ETV Bharat / sports

ଇଂଲଣ୍ଡ ବନାମ ପାକିସ୍ତାନ 3ୟ ଟେଷ୍ଟ: ନିର୍ଦ୍ଧାରିତ ସମୟ ପୂର୍ବରୁ ମ୍ୟାଚ ଆରମ୍ଭ - Play to start earlier

ନିର୍ଦ୍ଧାରିତ ସମୟର 30 ମିନିଟ ପୂର୍ବରୁ ଖେଳାଯିବ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ।

ENG VS PAK 3rd Test: Play to start earlier to make up for delays
ଇଂଲଣ୍ଡ ବନାମ ପାକିସ୍ତାନ, 3ୟ ଟେଷ୍ଟ: ନିର୍ଧାରିତ ସମୟ ପୂର୍ବରୁ ଖେଳାଯିବ ମ୍ୟାଚ
author img

By

Published : Aug 20, 2020, 9:12 PM IST

ଲଣ୍ଡନ: ନିର୍ଦ୍ଧାରିତ ସମୟର 30 ମିନିଟ ପୂର୍ବରୁ ଖେଳାଯିବ ଇଂଲଣ୍ଡ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି), ମ୍ୟାଚ ରେଫ୍ରୀ କ୍ରିସ ବ୍ରଡ, ପ୍ରସାରଣକାରୀ ସଂସ୍ଥା, ଓ ଇଂଲଣ୍ଡ-ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ସହମତି ପ୍ରକାଶ କରିଛନ୍ତି ।

ଅଗଷ୍ଟ 21ରୁ ଏଜେସ ବାୱଲ ସାଉଥାମ୍ପଟନରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ 3ୟ ମ୍ୟାଚ ବିଶିଷ୍ଟ ଟେଷ୍ଟ ସରିଜର ତୃତୀୟ ତଥା ଅନ୍ତିମ ଟେଷ୍ଟ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇ ସିରିଜରେ 1-0ରେ ଅଗ୍ରଣୀ ରହିଛି । ଦ୍ବିତୀୟ ଟେଷ୍ଟରେ ବର୍ଷା ବାଧକ ସାଜିବାରୁ ଡ୍ରରେ ଶେଷ ହୋଇଥିଲା ।

ମ୍ୟାଚର ପରିବର୍ତ୍ତିତ ସମୟ ନେଇ ଉଭୟ ଇଂଲଣ୍ଡ ଓ ପାକିସ୍ତାନର କୋଚ, କ୍ୟାପଟେନ ସହମତି ପ୍ରକାଶ କରିଛନ୍ତି । ସକାଳ 11.00ଟା ପରିବର୍ତ୍ତେ 10.30ରେ ମ୍ୟାଚ ଆରମ୍ଭ ହେବ । ଫଳରେ ଗୋଟିଏ ଦିନରେ 98 ଓଭର ଖେଳ ହୋଇପାରିବ ।

ଦ୍ବିତୀୟ ଟେଷ୍ଟରେ ମାତ୍ର 134.3 ଓଭର ଖେଳ ସମ୍ଭବ ହୋଇପାରିଥିଲା । ଶେଷ ଦିନରେ ମାତ୍ର 38.1 ଖେଳ ହୋଇପାରିଥିଲା । ଏହି ସିରିଜ ଖରାପ ଆଲୋକ ଓ ବର୍ଷା ପାଇଁ ପ୍ରଭାବିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.