ETV Bharat / sports

ଆସେସ 4ର୍ଥ ଟେଷ୍ଟ: ମାଞ୍ଚେଷ୍ଟରରେ ସ୍ମିଥଙ୍କ ଦ୍ବିଶତକ - ଅଷ୍ଟ୍ରେଲିଆ

ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆସେସ ସିରିଜର 4ର୍ଥ ଟେଷ୍ଟରେ ଆକର୍ଷଣୀୟ ଦ୍ବିଶତକ ହାସଲ କରିଛନ୍ତି । 310 ବଲରୁ 22 ଚୌକା ଓ 2 ଛକା ସହାୟତାରେ ନିଜ ଟେଷ୍ଟ କ୍ୟାରିୟର 3ୟ ଦ୍ବିଶତକ ପୂରଣ କରିଛନ୍ତି।

ଫଟୋ ସୌଜନ୍ୟ: twitter@ICC
author img

By

Published : Sep 5, 2019, 11:52 PM IST

ମାଞ୍ଚେଷ୍ଟର: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ତାଙ୍କର ଦମଦାର ଫର୍ମର ପ୍ରଦର୍ଶିତ କରିଛନ୍ତି । ଚଳିତ ଆସେସ ସିରିଜର 4ର୍ଥ ଟେଷ୍ଟରେ ଆକର୍ଷଣୀୟ ଦ୍ବିଶତକ ହାସଲ କରିଛନ୍ତି ସ୍ମିଥ । ଆଇସିସି ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ସ୍ମିଥ ଶୀର୍ଷ ସ୍ଥାନକୁ ଫେରିବା ପରେ ଏହି ଦ୍ବିଶତକ ହାସଲ କରିଛନ୍ତି ସ୍ମିଥ।

3ୟ ଟେଷ୍ଟରୁ ବାଦ ପଡିଥିବା ସ୍ମିଥ 4ର୍ଥ ଟେଷ୍ଟରେ ଦଳକୁ ଫେରିଥିଲେ । 310 ବଲରୁ 22 ଚୌକା ଓ 2 ଛକା ସହାୟତାରେ ନିଜ ଟେଷ୍ଟ କ୍ୟାରିୟର 3ୟ ଦ୍ବିଶତକ ପୂରଣ କରିଥିଲେ । ସ୍ମିଥ ମାତ୍ର 4ଟି ଇଂନିସରୁ ଏଯାବତ 589 ରନ ସଂଗ୍ରହ କରି ସାରିଲେଣି। ତାଙ୍କର ଆଭରେଜ ରହିଛି 147.25 ।

30 ବର୍ଷିୟ ସ୍ମିଥ ବଲ ଟାମ୍ପରିଂ ଅଭିଯୋଗରେ 12 ମାସ କ୍ରିକେଟରୁ ବାସନ୍ଦ ହୋଇଥିଲେ । ଏହାପରେ ଚଳିତ ଆସେସ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚର ଉଭୟ ଇଂନିସରେ 144 ଓ 142 ରନ ହାସଲ କରିଥିଲେ । ଚଳିତ ସିରିଜରେ ସ୍ମିଥଙ୍କ ସର୍ବନିମ୍ନ ସ୍କୋର ରହିଛି 92। ତାଙ୍କର ଦ୍ବିଶତକ ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ 497 ରନରେ ପାଳି ଘୋଷଣା କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁସାନ ଓ କ୍ୟାପଟେନ ଟିମ ପେନ ଅର୍ଧଶତକ ହାସଲ କରିଛନ୍ତି । ଶେଷ ଭାଗରେ ଅଲରାଉଣ୍ଡର ମିଚେଲ ଷ୍ଟାର୍କ 7ଚୌକା ଓ 2 ଛକା ସହ ଧୁଆଁଧାର 54 ରନ କରିଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.