ETV Bharat / sports

ଲକ୍ଷ୍ମଣଙ୍କ ସହ ବିତାଇଥିବା ପ୍ରତିଟି କ୍ଷଣ ଶିକ୍ଷଣୀୟ: ଗମ୍ଭୀର

author img

By

Published : Jun 11, 2020, 5:34 PM IST

ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭେଟେରାନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କୁ ପ୍ରଶଂସା କରିଛନ୍ତି । ଲକ୍ଷ୍ମଣଙ୍କ ଉଦ୍ଦେଶ୍ୟରେ ଗମ୍ଭୀର କହିଛନ୍ତି, ଆପଣଙ୍କ ସହ ବିତାଇଥିବା ପ୍ରତିଟି କ୍ଷଣ ଶିକ୍ଷଣୀୟ ହୋଇ ରହିଛି ।

Every moment spent with you was education: Gautam Gambhir on Laxman
ଲକ୍ଷ୍ମଣଙ୍କ ସହ ବିତେଇଥିବା ପ୍ରତିଟି କ୍ଷଣ ଶିକ୍ଷଣୀୟ: ଗମ୍ଭୀର

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଭେଟେରାନ କ୍ରିକେଟର ଭିଭିଏସ ଲକ୍ଷ୍ମଣଙ୍କୁ ପ୍ରଶଂସା କରିଛନ୍ତି । ଲକ୍ଷ୍ମଣଙ୍କ ଉଦ୍ଦେଶ୍ୟରେ ଗମ୍ଭୀର କହିଛନ୍ତି, ଆପଣଙ୍କ ସହ ବିତାଇଥିବା ପ୍ରତିଟି କ୍ଷଣ ଶିକ୍ଷଣୀୟ ହୋଇରହିଛି ।

Every moment spent with you was education: Gautam Gambhir on Laxman
ଭିଭିଏସ ଲକ୍ଷ୍ମଣ-ଗୌତମ ଗମ୍ଭୀର

ଡ୍ରେସିଂ ରୁମରେ ମହାନ ଖେଳାଳି ଓ ମାର୍ଗଦର୍ଶକ ଭରପୁର ଥିଲେ । ମାତ୍ର ଲକ୍ଷ୍ମଣ ସମସ୍ତଙ୍କ ଠାରୁ ନିଆରା ଥିଲେ ବୋଲି କହିଛନ୍ତି ବାମହାତୀ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀର । କ୍ରିକେଟ ଅଭିଜ୍ଞତାର ଅନେକ ଶିକ୍ଷା ମିଳିଥିବା ମଧ୍ୟ ଗମ୍ଭୀର କହିଛନ୍ତି । ପୂର୍ବରୁ ଗମ୍ଭୀରଙ୍କ ଫଟୋ ସେୟାର କରିବା ସହ, କ୍ରିକେଟ ମଇଦାନରେ କୌଣସି ପ୍ରକାର ଆହ୍ବାନକୁ ଗମ୍ଭୀର ଭୟ କରନ୍ତି ନାହିଁ ବୋଲି ଲକ୍ଷ୍ମଣ କହିଥିଲେ ।

ଗମ୍ଭୀର 58ଟି ଟେଷ୍ଟରୁ 41.96 ଆଭରେଜରେ 4154 ରନ ସଂଗ୍ରହ କରିଛନ୍ତି । ସେହିପରି ଭାରତ ପକ୍ଷରୁ ସେ 147ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 39.68 ଆଭରେଜରେ 5,238 ଦିନିକିଆ ରନ ମଧ୍ୟ ଗମ୍ଭୀରଙ୍କ ନାମରେ ରହିଛି ।

ଗୌତମ ଗମ୍ଭୀର

ଭାରତ ଜିତିଥିବା 2007 ଟି-20 ବିଶ୍ବକପ ଓ 2011 ବିଶ୍ବକପ ଫାଇନାଲ ମ୍ୟାଚ ବିଜୟରେ ଗମ୍ଭୀରଙ୍କ ପ୍ରମୁଖ ଯୋଗଦାନ ରହିଥିଲା । ଜୋହାନ୍ସବର୍ଗର ଆହ୍ବାନପୂର୍ଣ୍ଣ ବୋଲିଂ ଅନୁକୂଳ ପିଚରେ 75 ରନର ଇଂନିସସ ଯୋଗୁଁ ଟିମ ଇଣ୍ଡିଆ ପାକିସ୍ତାନ ସାମ୍ନାରେ ଲଢୁଆ ବିଜୟ ଲକ୍ଷ୍ୟ ରଖିପାରିଥିଲା ।

2011 ବିଶ୍ବକପ ଫାଇନାଲ ମ୍ୟାଚରେ 275 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା ଭାରତ । ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ ସଚିନ ଓ ସେହ୍ବାଗଙ୍କ ଶୀଘ୍ର ୱିକେଟ ପତନରେ ନୀରବ ହୋଇଯାଇଥିଲା । ମାତ୍ର 97 ରନର ଗମ୍ଭୀରଙ୍କ ମ୍ୟାଚ ବିଜୟୀ ଇଂନିସ ଭାରତକୁ ବିଶ୍ବକପ ବିଜୟରେ ବରଦାନ ସାବ୍ୟସ୍ତ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.