ETV Bharat / sports

ଭାରତ ପ୍ରଶଂସାରେ ପିଟରସନ, ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ଦକ୍ଷିଣ ଆଫ୍ରିକାକୁ କୋଭିଡ ଭ୍ୟାକ୍ସିନ ପଠାଇବାକୁ ନେଇ ଭାରତକୁ ଧନ୍ୟବାଦ ଦେଇଥିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପିଟରସନଙ୍କୁ ଦେଲେ ଧନ୍ୟବାଦ। ଅଧିକ ପଢ଼ନ୍ତୁ...

author img

By

Published : Feb 3, 2021, 9:36 PM IST

ex england cricketer kevin pietersen praised india modi thanked to the cricketer
ଭାରତକୁ ପ୍ରଶଂସା କଲେ ପିଟରସନ, ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:ଦକ୍ଷିଣ ଆଫ୍ରିକାକୁ କୋଭିଡ ଭ୍ୟାକ୍ସିନ ପଠାଇବାକୁ ନେଇ ଭାରତକୁ ଧନ୍ୟବାଦ ଦେଇଥିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟର କେଭିନ ପିଟରସନ। ଭାରତ ପ୍ରତି କେଭିନ ପିଟରସନଙ୍କ ଭଲ ପାଇବା ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରିଛନ୍ତି।

ଦକ୍ଷିଣ ଆଫ୍ରିକାରେ କୋରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିର ରଖି ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକାକୁ କୋରୋନା ଭ୍ୟାକ୍ସିନ ପଠାଯାଇଥିଲା। ଏନେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଥିଲେ।

ଏହାପରେ କେଭିନ ପିଟରସନ ଟ୍ବିଟ କରି ଲେଖିଥିଲେ ଯେ,"ଭାରତର ଉଦାରତା ଏବଂ ଦୟା ଦିନକୁ ଦିନ ବୃଦ୍ଧି ପାଇଛି। ସ୍ନେହ ଓ ଭଲ ପାଇବାର ଦେଶ ହେଉଛି ଭାରତ। ମୋ ପ୍ରିୟ ଦେଶ।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରିଟ୍ବିଟ କରି ଲେଖିଛନ୍ତି ଯେ, "ଭାରତ ପ୍ରତି ତୁମ ସ୍ନେହ ଓ ଭଲ ପାଇବା ଦେଖି ଖୁସି ଲାଗିଲା। ପୂରା ବିଶ୍ବକୁ ଆମେ ନିଜର ପରିବାର ବୋଲି ବିଶ୍ବାସ କରୁଛୁ । କୋଭିଡ-19 ଭାଇରସ ସଂକ୍ରମଣ ବିରୋଧ ଲଢ଼େଇରେ ଆମେ କେବଳ ଆମର ଭୂମିକା ବହନ କରୁଛୁ।"

ଖାଲି ସେତିକି ନୁହେଁ, କେଭିନ ପିଟରସନ କହିଛନ୍ତି ଯେ, ସେ ଭାରତଠୁ ବହୁତ କିଛି ଶିଖିଛନ୍ତି । ଏହି ଦେଶ ତାଙ୍କୁ ତାଙ୍କ କ୍ୟାରିୟରରେ ବହୁତ କିଛି ଦେଇଛି । ସ୍ନେହ, ପ୍ରେମ, ଉତ୍ସାହ, ଏବଂ ଆତିଥ୍ୟ କ୍ଷେତ୍ରରେ ଭାରତ ସହିତ ଅନ୍ୟ କୌଣସି ତୁଳନା କରିହେବ ନାହିଁ। ଚଳିତ ସପ୍ତାହରେ ଦକ୍ଷିଣ ଆଫ୍ରିକାକୁ କୋରୋନା ଭ୍ୟାକ୍ସିନ ଯୋଗାଇଥିବାରୁ ଧନ୍ୟବାଦ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.