ETV Bharat / sports

ଧମକ ଦେଲେ ଇମ୍ରାନ, ଥଟ୍ଟାରେ ଉଡାଇଲେ ଗମ୍ଭୀର - Cricket

ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକ ପରେ ପାକ୍‌ ଦେଇଥିଲା ଚେତାବନୀ । ଏହାକୁ ତାହାରି ଭାଷାରେ ଜବାବ ଦେଇଛନ୍ତି ଗୌତମ ଗମ୍ଭୀର ।

ଫାଇଲ ଫଟୋ
author img

By

Published : Feb 27, 2019, 2:29 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏୟାରଷ୍ଟ୍ରାଇକରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ଆଡ୍ଡା ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି। ଗତକାଲି ପିଓକେରେ ପଶି ଆତଙ୍କୀଙ୍କୁ ସଫା କରିଥିଲା ଭାରତୀୟ ବାୟୁସେନା। ତେବେ ଆକ୍ରମଣ ପରେ ଏହା ଉପରେ ପ୍ରତିକ୍ରିୟା ଦେଇ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତକୁ ସତର୍କ କରାଇଥିଲେ । ଯାହା ଉପରେ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ଟ୍ୱିଟ କରି ଜବାବ ଦେଇଛନ୍ତି ।

ଭାରତ ଆକ୍ରମଣ ପରେ ପାକିସ୍ତାନର ଜାତୀୟ ସୁରକ୍ଷା କମିଟି(ଏନଏସସି) ଇମ୍ରାନଙ୍କ ସହ ବୈଠକ କରିଥିଲା । ଏହାପରେ ଭାରତକୁ ଏହା ଚେତାବନୀ ଦେଇ କହିଥିଲା ଯେ ଭାରତ ଏକ ଭୁଲ କରିଛି । ଏହା ଅକାରଣେ ଉତ୍ତେଜନା ସୃଷ୍ଟି କରିଛି । ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ବାତାବରଣ ଥିବାବେଳେ ଭାରତ ଏଥିରେ ବ୍ୟାଘାତ ଆଣିଛି । ଭାରତର ଏହି ପଦକ୍ଷେପ ବିରୋଧରେ ପାକ୍‌ ଜବାବ ଦେବ। ଏଥିପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କରାଯାଇଛି । ନିଜ ଇଚ୍ଛାରେ ସମୟ ଓ ସ୍ଥାନ ବାଛି ଏହା ଭାରତକୁ ସଠିକ ଜବାବ ଦେବ ବୋଲି ଏନଏସସି କହିଥିଲା ।

ଏହାକୁ ଗମ୍ଭୀର ପରିହାସ କରି କଡା ଜବାବ ଦେଇଛନ୍ତି । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଏନଏସସିର କଥାକୁ ସାମାନ୍ୟ ପରିବର୍ତ୍ତନ କରି ଲେଖିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି "ଆମେ ସମୟ ନିର୍ଦ୍ଧାରଣ କଲୁ, ଆମେ ସ୍ଥାନ ନିର୍ଦ୍ଧାରଣ କଲୁ ଏବଂ ଆମେ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କଲୁ। ଆଉ ସର୍ଜିକାଲ ଷ୍ଟ୍ରାଇକ 2 ତଥା ଏୟାରଷ୍ଟ୍ରାଇକ କଲୁ।" ଗମ୍ଭୀରଙ୍କ ଟ୍ୱିଟର ଅର୍ଥ ଯାହା ପାକିସ୍ତାନ କରିବ ବୋଲି ଭାବୁଛି ତାହା ଭାରତ କରିସାରିଛି। ଏବେ ଗମ୍ଭୀରଙ୍କ ଏହି ଟ୍ୱିଟର ପ୍ରଶଂସା କରାଯିବା ସହ ଏହାକୁ ଅନେକ ରିଟ୍ୱିଟ କରୁଛନ୍ତି।

ପୂର୍ବରୁ ପୁଲୱାମା ଆଟାକ ପରେ ସର୍ବଦା ସୋସିଆଲ ମିଡିଆରେ ନିଜ ମନ୍ତବ୍ୟ ରଖୁଥିବା ଗମ୍ଭୀର ପ୍ରତିଶୋଧ ପରାୟଣ ହୋଇ ଟ୍ବିଟ କରି ଲେଖିଥିଲେ, "ହଁ, ବିଚ୍ଛିନତାବାଦୀଙ୍କ ସହ କଥା ହେବାର ସମୟ ଆସିଯାଇଛି । ହଁ, ପାକିସ୍ତାନ ସହ କଥା ଆରମ୍ଭ କରିବାର ସମୟ ଆସିଯାଇଛି। କିନ୍ତୁ ଏଥର ଟେବୁଲରେ ନୁହେଁ ଯୁଦ୍ଧ କ୍ଷେତ୍ରରେ ସାମ୍ନାସାମ୍ନି ହେବା। ବହୁତ ହେଲା ।"

  • Yes, let’s talk with the separatists. Yes, let’s talk with Pakistan. But this time conversation can’t be on the table, it has to be in a battle ground. Enough is enough. 18 CRPF personnel killed in IED blast on Srinagar-Jammu highway https://t.co/aa0t0idiHY via @economictimes

    — Gautam Gambhir (@GautamGambhir) 14 February 2019 " class="align-text-top noRightClick twitterSection" data=" ">

ରିପୋର୍ଟ ଅନୁସାରେ ଫେବୃୟାରୀ 14ରେ ହୋଇଥିବା ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ବାୟୁସେନା । ମଙ୍ଗଳବାର ଭୋର 3ଟା 30 ସମୟରେ ନିୟନ୍ତ୍ରଣ ରେଖା ପାର କରି ପିଓକେରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ବାୟୁସେନା ଆକ୍ରମଣ କରିଛି। ଏଥିରେ ପାଖାପାଖି ୨୫୦ରୁ ୩୦୦ ଆତଙ୍କବାଦୀ ନିହତ ହୋଇଥିବା ରିପୋର୍ଟ ମିଳିଛି।

slug-love and sweden bride for phulbani
format-pkg(special)
report-sadasiba patra
place-Phulabani(Kandhamal)
date-24.2.2019
ପ୍ରେମ ମାନେ ନାହିଁ ସୀମା ସରହଦ୍  । ପ୍ରେମ ମାନେ ନାହିଁ ବାଧା ବନ୍ଧନ  । ଏମିତି କିଛି ଘଟିଛି ଫୁଲବାଣୀରେ  । ବିଦେଶୀ ହୋଇଛନ୍ତି ଫୁଲବାଣୀର ବହୂ  । ସୁଦୂର ସ୍ବିଡେନ ଯୁବତୀ ପ୍ରେମରେ ସୀମା ସରହଦ୍ ଭୂଲି ଫୁଲବାଣୀରେ ବୋହୂ ହୋଇଛନ୍ତି  । ସ୍ବିଡେନର ଝିଅ ଇମା ବିବାହ କରିଛନ୍ତି ଫୁଲବାଣୀର ପୁଅ ମହମ୍ମଦ ଆଜାରୁଦ୍ଧିନଙ୍କୁ  । ପ୍ରେମ ଯେ ସାଶ୍ବତ ଚିରନ୍ତନ ଏବଂ ସମସ୍ତ ମାନବିକ ବନ୍ଧନରୁ ଉର୍ଧରେ ତାହା ପ୍ରମାଣିତ କରିଛନ୍ତି ଇମା ଓ ଆଜାରୁଦ୍ଧିନ  ।
           ଫୁଲବାଣୀରେ ଗତ ରାତିରେ ଫୁଟୁଛି ବାଣ ,ବାଜୁଛି ବାଜା  । ଏହା କିଛି ସାଧାରଣ ଭୋଜି ଭାତର ଆସର ନ ଥିଲା  । ଏଥିରେ ଲୁଚିଥିଲା ଜଣେ ବିଦେଶିନୀଙ୍କ ପ୍ରେମ ଓ ସଫଳତାର କାହାଣୀ  ।  ସ୍ବିଡେନର ଝିଅ ଇମା  । ପ୍ରେମ କରିବସିଲେ ଫୁଲବାଣୀ ଅମଲା ପଡାର ମହମ୍ମଦ ଆଜାରୁଦ୍ଧିନଙ୍କୁ   । ସାତ ବର୍ଷ ତଳେ ଗୋଆର ଏକ ହୋଟେଲରୁ ଆରମ୍ଭ ହୋଇଥିବା ପ୍ରେମ ଆଜି ସାକାର ହୋଇଛି  । ବଧୁ ବେଶରେ ଆଜି ରିଆଜ ସହିତ ଜୀବନ ସାଥୀ ସାଜିଛନ୍ତି  । ସେଥିପାଇଁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି  । ଓଡିଆ ବଧୁ ପରି ଏହି ସୁନ୍ଦର ପ୍ରାକୃତିକ ଇଲାକାରେ ରହିବି ବୋଲି କହିଛନ୍ତି ଇମା  ।
ବାଇଟ୍(1) ଈମା
          (2) ମହମ୍ମଦ ଆଜାରୁଦ୍ଧିନ
ଏହା କୌଣସି ରିଲ୍ ଲାଇଫ କାହାଣୀ ନୁହେଁ  । ଏକ ଦମ୍ ରିଏଲ ଲାଇଫ କାହାଣୀ  । ଫୁଲବାଣୀର ମହମ୍ମଦ ଆଜାରୁଦ୍ଧିନ ଗୋଆର ଏକ ହୋଟେଲରେ କାମ କରନ୍ତି  । କିଛି ବର୍ଷ ପୂର୍ବେ ସେହି ହୋଟେଲକୁ ପରିବାର ସହିତ ବୁଲି ଆସିଥିଲେ ସ୍ବିଡେନର ଇମା  । ଦେଖାଦେଖି କଥାବାର୍ତ୍ତରୁ ବନ୍ଧୁତା ଏବଂ ପରେ ପ୍ରେମ  । ପ୍ରେମ ଏମିତି ନିବିଡ ହୁଏ ଯେ ସ୍ବିଡେନ ସାଥିରେ ଯାଆନ୍ତି ଦୁହେଁ  । ତେବେ ଫୁଲବାଣୀରେ ନିଜ ଧାର୍ମିକ ପରମ୍ପରାରେ ଘର ଓ ସାଥୀ ସାଙ୍ଗଙ୍କ ଗହଣରେ ବାହା ହେବାକୁ ମନସ୍ଥ କରନ୍ତି ଏବଂ ବାହା ଘର ହୁଏ  । ସେଥିପାଇଁ ସ୍ବିଡେନରୁ ପରିବାର ଓ ବନ୍ଧୁବାନ୍ଧବ ପ୍ରାୟ ତିରିଶ ଜଣ ମଧ୍ୟ ଫୁଲବାଣୀରେ ପହଞ୍ଚିଛନ୍ତି  । ସାହି ପଡିଶା ପରିବାର ଲୋକେ ଖାଇଛନ୍ତି ବାହାଘର ଭୋଜି । ସାମିଲ ହେଇଥିଲେ ବାରାତରେ  । ଝିଅର ଖୁସିରେ ଦୁହିଁଙ୍କୁ ଖିସିରେ ଆମର ଖୁସି ବୋଲି କହିଛନ୍ତି  ।
ବାଇଟ୍(3) ଇମାଙ୍କ ସମ୍ପର୍କୀୟ 
         (4) ଆଜାରୁଦ୍ଧିନଙ୍କ ସମ୍ପର୍କୀୟ
          (5 ) ସ୍ତାନୀୟ ବାସିନ୍ଦା 
ଭିନ୍ନ ଏକ ବାହାଘର  । ଭିନ୍ନ ଏକ ପ୍ରେମକୁ ଦେଖିଛନ୍ତି ଫୁଲବାଣୀ ବାସିନ୍ଦା  । ଆଶିର୍ବାଦ କରିଛନ୍ତି ଉଭୟଙ୍କୁ  ।
ଫୁଲବାଣୀରୁ ସଦାଶିବ ପାତ୍ର ,ଈଟିଭି ନ୍ୟୁଜ୍
..........
ଫିଡ୍ ଏଫଟିପିରେ ,ହ୍ବାଟସ୍ ଆପରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.