ETV Bharat / sports

ଇଂଲଣ୍ଡ-ଇଣ୍ଡିଜ ଦ୍ବିତୀୟ ଟେଷ୍ଟ: ଷ୍ଟୋକ୍ସ-ସିବଲେଙ୍କ 150 ରନ ପାର୍ଟନରସିପ

author img

By

Published : Jul 17, 2020, 5:40 PM IST

Updated : Jul 17, 2020, 5:54 PM IST

ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର 2ୟ ଦିନ ଖେଳ ଜାରି ରହିଛି । 4ର୍ଥ ୱିକେଟ ଯୋଡିରେ ଡୋମିନିସ ସିବଲେ ଓ ବେନ ଷ୍ଟୋକ୍ସଙ୍କ ମଧ୍ୟରେ 150ରୁ ଅଧିକ ରନର ପାର୍ଟନରସିପ ହୋଇଛି ।

England vs West Indies, 2nd Test, Day 2: Sibley, Stokes lead England innings
ଇଂଲଣ୍ଡ ବନାମ ୱେଷ୍ଟଇଣ୍ଡିଜ, ଦ୍ବିତୀୟ ଟେଷ୍ଟ: ଷ୍ଟୋକ୍ସ-ସିବଲେଙ୍କ 150ରନ ପାର୍ଟନରସିପ

ମାଞ୍ଚେଷ୍ଟର: ଇଂଲଣ୍ଡ-ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର 2ୟ ଦିନ ଖେଳ ଜାରି ରହିଛି । ପ୍ରଥମ 3ଟି ୱିକେଟ ଶୀଘ୍ର ହରାଇବା ପରେ ଡୋମିନିସ ସିବଲେ ଓ ବେନ ଷ୍ଟୋକ୍ସ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି । ଉଭୟଙ୍କ ମଧ୍ୟରେ 4ର୍ଥ ୱିକେଟ ଯୋଡିରେ, 150ରୁ ଅଧିକ ରନ ପାର୍ଟନରସିପ ହୋଇଛି । ଫଳରେ ଦୃଢ ସ୍ଥିତିରେ ପହଞ୍ଚିଛି ଇଂଲଣ୍ଡ ।

ଡୋମିନିକ ସିବଲେ ସିବଲେ ଟେଷ୍ଟ କ୍ୟାରିୟରର ଦ୍ବିତୀୟ ଶତକ ହାସଲ କରିଛନ୍ତି । ଷ୍ଟୋକ୍ସ ଟେଷ୍ଟ କ୍ୟାରିୟରରେ ବଲ ସାମ୍ନା କରିବା ଆଧାରରେ ସର୍ବାଧିକ ଲମ୍ବା ଇଂନିସ ଖେଳିଛନ୍ତି । ବର୍ଷ 2016ରେ 235 ବଲ ସାମ୍ନା କରି ଭାରତ ବିପକ୍ଷରେ 128 ରନର ଇଂନିସ ଖେଳିଥିଲେ ଷ୍ଟୋକ୍ସ । ଲଞ୍ଚ ବ୍ରେକ ସୁଦ୍ଧା ଷ୍ଟୋକ୍ସ 99 ରନରେ ଅପରାଜିତ ଅଛନ୍ତି ।

  • Boycott and Edrich 2️⃣.0️⃣8️⃣ v Aus, 1971
    Hussain and Thorpe 2️⃣.1️⃣4️⃣ v WI, 1998
    Sibley and Stokes 2️⃣.3️⃣8️⃣ v WI, 2020

    Stokes and Sibley's partnership is currently the third-slowest 150-run partnership for England in Tests for which balls faced were recorded 👀 #ENGvWI pic.twitter.com/3rXjimy4vv

    — ICC (@ICC) July 17, 2020 " class="align-text-top noRightClick twitterSection" data=" ">

ଆଉ ଏକ ସେସନରେ ଇଂଲଣ୍ଡରୁ ସୁରକ୍ଷିତ ରଖିଛନ୍ତି ଷ୍ଟୋକ୍ସ ଓ ସିବଲେ ଯୋଡି । ଗତକାଲି 3ୟ ସେସନରେ ମଧ୍ୟ କୌଣସି ୱିକେଟ ହରାଇ ନଥିଲା । ସମସ୍ତ ପ୍ରୟାସ ସତ୍ତ୍ବେ ଇଣ଼୍ଡିଜ ବୋଲର ପ୍ରଥମ ସେସନରେ ୱିକେଟ ଶୂନ୍ୟ ରହିଛନ୍ତି । ପ୍ରଥମ ଦିନର ଅସମାପ୍ତ ସ୍କୋର 207/3ରୁ ଇଂନିସ ଆରମ୍ଭ କରିଥିଲେ ଷ୍ଟୋକ୍ସ ଓ ସିବଲେ । ଦ୍ବିତୀୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଇଂଲଣ୍ଡର ସ୍କୋର 264/3 ରହିଛି ।

Last Updated : Jul 17, 2020, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.