ETV Bharat / sports

ପଦରେ ରହିବାକୁ ଚାହୁଁନି: ଆଇସିସି ଚେୟାରମ୍ୟାନ - ପଦରେ ରହିବାକୁ ଚାହୁଁନି

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ଆସନ୍ତା ବର୍ଷ ମେ ଶେଷହେଉଛି। ଦ୍ବିତୀୟ ଥର ପାଇଁ ସେ ଏହି ପଦରେ କାର୍ଯ୍ୟ କରିବାକୁ ଚାହାନ୍ତିନାହିଁ ବୋଲି କହିଛନ୍ତି।

ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର
ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହର
author img

By

Published : Dec 10, 2019, 6:01 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ ବଡ ବୟାନ। କାର୍ଯ୍ୟକାଳ ଶେଷ ହେବା ପରେ ଆଇସିସି ଚେୟାନମ୍ୟାନ ଭାବେ ଦ୍ବିତୀୟ ଥର କାର୍ଯ୍ୟ କରିବେ ନାହିଁ ବୋଲି କହିଛନ୍ତି। ଆସନ୍ତା ମେ 2020ରେ ତାଙ୍କର କାର୍ଯ୍ୟକାଳ ଶେଷହେବ।

ପ୍ରାୟ ସବୁ ବୋର୍ଡର ସଭାପତି 2ୟ ଥର ପାଇଁ ଶଶାଙ୍କ ମନୋହର ଆଇସିସିର ଚେୟାରମ୍ୟାନ ହୁଅନ୍ତି ବୋଲି ଚାହୁଁଛନ୍ତି। ମାତ୍ର କାର୍ଯ୍ୟକାଳ ଶେଷ ହେବା ପରେ ଦ୍ବିତୀୟ ଥର ପାଇଁ ଦାୟିତ୍ବ ନେବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି। ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଭାପତି ଭାବେ କାର୍ଯ୍ୟ କରିଛନ୍ତି ଶଶାଙ୍କ ମନୋହର।

2016 ମେ ମାସରେ ଶଶାଙ୍କ ମନୋହର ଆଇସିସିର ପ୍ରଥମ ସ୍ବାଧୀନ ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ। 2018ରେ 2ୟ ଥର ପାଇଁ 2 ବର୍ଷ ପାଇଁ ପୁନଃ ନିର୍ବାଚିତ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ଆଇସିସି ପକ୍ଷରୁ ନିଆଯାଇଥିବା କିଛି ନିଷ୍ପତ୍ତିରେ ବିସିସିଆଇ ସହ ବିବାଦ ହୋଇଥିଲା। ପ୍ରତିବର୍ଷ ଟି20 ବିଶ୍ବକପ, ଦିନିକିଆ 50 ଓଭର ବିଶ୍ବକପ ପ୍ରତି 3 ବର୍ଷ ହେବା ପ୍ରସ୍ତାବରେ ବିସିସିଆଇ ଅସହମତି ପ୍ରକାଶ କରିଥିଲା।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.