ETV Bharat / sports

ୱେଷ୍ଟଇଣ୍ଡିଜକୁ ଇଂଲଣ୍ଡ କରିଛି ହେୟଜ୍ଞାନ: ନାସିର ହୁସେନ

author img

By

Published : Jul 13, 2020, 7:22 PM IST

ଷ୍ଟୁଆର୍ଡ ବ୍ରଡଙ୍କୁ ଦଳରୁ ବାଦ ଦେବା ଓ ୱେଷ୍ଟଇଣ୍ଡିଜକୁ ଦୁର୍ବଳ ଓ କମ ବୋଲି ଭାବିବା ଯୋଗୁଁ ଇଂଲଣ୍ଡ ପ୍ରଥମ ଟେଷ୍ଟ ହାରିଛି ବୋଲି କହିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ । ଅଧିକ ପଢ଼ନ୍ତୁ..

England underestimated Windies, Southampton Test, Nasser Hussain, ୱେଷ୍ଟଇଣ୍ଡିଜକୁ ଇଂଲଣ୍ଡ କରିଛି ଅଣ୍ଡରଏଷ୍ଟିମେଟ, ନାସିର ହୁସେନ, ୱେଷ୍ଟଇଣ୍ଡିଜକୁ ଦୁର୍ବଳ ଭାବିଛି ଇଂଲଣ୍ଡ,  ଷ୍ଟୁଆର୍ଟ ବ୍ରଡ
ୱେଷ୍ଟଇଣ୍ଡିଜକୁ ଇଂଲଣ୍ଡ କରିଛି ଅଣ୍ଡରଏଷ୍ଟିମେଟ: ନାସିର ହୁସେନ

ସାଉଥମ୍ପଟନ: ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ କହିଛନ୍ତି ଯେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଭେଟେରାନ ସ୍ପିଡଷ୍ଟର ଷ୍ଟୁଆର୍ଟ ବ୍ରଡଙ୍କୁ ଚୟନ ନକରି ଭୁଲ କରିଛି ଇଂଲଣ୍ଡ ଦଳ, ଯାହାର ଫଳ ସ୍ବରୂପ ରବିବାର ଏଜେସ ବୋଲରେ ୱେଷ୍ଟଇଣ୍ଡିଜ ହାତରେ ପରାଜିତ ହୋଇଛି ଦଳ ।

ଭଲ ପ୍ରଦର୍ଶନ ପାଇଁ ହୁସେନ ୱେଷ୍ଟଇଣ୍ଡିଜକୁ ପ୍ରଶଂସା କରିଛନ୍ତି । ତେବେ ସେ କହିଛନ୍ତି ଯେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ଗୁରୁତ୍ବପୂର୍ଣ୍ଣ ଓପନିଂ ଟେଷ୍ଟ ପାଇଁ ବ୍ରଡକୁ ନନେଇ ଇଂଲଣ୍ଡ ଏକ ଟ୍ରିକ ହରାଇଛି। ଚମତ୍କାର ପ୍ରଦର୍ଶନ ପାଇଁ ୱେଷ୍ଟଇଣ୍ଡିଜକୁ ହ୍ୟାଟ୍ସ ଅଫ୍‌, କିନ୍ତୁ ମୁଁ ଇଂଲଣ୍ଡକୁ ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହେଁ। ଯଦି ଏହା ଆସେସର ପ୍ରଥମ ମ୍ୟାଚ ହୋଇଥାନ୍ତା, ତେବେ ସେମାନେ ଷ୍ଟୁଆର୍ଟ ବ୍ରଡକୁ ଛାଡିଥାନ୍ତେ କି ? ହୁସେନ ଡେଲି ମେଲ ପାଇଁ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି ।

ଏହା ମୋତେ ଆଶ୍ଚର୍ଯ୍ୟ କରେ ଯେ ସେମାନେ ବାରମ୍ବାର ଏହି ୱେଷ୍ଟଇଣ୍ଡିଜ ଦଳ ବିରୁଦ୍ଧରେ ଭୁଲ କରି ଚାଲିଛନ୍ତି । ୱିସଡେନ ଟ୍ରଫି ବର୍ତ୍ତମାନ ଜେସନ୍ ହୋଲ୍ଡରଙ୍କ ଅଧୀନରେ ଥିବା ସତ୍ତ୍ବେ ସେମାନେ (ଇଂଲଣ୍ଡ) ସେମାନଙ୍କୁ କମ ବୋଲି ଭାବିଛନ୍ତି ।

କିନ୍ତୁ ଯଦି ବ୍ରଡ ଖେଳୁଥାନ୍ତେ, ଷ୍ଟୋକ୍ସ ବୋଧହୁଏ ବୁଧବାର ସକାଳେ ବୋଲିଂ କରିବାକୁ ପସନ୍ଦ କରିଥାନ୍ତେ - ଏବଂ ମୁଁ ବିଶ୍ବାସ କରେ ୱେଷ୍ଟଇଣ୍ଡିଜ ସହଜରେ ଅଲ ଆଉଟ ହୋଇଥାନ୍ତା । ଟିମରେ ବ୍ରଡ ବିନା ଟସ ନିଷ୍ପତ୍ତି 50-50 ହୋଇଯାଏ, ଯେପରି ଆମେ ରବିବାର ଦେଖିଥିଲୁ, ଯେଉଁଠି ଇଂଲଣ୍ଡ ଜିତିଥାନ୍ତା ଯଦି ସେମାନେ ଚାନ୍ସ ନେଇଥାନ୍ତେ ।

ତେବେ ଗୁରୁବାର ଠାରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଆରମ୍ଭ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ମ୍ୟାଚରେ ଦୁଇ ଦଳ ପୁଣି ପ୍ରତିଦ୍ବନ୍ଦ୍ବିତା କରିବେ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.