ETV Bharat / sports

ପରଲୋକରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନ

author img

By

Published : Aug 16, 2020, 5:45 PM IST

Updated : Aug 16, 2020, 7:33 PM IST

FORMER TEAM INDIA CRICKET AND UP MINISTER CHETAN CHOUHAN PASSES AWAY
ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନଙ୍କ ପରଲୋକ

17:38 August 16

ପରଲୋକରେ ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନ

FORMER TEAM INDIA CRICKET AND UP MINISTER CHETAN CHOUHAN PASSES AWAY
ଚେତନ ଚୌହାନ

ଲକ୍ଷ୍ନୌ: ଆଉ ନାହାଁନ୍ତି ଟିମ ଇଣ୍ଡିଆର ପୂର୍ବତନ ଓପନର ଚେତନ ଚୌହାନ । ସେ ଉତ୍ତରପ୍ରଦେଶ ସରକାରରେ କ୍ୟାବିଟେନ ମନ୍ତ୍ରୀ ମଧ୍ୟ ଥିଲେ । ଗତ ମାସରେ ସେ କୋଭିଡ-19 ପଜିଟିଭ ଚିହ୍ନଟ ହୋଇଥିଲେ । ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଗତକାଲିଠାରୁ ତାଙ୍କୁ ଲାଇଭ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । ମାତ୍ର ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏହି ପୂର୍ବତନ କ୍ରିକେଟର । 

ପ୍ରଥମେ ଜୁଲାଇ 12ରେ କୋରୋନା ପଜିଟିଭି ଚିହ୍ନଟ ହେବାପରେ ତାଙ୍କୁ ସଞ୍ଜୟ ଗାନ୍ଧୀ PGI ହସ୍ପିଟାଲ ଲକ୍ଷ୍ନୌରେ ଭର୍ତ୍ତି କରାଯାଇଥିଲା । ପରେ ସ୍ବାସ୍ଥ୍ୟବସ୍ଥାରେ କୌଣସି ସୁଧାର ଆସିବାରୁ ତାଙ୍କୁ ଗ୍ରୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଗତକାଲି (15 ଅଗଷ୍ଟ) ସକାଳେ ଏକାଧିକ ଅଙ୍ଗ ଅଚଳ ସହ, ଚୌହାନଙ୍କ ଏକ କିଡନୀ କାମ କରିବା ବନ୍ଦ କରିଦେଇଥିଲା । ଏହାପରେ ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା । 

ଚେତନ ଚୌହାନ ଲୋକସଭାର ପୂର୍ବତନ ସାଂସଦ ଓ ଅନ୍ତର୍ଜାତୀୟ କ୍ରିକେଟର ରହିଛନ୍ତି । ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାରରେ ସେନା କଲ୍ୟାଣ, ହୋମ ଗାର୍ଡ PRD ଓ ସିଭିଲ ସିକ୍ୟୁରିଟି ମନ୍ତ୍ରଣାଳୟ କ୍ୟାବିନେଟରେ ମନ୍ତ୍ରୀ ରହିଛନ୍ତି । 

ଟିମ ଇଣ୍ଡିଆ ପାଇଁ 7ଟି ଅନ୍ତର୍ଜାତୀୟ ଦିନିକିଆ ଓ 40ଟି ଟେଷ୍ଟ ଖେଳିଛନ୍ତି ଚେତନ ଚୌହାନ । ଟେଷ୍ଟ କ୍ରିକେଟରେ 16 ଅର୍ଦ୍ଧଶତକ ସହ, ତାଙ୍କ ନାମରେ 2,084 ରନ ରହିଛି । କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସହ ଓପନିଂ ପାର୍ଟନର ରହିଥିଲେ ଚୌହାନ । ଟେଷ୍ଟରେ 97 ରନ ତାଙ୍କର ସର୍ବାଧିକ ରନ । ଦିଲ୍ଲୀ ଓ ଜିଲ୍ଲା କ୍ରିକେଟ ଆସୋସିଏସନରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି । 

ବ୍ୟୁରୋ ରିିପୋର୍ଟ, ଇଟିଭି ଭାରତ

Last Updated : Aug 16, 2020, 7:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.