟେନ ପାଖକୁ ଆସି କହିଥିଲେ ତାଲିକାରେ ଥିବା ନଂ ଅନୁଯାୟୀ ବ୍ୟାଟିଂ ଅର୍ଡର ରହିଛି । ସମସ୍ତେ ପ୍ରସ୍ତୁତ ହୋଇଯାଅ ଆମର ବ୍ୟାଟିଂ ।

ଏହାପରେ ବିଶ୍ବନାଥ ବ୍ୟାଟିଂ ଯାଇ ପ୍ରଥମ ଇଂନିସରେ ଶୂନ୍ୟରେ ଆଉଟ ହୋଇଥିଲେ । ମାତ୍ର 2ୟ ଇଂନିସରେ 6ଘଣ୍ଟା ବ୍ୟାଟିଂ କରି 137 ରନର ଆକର୍ଷଣୀୟ ଇଂନିସ ଖେଳିଥିଲେ । ତେବେ ଆଉଟ ହେବାବେଳକୁ ସମସ୍ତ ଦର୍ଶକ ଛିଡାହୋଇ ସାଧୁବାଦ ଜଣାଇଥିଲେ ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.