ETV Bharat / sports

ଗୁରୁ ଦିବସରେ କ୍ରିକେଟ ଗୁରୁଙ୍କୁ କୋହଲିଙ୍କ କୃତଜ୍ଞତା - କ୍ୟାପଟେନ ବିରାଟ କୋହଲି

ସେପ୍ଟେମ୍ବର 5 ଗୁରୁ ଦିବସ ଅବସରରେ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି ପିଲାଦିନର କୋଚ ରାଜକୁମାର ଶର୍ମାଙ୍କୁ ସ୍ମରଣ କରିଛନ୍ତି ।

Grateful for all lessons: Kohli pays heartwarming tribute to coach Rajkumar Sharma on Teachers' Day
ଗୁରୁ ଦିବସରେ କ୍ରିକେଟ ଗୁରୁଙ୍କୁ କୋହଲିଙ୍କ କୃତଜ୍ଞତା
author img

By

Published : Sep 5, 2020, 8:23 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର 5 ଗୁରୁ ଦିବସ ଅବସରରେ ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି ପିଲାଦିନର କୋଚ ରାଜକୁମାର ଶର୍ମାଙ୍କୁ ସ୍ମରଣ କରିଛନ୍ତି । ପ୍ରାରମ୍ଭିକ କ୍ରିକେଟ ଶିକ୍ଷା ପାଇଁ ସଦା ସର୍ବଦା କୃତଜ୍ଞ ରହିବେ ବୋଲି କୋହଲି କହିଛନ୍ତି ।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋହଲି କ୍ରିକେଟ କୋଚଙ୍କ ସହ ଏକ ଫଟୋ ସେୟାର କରିବା ସହ ମହତ୍ବପୂର୍ଣ୍ଣ ଶିକ୍ଷା ପାଇଁ ସାରାଜୀବନ କୃତଜ୍ଞ ରହିବେ ବୋଲି କହିଛନ୍ତି ।

31 ବର୍ଷୀୟ କୋହଲି 18 ଅଗଷ୍ଟ 2018ରେ ଡାମ୍ବୁଲାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିଥିଲେ । ତେବେ ପ୍ରଥମ ମ୍ୟାଚରେ ମାତ୍ର 12 ରନ କରିଥିଲେ କୋହଲି । ଏହାର 14ଟି ମ୍ୟାଚ ପରେ ବର୍ଷ 2009ରେ କୋଲକାତାରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ ।

ତେବେ ଏହା ପରେ ବିଶ୍ବ କ୍ରିକେଟରେ ଅନ୍ୟତମ ସଫଳ କ୍ରିକେଟର ହୋଇପାରିଛନ୍ତି ବିରାଟ କୋହଲି । ଦିନିକିଆ ଫର୍ମାଟରେ 248 ଟି ମ୍ୟାଚରୁ 43 ଶତକ ସହାୟତାରେ 59.33 ହାରରେ 11,867 ରନ ସଂଗ୍ରହ କରିଛନ୍ତି । 183 ରନ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ଏକଦିବସୀୟ ସ୍କୋର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.