ETV Bharat / sports

ଜିଏସ ଲକ୍ଷ୍ମୀ ହେଲେ ପ୍ରଥମ ମହିଳା ICC ମ୍ୟାଚ ରେଫରି

ପ୍ରଥମ ମହିଳା ଭାବେ ଆଇସିସି ଇଣ୍ଟରନାଶନାଲ ପାନେଲର ମ୍ୟାଚ ରେଫରି ଭାବେ ନିଯୁକ୍ତ ହୋଇଛନ୍ତି ଜିଏସ ଲକ୍ଷ୍ମୀ ।

ଫଟୋ ସୌଜନ୍ୟ-ସୋସିଆଲ ମିଡିଆ
author img

By

Published : May 14, 2019, 7:27 PM IST

ନୂଆଦିଲ୍ଲୀ: ଇଣ୍ଟରନାଶନାଲ ପାନେଲର ମ୍ୟାଚ ରେଫରି ଭାବେ ନିଯୁକ୍ତ ହୋଇଛନ୍ତି ଜିଏସ ଲକ୍ଷ୍ମୀ । ଆଇସିସି ପକ୍ଷରୁ ତାଙ୍କୁ ନିଯୁକ୍ତି ମିଳିଛି । ଫଳରେ ପ୍ରଥମ ମହିଳା ଭାବେ ସେ ଏହି ଗୌରବର ଅଧିକାରୀ ହୋଇଛନ୍ତି ।

51 ବର୍ଷିୟା ଲକ୍ଷ୍ମୀ ପୂର୍ବରୁ ବର୍ଷ 2008-09ରେ, ଘରୋଇ ମହିଳା ଦଳରେ ମ୍ୟାଚ ରେଫରି ଥିଲେ । ପରେ 3ଟି ମହିଳା ଅନ୍ତର୍ଜାତୀୟ ମ୍ୟାଚ ଓ 3ଟି ଟି-20 ମ୍ୟାଚରେ ମ୍ୟାଚ ରେଫରିର ଦାୟିତ୍ବ ତୁଲାଇ ଥିଲେ ।

ଲକ୍ଷ୍ମୀ ନିଜ ପ୍ରତିକ୍ରିୟାରେ ଆଇସିସି ଓ ବିସିସିଆଇକୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ନିଜ ପରିବାର, ସିନିୟର କ୍ରିକେଟର ଓ ସହଯୋଗୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.