ETV Bharat / sports

ମୟଙ୍କ ଅଗ୍ରୱାଲଙ୍କ ସହ ‘ଇଟିଭି ଭାରତ’ର ସ୍ବତନ୍ତ୍ର ସାକ୍ଷାତକାର - ମୟଙ୍କ ଅଗ୍ରୱାଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର

ଭାରତୀୟ ଓପନର ମୟଙ୍କ ଅଗ୍ରୱାଲ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି ଭାରତ ବନାମ ଦକ୍ଷିଣ ଆଫ୍ରିକା ଟେଷ୍ଟରେ । ପ୍ରଥମ ଚେଷ୍ଟରେ ଦ୍ବିଶତକ ମାରିଥିବା ମୟଙ୍କ ଦ୍ବିତୀୟ ଚେଷ୍ଟରେ 108ରନର ପାଳି ଖେଳିଛନ୍ତି । ଦେଖନ୍ତୁ ‘ଇଟିଭି ଭାରତ’ ସହ ମୟଙ୍କ ଅଗ୍ରୱାଲଙ୍କ ସ୍ବତନ୍ତ୍ର ସାକ୍ଷାତକାର...

ମୟଙ୍କ ଅଗ୍ରୱାଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର
author img

By

Published : Oct 10, 2019, 8:57 PM IST

ପୁଣେ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଦ୍ବିତୀୟ ମ୍ୟାଚରେ ଭାରତୀୟ ଟିମର ଓପନର ମୟଙ୍କ ଅଗ୍ରୱାଲ ପୁଣିଥରେ ଶାନଦାର ଶତକ କରିଛନ୍ତି । 195 ବଲରେ 108ରନ ସ୍କୋର କରିଛନ୍ତି ମୟଙ୍କ । ତେବେ ‘ଇଟିଭି ଭାରତ’ ସହ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ଗୋଟିଏ ବର୍ଷର କ୍ୟାରିୟର ବିଷୟରେ କହିଛନ୍ତି ସେ ।

ମୟଙ୍କ ଅଗ୍ରୱାଲଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର

ବିଶାଖାପଟ୍ଟନମରେ ଦ୍ବିଶତକ କରିଥିବା ମୟଙ୍କ କହିଛନ୍ତି, ‘‘ଗତ 12 ମାସ ମୋ ପାଇଁ ବହୁତ ଭଲ ଥିଲା । ମୁଁ ବ୍ୟାଟିଂ ନେଇ ବେଶ ଖୁସି ଅଛି, ଏମିତି ରନ କରୁଥିଲେ ମୋ ପାଇଁ ଭଲ । ଜଣେ ଖେଳାଳି ଭାବେ ମୁଁ ପ୍ରତିଦିନ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରେ । ପ୍ରତି ଦିନକୁ ଏକ ନୂଆ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରେ । ସ୍ପୋର୍ଟସ ଏମିତି ଏକ ଜିନିଷ ଯେଉଁଥିରେ ଭାରସାମ୍ୟ ରଖିବା ନିହାତି ଜରୁରୀ । ଆଜି ଯଦି ଆପଣ 100 ରନ କରିଛନ୍ତି ଆଉ କାଲି ମଧ୍ୟ ଆପଣ ଖେଳିବେ ତେବେ ଆପଣ ଭାବିବା ଦରକାର ଯେ ନୂଆ ଦିନ ନୂଆ ଆରମ୍ଭ ହେବ । ରନ ଅଧିକ କରିବି କିମ୍ବା ରନ କରି ହେବନି ଏକଥା ଭାବିବା ଉଚିତ ନୁହେଁ ।’’

ନିଜ ଖେଳର ପରିବର୍ତ୍ତନ ବିଷୟରେ ମୟଙ୍କ କହିଛନ୍ତି, ‘‘ମୁଁ ନିଜ ଖେଳର ବାଲାନ୍ସ ଉପରେ ବେଶ ଗୁରୁତ୍ବ ଦେଇଛି ଓ ଖେଳକୁ ସବୁବେଳେ ବୁଝିବାକୁ ଚେଷ୍ଟା କରିଛି । ନିଜ ଖେଳକୁ ବୁଝିଗଲେ ଆପଣଙ୍କ ପାଇଁ ଅନେକ ଜିନିଷ ସହଜ ହେଇଯାଏ । ତେଣୁ ଗତ ତିନି ବର୍ଷ ଧରି ମୁଁ ଏହା ଉପରେ ଅଧିକ ଗୁରୁତ୍ବ ଦେଉଛି ।

ମୟଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଶୋଇବା ପୂର୍ବରୁ ପ୍ରତିଦିନ ସେ ଆଗାମୀ ଦିନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରନ୍ତି । ସକାଳୁ ଉଠି ସେ ତାହା ଉପରେ କାର୍ଯ୍ୟ କରନ୍ତି । ଧୋନି ଓ କୋହଲିଙ୍କ ବିଷୟରେ ମୟଙ୍କ କହିଛନ୍ତି ଯେ ଉଭୟଙ୍କ ଠାରୁ ସେ ଅନେକ କିଛି ଶିଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.