ହାଇଦ୍ରାବାଦ: ଆଜି ବିଶ୍ବ କ୍ରିକେଟକୁ ମିଳିବ ନୂଆ ବିଶ୍ବବିଜେତା । ବିଶ୍ବକପ ଟ୍ରଫିରେ ଲେଖାଯିବା ଗୋଟିଏ ନୂଆ ଦଳର ନାମ । ତେବେ କିଏ ହେବ ଏହି ଦଳ, ନ୍ୟୁଜିଲାଣ୍ଡ ନା ଇଂଲଣ୍ଡ ? ତେବେ ଇଂଲଣ୍ଡର ଇତିହାସରେ ଏମିତି ଏକ ରେକର୍ଡ ରହିଛି, ଯାହା ଜାଣିଲେ ଆପଣ ଭାବିବାକୁ ବାଧ୍ୟ ହେବ, "ଆଜ୍ ବେଟା ଇଂଲଣ୍ଡ ତୋ ଗେୟା" ।
ଚଳିତ ବିଶ୍ବକପର ଫାଇନାଲକୁ ମିଶାଇ ଚତୁର୍ଥ ଥର ବିଶ୍ବକପ ଫାଇନାଲ ମ୍ୟାଚ ଖେଳୁଛି ଇଂଲଣ୍ଡ । ମାତ୍ର ଖେଳିଥିବା ଗତ 3ଟି ଫାଇନାଲ ମ୍ୟାଚରେ ବିଜୟ ଲକ୍ଷ୍ୟକୁ ପିଛା କରି ପରାଜୟର ମୁହଁ ଦେଖିଥିଲା କ୍ରିକେଟର ଜନ୍ମଦାତା ଇଂଲଣ୍ଡ । ଆଉ ଆଜି ମଧ୍ୟ ଟସ ହାରି ନ୍ୟୁଜିଲାଣ୍ଡର ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରିବ ଆୟୋଜକ ଦଳ ।
ତେବେ ଅପେକ୍ଷା ଏହି ନକରାତ୍ମକ ରେକର୍ଡ ଆଜି ଇଂଲଣ୍ଡ ବିପକ୍ଷରେ ନା ସପକ୍ଷରେ ଯାଉଛି । ଉଲ୍ଲେକଥାଉ କି 1979, 1887 ଓ 1992 ବିଶ୍ବକପ ଫାଇନାଲ ଖେଳିସାରିଛି ଇଂଲିଶ ଦଳ ।