ETV Bharat / sports

କ୍ରିକେଟରୁ ଇଂଲଣ୍ଡ ମହିଳା କ୍ରିକେଟର ଲାଉରା ମାର୍ସଙ୍କ ଅବସର

ବିଶ୍ବକପ ବିଜେତା ଇଂଲଣ୍ଡ ସ୍ପିନର ଲାଉରା ମାର୍ସ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି । ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ଅବସର ନେଇ ସଙ୍କେତ ଦେଇଥିଲେ ଇଂଲଣ୍ଡର ଏହି ଭେଟେରାନ ମହିଳା କ୍ରିକେଟର ।

England World Cup winner Laura Marsh retires from all forms of cricket
କ୍ରିକେଟକୁ ବିଦାୟ କହିଲେ ଇଂଲଣ୍ଡ ମହିଳା କ୍ରିକେଟର ଲାଉରା ମାର୍ସ
author img

By

Published : Aug 13, 2020, 7:26 PM IST

ଲଣ୍ଡନ: ବିଶ୍ବକପ ବିଜେତା ଇଂଲଣ୍ଡ ସ୍ପିନର ଲାଉରା ମାର୍ସ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେଇଛନ୍ତି । ପୂର୍ବରୁ ଗତ ବର୍ଷ ଡିସେମ୍ବରରେ ଅବସର ନେଇ ସଙ୍କେତ ଦେଇଥିଲେ ଇଂଲଣ୍ଡର ଏହି ଭେଟେରାନ ମହିଳା କ୍ରିକେଟର । ମହାମାରୀ କୋରୋନା ଭାଇରସ ଯୋଗୁଁ ଦ ହଣ୍ଡ୍ରେଡ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ବାତିଲ ହୋଇଛି । ଫଳରେ କ୍ରିକେଟକୁ ବିଦାୟ କହିଛନ୍ତି ଲାଉରା ।

England World Cup winner Laura Marsh retires from all forms of cricket
ଲାଉରା ମାର୍ସ

ଟ୍ବିଟ ଯୋଗେ ଅବସର ଘୋଷଣା କରିବା ସହ, ଟିମ, ଆୟୋଜକ ଓ ପ୍ରଂଶସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବର୍ଷ 2006ରେ ଟେଷ୍ଟ କ୍ରିକେଟରେ ପ୍ରଥମେ ଫାଷ୍ଟ ବୋଲର ଭାବେ ଡେବ୍ୟୁ କରିଥିଲେ ଲାଉରା । ମାତ୍ର ପରେ ସେ ସ୍ପିନ ବୋଲିଂକୁ ଆପଣାଇଥିଲେ । 2009 ଓ 2017ରେ ମହିଳା ବିଶ୍ବକପ ବିଜେତା ଇଂଲଣ୍ଡ ଟିମର ସେ ସଦସ୍ୟ ରହିଛନ୍ତି । 2009ରେ ଟି-20 ବିଶ୍ବକପ ବିଜୟୀ ଇଂଲଣ୍ଡ ଟିମର ସଦସ୍ୟ ରହିଛନ୍ତି ।

  • I have made the decision to retire from all forms of cricket. With the cancellation of The Hundred competition this year, I feel that it is the right time to hang up the boots. I want to say a huge thank you to all the teams and organisations I have represented over the years.

    — Laura Marsh (@lauramarsh7) August 12, 2020 " class="align-text-top noRightClick twitterSection" data=" ">

33 ବର୍ଷୀୟା ଲାଉରା, ମୋଟ 9ଟି ଟେଷ୍ଟ, 103ଟି ଅନ୍ତର୍ଜାତୀୟ ଦିନିକିଆ ଓ 67ଟି ଟି-20 ମ୍ୟାଚ ଖେଳିଛନ୍ତି । ସମସ୍ତ ଫର୍ମାଟରେ 217 ୱିକେଟ ତାଙ୍କ ନାମରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.